ଲୋକେ ମରିଜାନ୍ତୁ ଆମେ କାମ ବନ୍ଦ କରି ଦେବୁ :- ପି ଡ଼ି
ବରଗଡ :- ରାଜ୍ୟ ସରକାର ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ , ସରକାର ଙ୍କର ସବୁ ଯୋଜନା କିଭଳି ତୃଣମୂଳ ସ୍ତରରେ ଶେଷ ବ୍ୟକ୍ତି ପର୍ଯନ୍ତ ପହଞ୍ଚିବ ସେଥିପ୍ରତି ସବୁ ପ୍ରକାର ଉଦ୍ୟମ ଚଳାଇଥିବା ବେଳେ , ସରକାରୀ ଅଧିକାରୀ ମାନେ ମଧ୍ୟ ସିଧାସଳଖ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଆମ ରାଜ୍ୟରେ ସରକାର ଙ୍କର ଦ୍ୱାରା , ମୋ ସରକାର ଓ 5T ମାଧ୍ୟମରେ ପ୍ରଶାସନ କୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବାର ପ୍ରୟାସ ପ୍ରଶଂସନୀୟ । ସରକାର ଙ୍କର ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦେଶ ରହିଛି ସାଧାରଣ ଲୋକଙ୍କ ସହିତ ବନ୍ଧୁତା ପୂର୍ଣ ବ୍ୟବହାର ସହିତ ବିନମ୍ର ଆଚରଣ । ହେଲେ ବର୍ତ୍ତମାନ ମଧ୍ୟ ଏମିତି କିଛି ଅଧିକାରୀ ଅଛନ୍ତି ଯେଉଁ ମାନେ କି ନିଜକୁ ଭାରତ ସରକାର ଓ ମୁଖ୍ୟମନ୍ତ୍ରୀ ଙ୍କର ଠାରୁ ବହୁ ଉର୍ଦ୍ବରେ ଭାବିବାକୁ ପଛାଉ ନାହାନ୍ତି । ଏହି ଭଳି କିଛି କରିତ କର୍ମା ଅଧିକାରୀ ମାନଙ୍କ ପାଇଁ ଆଜି ରାଜ୍ୟ ସରକାର ତଥା ବଡ ବଡ ଅଧିକାରୀ ମାନେ ବଦନାମ ହେଉଛନ୍ତି ।
ଗତ ଦୁଇ ହେଲା ସାମାଜିକ ଗଣ ମାଧ୍ୟମରେ ରେ ବରଗଡ ଜିଲ୍ଲାର , ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ସର୍ବୋଚ୍ଚ ଅଧିକାରୀ ଅର୍ଥାତ ପିଡ଼ି ଶ୍ରୀ ଭୀମସେନ ସେଠି ଙ୍କର ଏକ ଅଡିଓ ଘୁରି ବୁଲୁଛି । ଏହି ଅଡିଓ ଟିରେ ଦୁଇ ଜଣଙ୍କର କଥାବାର୍ତ୍ତା ରହିଛି। ଏଥିରେ ଜଣେ ସ୍ୱୟଂ ପିଡ଼ି ମହାଶୟ ହୋଇଥିବା ବେଳେ ଅନ୍ୟ ଜଣେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ର ଜଣେ ଅଭିଯୋଗ କାରୀ ବୋଲି ମନେ ହେଉଛି । କାରଣ ସେ ଗାଇସିଲେଟ ବ୍ଲକ ର କୋଣସି ଏକ ପ୍ରୋଜେକ୍ଟ ରେ ହୋଇଥିବା କିଛି ଅନିୟମିତତା ବାବଦରେ କରିଥିବା ଅଭିଯୋଗ ର ଭିଡିଓ ପ୍ରମାଣ ଦେବାକୁ ଚାହୁଁଥିବା ମନେ ହେଉଛି । ହେଲେ ଏହି ଫୋନ କଲ ପିଡ଼ି ମହାଶୟ ଙ୍କୁ ବିବ୍ରତ ଓ କ୍ରୋଧିତ କରି ଦେଉଛି । କ୍ରୋଧରେ ପିଡ଼ି ମହାଶୟ ଙ୍କୁ ଆଶାଳୀନ ବ୍ୟବହାର କରିବା ସହିତ ଧମକ ମଧ୍ୟ ଦେଉଥିବା ଶୁଣିବାକୁ ମିଳୁଛି ।
ରାଜ୍ୟ ସରକାର ଙ୍କର ପ୍ରୟାସ ଯେ ପ୍ରତ୍ୟେକ ଲୋକଙ୍କ କଥାକୁ ଗୁରୁତର ସହିତ ବିଚାର କରାଯିବା ରହିଥିବା ବେଳେ , ପିଡ଼ି ମହାଶୟ ଅଫିସର ଭାବରେ ରୋବ ଦେଖାଇବା ପାଇଁ ପଛାଉ ନାହାନ୍ତି । ପ୍ରତ୍ୟେକ ସରକାରୀ ଅଫିସରେ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ଜନତାର ଟେକ୍ସ ପଇସାରେ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଦରମା ପାଇଥାନ୍ତି ହେଲେ ଏକଥା ବୋଧହୁଏ ପିଡ଼ି ମହାଶୟ ଭୁଲି ଯାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ସେ କହୁଛନ୍ତି ଯେ ଲୋକେ ମରିଜାନ୍ତୁ ସେ କାମ ବନ୍ଦ କରିଦେବେ । ଆହୁରି ମଧ୍ୟ ସେ ଭାରତ ସରକାର , ଓ ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀ ଙ୍କର ନାମ ନେଇ ଅଭିଯୋଗ କରିବା ପାଇଁ କହୁଛନ୍ତି ,ଏଥିରୁ ବାବୁ ଙ୍କର ପରାକ୍ରମ ଜଣା ପଡୁଛି । ଏହି କଳ ରେକର୍ଡ ଟି ଶୁଣିବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ପିଡ଼ି ମହାଶୟ ଙ୍କୁ ଅଫିସର ହେବାର ପ୍ରବଳ ନିଶା ଘାରିଛି । ଏଣୁ ସରକାର ଙ୍କର ଦ୍ୱାରା , ଲୋକଙ୍କ ସେବା ପାଇଁ ନିଯୁକ୍ତି ପାଇଥିବା ଏହି ଅଧିକାରୀ ଲୋକଙ୍କ କଥା ଶୁଣିବା ପରିବର୍ତେ ଲୋକଙ୍କୁ ହେୟ ଜ୍ଞାନ କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପିଡ଼ି ମହାଶୟ ଙ୍କୁ ପୂର୍ବରୁ ଅନେକ ଅଭିଯୋଗ କରାଯାଇଛି , ପ୍ରମାଣ ସହିତ କିନ୍ତୁ ବାବୁ କାହାରି କଥା ଶୁଣନ୍ତି ନାହିଁ ବୋଲି ଚର୍ଚ୍ଚା ଚାଲିଛି । ଏଣୁ ବରଗଡ଼ ଜିଲ୍ଲାପାଳ ଏହି ଘଟଣା ଉପରେ ଗୁରୁତ୍ୱ ପ୍ରଦାନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି କାରଣ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ କୃଷି ବିଭାଗ ଅଧୀନରେ ରହିଛି । ପ୍ରତେକ ଦିନ ଏହି ବିଭାଗରେ ଶହ ଶହ ଚାଷୀ ଭାଇ ମାନଙ୍କ କାମ ପଡିଥାଏ , ଯଦି ଏହିଭଳି ବ୍ୟବହାର ଅଧିକାରୀ ମାନେ କରନ୍ତି ତେବେ ସରକାର ଙ୍କର ଅନେକ ଯୋଜନା ଫେଲ ହୋଇ ଯିବାର ଆଶଙ୍କା ରହିଛି ।











