କାମାକ୍ଷାନଗର/ରିତେଶ ବ୍ରହ୍ମା :-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ବାଇକ ଟ୍ରକ ମୁହାଁ ମୁହି ଧକ୍କା। ଧକା ଫଳରେ ଉଭୟେ ୨ ଜଣ ଙ୍କର ମୃତ୍ୟୁ ହୋଇଛି |ମୃତକ ୨ ଜଣେ ହେଉଛନ୍ତି ଜଣେ ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ। ଅନ୍ୟ ଜଣେ ହେଉଛନ୍ତି କଟକ ଜିଲ୍ଲା ଆଠଗଡ଼ ଥାନା ଧାଇପୁର ଗ୍ରାମର ତାପସ କୁମାର ମାହାରଣା ବୋଲି ଜଣାପଡିଛି|ସୂଚନା ମୁତାବକ ତାପସ ଏକ ବାଇକ ରେ ଆଠଗଡ଼ ରୁ ତାଳଚେର ଅଭିମୁଖେ ଯାଉଥିବା ବେଳେ, ଡିହଡୋଳ ଛକ ରୁ ମାମୁଦ ଲିଫ୍ଟ ମାଗି ତାଙ୍କ ସହ ଯାଉଥିଲେ |ତେବେ ମୁଣ୍ଡେଇଲ ଛକ ନିକଟରେ ତାଳଚେର ରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହ ତାଙ୍କ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା |ଫଳରେ ଘଟଣା ସ୍ଥଳରେ ବାଇକ ରେ ଥିବା ୨ ଜଣ ଗୁରୁତର ଭାବେ ପଡିରହିଥିଲେ |ତେବେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି କରିଥିଲେ |ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଛନ୍ତି |
ରାଜ୍ୟ
ବାଇକ ଟ୍ରକ ମୁହାଁ ମୁହିଁ ଧକ୍କା, ୨ ମୃତ୍ୟୁ |
- Hits: 328