-ଚଳିତ ଭାଲେଂଟାଇନ୍ ଦିବସରେ ଉପସ୍ଥାପନ କରାଯାଉଛି ଆତ୍ମ ପ୍ରେମ ଦ୍ୱାରା ଅନୁପ୍ରେରିତ ଏକ୍ସକ୍ଲୁସିଭ୍ କଲେକ୍ସନ, 'ଖୁଦ୍ ସେ ଭି ପ୍ୟାର କରୋ'
ମୁମ୍ବାଇ: ଚଳିତ ଭାଲେଂଟାଇନ୍ ଦିବସରେ ରିଲାଏନ୍ସ ଜୁଏଲ୍ସ ଏହାର ଗ୍ରାହକମାନଙ୍କୁ ସବୁଠାରୁ ପ୍ରମୁଖ ବ୍ୟକ୍ତିଙ୍କୁ ଭୁଲି ନଯିବା ପାଇଁ କହିଛନ୍ତି, ଯିଏକି ହେଉଛନ୍ତି “ଆପଣ ନିଜେ”; ତେଣୁ ଭାଲେଂଟାଇନ୍ ଦିବସ କେବଳ ଆପଣଙ୍କର ପ୍ରିୟଜନଙ୍କ ପାଇଁ ଉତ୍ସବର ସମୟ ହେବ ନାହିଁ ବରଂ ଏହା ସହିତ ଆପଣ ନିଜ ପାଇଁ ମଧ୍ୟ ଏହି ପ୍ରେମକୁ ପାଳନ କରିପାରିବେ । ରିଲାଏନ୍ସ ଜୁଏଲ୍ସ, ଭାରତର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ, ଏହାର ସ୍ୱତନ୍ତ୍ର ଭାଲେଟାଂଇନ୍ ଡେ କଲେକ୍ସନର ଶୁଭାରମ୍ଭ କରିଛି ଯାହା ସହିତ ଆପଣ ନିଜ ପାଇଁ ମଧ୍ୟ ଏହି ଉତ୍ସବର ପାଳନ କରିପାରିବେ । ଏହା ସେମାନଙ୍କ ପାଇଁ ଏକ କଲେକ୍ସନ ଯେଉଁମାନେ ନିଜକୁ ଭଲ ପାଇଥାନ୍ତି । ଚଳିତ ଭାଲେଂଟାଇନ୍ ଦିବସ ଅବସରରେ ଖୁଦ୍ ସେ ଭି ପ୍ୟାର କରୋ ଓ ଆପଣଙ୍କର ଚମକ ସହିତ ସାରା ବିଶ୍ୱକୁ ଚମକାଇ ଦିଅନ୍ତୁ । ନିଜକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରନ୍ତୁ ଓ ଏହାକୁ ବିଶ୍ୱ ନିକଟରେ ପ୍ରକାଶ କରିବାରେ ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ ।
ଏହି ଋତୁକୁ ପାଳନ କରିବା ପାଇଁ ରିଲାଏନ୍ସ ଜୁଏଲ୍ସ ଏକ ସୁନ୍ଦର ଡାଏମଣ୍ଡ ଜୁଏଲାରୀ କଲେକ୍ସନର ଶୁଭାରମ୍ଭ କରିଛି ଯେଉଁଥିରେ ରହିଛି ବ୍ରେସଲେଟ୍ ଓ ରିଙ୍ଗ ସହିତ କର୍ଭି ଫର୍ମ ଓ ମୋଟିଫ୍ କମ୍ପୋଜିଟ୍ ଡାଏମଣ୍ଡ ସେଟିଂ ସହିତ ଯାହାକି ଆପଣଙ୍କୁ ଏକ ଆକର୍ଷଣୀୟ ରୂପ ପ୍ରଦାନ କରିଥାଏ । ଡିଜାଇନରେ କନ୍ସନଟ୍ରିକ୍ ସର୍କଲର ବ୍ୟବହାର ସୀମାହୀନ ସ୍ୱ-ପ୍ରେମକୁ ଦର୍ଶାଏ ଓ ଯାହାକୁ ଜଣେ ସର୍ବଦା ମନେ ରଖିବା ଆବଶ୍ୟକ । ଏହି କଲେକ୍ସନରେ ରହିଛି ଆକର୍ଷଣୀୟ ହୀରାଖଚିତ ବ୍ରେସଲେଟ୍, ପେଣ୍ଡାଂଟସ ଓ ମୁଦି ଯାହାକି ସ୍ୱ-ପ୍ରେମ ଦ୍ୱାରା ଅନୁପ୍ରେରିତ ଓ ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ନିମନ୍ତେ ରହିଛି । ଏହି ଡିଜାଇନଗୁଡ଼ିକ ପାର୍ବଣ ସମୟ ପାଇଁ, କାର୍ଯ୍ୟ ସ୍ଥଳରେ ଓ ପାର୍ଟିରେ ପିନ୍ଧିବା ପାଇଁ ଉତ୍କୃଷ୍ଟ ଯାହା ଆପଣଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହି ଡିଜାଇନ୍ ଗୁଡ଼ିକ ଉଭୟ ୟେଲୋ ଗୋଲ୍ଡ ଓ ରୋଜ୍ ଗୋଲ୍ଡରେ ପ୍ରସ୍ତୁତ ଓ ଏହା ଆଇଜିଆଇ ଓ ଆନ୍ତର୍ଜାତିକ ଭାବରେ ପ୍ରମାଣିତ ଚମକଦାର ହୀରା ଖଚିତ ଅଟେ ।
ଏହି ନୂତନ କଲେକ୍ସନ ସହିତ, ରିଲାଏନ୍ସ ଜୁଏଲ୍ସ ମଧ୍ୟ ଏକ ସ୍ୱତନ୍ତ୍ର ଅଫରର ଶୁଭାରମ୍ଭ କରିଛି ଯାହାର ନାମ ହେଉଛି ‘ଡ୍ରିମ୍ ଡାଏମଣ୍ଡ ସେଲ୍’ ଯାହାକି ଫେବୃୟାରୀ ୧୪ ପର୍ଯ୍ୟନ୍ତ ରହିବ । ଏହା ରିଲାଏନ୍ସ ଜୁଏଲ୍ସର ଡାଏମଣ୍ଡ ଉତ୍ପାଦ ଗୁଡ଼ିକ ଉପରେ ଇନଭଏସ୍ ମୂଲ୍ୟରେ ୨୫% ରିହାତି ପ୍ରଦାନ କରେ । ପାଟ୍ରନ୍ ମାନେ ମଧ୍ୟ ସେମାନଙ୍କର ପ୍ରିୟ ଡାଏମଣ୍ଡ ଜୁଏଲାରୀକୁ ବାଛିବା ସମୟରେ ଏହାକୁ ଉପଲବ୍ଧ କରିପାରିବେ ।
ଦେଖନ୍ତୁ “ଖୁଦ୍ସେ ଭି ପ୍ୟାର କରୋ – ଏକ ସ୍ୱତନ୍ତ୍ର ଭଲେଂଟାଇନ୍ ଡେ କଲେକ୍ସନ” ଯାହାକି ସ୍ୱ-ପ୍ରେମ ଦ୍ୱାରା ଅନୁପ୍ରେରିତ ଓ https://bit.ly/3Y8c7wG ଲିଙ୍କକୁ ଅନୁସରଣ କରନ୍ତୁ ଓ ଏହା ସହିତ ଭାଲେଂଟାଇନ୍ ଦିବସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ https://www.instagram.com/p/CoM1wDatdzG/ କୁ ଯାଆନ୍ତୁ ଓ ପୋଷ୍ଟ କପିରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶର ଅନୁପାଳନ କରନ୍ତୁ ।
ଏହି କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଚଳିତ ପ୍ରେମ ଋତୁରେ, ଆମେ ଆମର ସମ୍ମାନନୀୟ ପାଟ୍ରନଙ୍କ ସହିତ “ନିଜକୁ ଭଲ ପାଇବା” ର ବାସ୍ତବିକ ଅର୍ଥକୁ ଗ୍ରହଣ କରିଛି ଯାହାକି ସ୍ୱପ୍ରେମ ଦ୍ୱାରା ଅନୁପ୍ରେରିତ । ଏହି କଳେକ୍ସନରେ ମିନିମାଲିଷ୍ଟିକ୍ ଓ ଆକର୍ଷଣୀୟ ଡିଜାଇନ୍ ସ୍ୱତନ୍ତ୍ର ମୁହୂର୍ତ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଆମେ ସର୍ବଦା ଆମର ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥାଉ । ଏହି ସୁନ୍ଦର ଚିନ୍ତାଧାରା ସହିତ ଆମେ ବିଶ୍ୱକୁ ଅନୁପ୍ରେରିତ କରିବା ପାଇଁ ଆଶା କରୁଛୁ ଯାହା ଦ୍ୱାରା ଆପଣ ନିଜର ପ୍ରିୟଜନଙ୍କ ପାଇଁ ଏହାକୁ ପରିପ୍ରକାଶ କରିପାରିବେ ଓ ଏକ ଦୃଢ଼ ବନ୍ଧନକୁ ସ୍ଥାପନ କରିପାରିବେ ।”
ଏହି ଆକର୍ଷଣୀୟ କଲେକ୍ସନ ସ୍ୱତନ୍ତ୍ର ଭାବରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ସୋରୁମରେ ସାରା ଦେଶରେ ଉପଲବ୍ଧ ହେବ ଓ ଏହାର ଏକ ବଛା ବଛା ସମ୍ଭାବର ରିଲାଏନ୍ସ ଜୁଏଲ୍ସର ୱେବସାଇଟ୍ https://bit.ly/3JERkg1 ରେ ଉପଲବ୍ଧ ହେବ ।