ଚାଷୀଙ୍କ ଫାର୍ମ ହାଉସ ବୁଲିଲେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର/ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁରେ ଜିଲ୍ଲାପାଳ ସରୋଜ କୁମାର ସେଠି । କଟାବାହାଳ ଗାଁର ଚାକିରିଆ ଦମ୍ପତ୍ତି ତପନ କୁମାର ପ୍ରଧାନ ଓ ସ୍ମିତା ପ୍ରଧାନଙ୍କ ଫାର୍ମ ହାଉସକୁ ବୁଲି ଦେଖିଛନ୍ତି ଜିଲ୍ଲାପାଳଙ୍କ ସମେତ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର ,ପିଡ଼ି ଡିଆଡିଏ ,ଜିଲ୍ଲା ଉଦ୍ୟାନ ନିର୍ଦ୍ଦେଶକା, ପରଜଙ୍ଗ ବିଡିଓ ,ଜିଲ୍ଲାପରିଷଦ ଅଧ୍ୟକ୍ଷା, ବ୍ଲକ ଅଧକ୍ଷାଙ୍କ ସମେତ ବହୁ ଅଧିକାରୀ । ତପନ ଓ ସ୍ମିତା ଉଭୟେ ଚାକିରୀ କାର୍ଯ୍ୟରୁ ସମୟ ବାହାର କରି ୧୫ ଏକର ଚାଷ ଜମିରେ ଆମ୍ବ ,ପିଜୁଳି ,ଆତ ,ଲେମ୍ବୁ ,ନଡିଆ ,ପୋଟଳ ,କୋବି ,ବାଇଗଣ ,ଭେଣ୍ଡି,ମୁଗ, ବିରି ସହିତ କୁକୁଡ଼ା ଓ ମତ୍ସ୍ୟ ଚାଷ କରାଯାଇଛି । ଅତ୍ୟାଧୁନିକ ଟେକ୍ନୋଲୋଜିରେ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଚାକିରିଆ ଦମ୍ପତ୍ତି । ଏଥିସହିତ ପ୍ରାୟ ସାତୋଟି ପରିବାରର ସଦସ୍ୟ ମାନେ ଉପକୃତ ହେଉଛନ୍ତି । ତପନଙ୍କ ଫାର୍ମର ଆମ୍ବ ଓ ଫଳ ଗୁଡିକ ବାହାର ରାଜ୍ୟରେ ବେଶ ଆଦୃତ ହୋଇପାରିଛି । ତାଙ୍କର ଏହି ସଫଳ ଚାଷ ଜିଲ୍ଲାପାଳଙ୍କୁ ବେଶ ଆକୃଷ୍ଟ କରିପାରିଛି । ଯାହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

0
0
0
s2sdefault