ମେଲଛାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଳା କାୟାକଳ୍ପ ଆକଳନ ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଳା କାୟାକଳ୍ପ ଆକଳନ ଦଳ ଡିପିଏମ ଗିରିଜା ପ୍ରସାଦ ମିଶ୍ର ଓ ଏଏମଏଏ୍‌କ୍ୟୁ ଦିପାଜଂଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଂଧ୍ୟାରେ ସମ୍ପର୍ଣ୍ଣ ହୋଇଯାଇଛି । ଏହି ଆକଳନ ଦଳକୁ ଜମଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା.ଆଦିତ୍ୟ ଭୋଇ ଓ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା.ଦେବାଶିଷ ରଥ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଜମଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଦହିଗାଁ ଓ ଖଲିଆପାଲି ଉପକେନ୍ଦ୍ରକୁ ମଧ୍ୟ ଜିଲ୍ଳା କାୟାକଳ୍ପ ଆକଳନ ଦଳ ଯାଇଥିଲେ । ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ, ସମସ୍ତ ପ୍ରକାର ଫାଇଲ ଓ ରେକଡ ଯାଂଚ କରିଥିଲେ । ସବୁ କିଛି ଠିକ ଠାକ ଥିବାରୁ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏନକ୍ୟୁଏଏସ ରେ ନେବାକୁ ଜିଲ୍ଳା କାୟାକଳ୍ପ ଦଳ ଉପଦେଶ ଦେଇଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫର୍ମାସିଷ୍ଟ ସୋମନାଥ ମେହେର, ଷ୍ଟପ ନର୍ସ ଦୀପିକା ଛତ୍ରିଆ, ଏଲଟି ଦେବେନ୍ଦ୍ର ମେହେର, ସ୍ୱାସ୍ଥ୍ୟ ପରିଦର୍ଶକ ରାଜେନ୍ଦ୍ର ମିଶ୍ର, ଏଟେଣ୍ଡାଂଟ ଉପେନ୍ଦ୍ର ସାହୁ, ସିକ୍ୟରିଟି ଗାର୍ଡ ଉଦିତ ପଟେଲ, ସଫେଇ କର୍ମଚାରୀ ଉତମ କଲେତ ଓ ଅହଲ୍ୟା କଲେତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

ପ୍ରକାଶ ଯୋଗ୍ୟ ଯେ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨୦୨୧-୨୨ ବର୍ଷରେ ଜିଲ୍ଳା ସ୍ତରରେ “କାୟାକଳ୍ପ” ଯୋଜନାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା.ଦେବାଶିଷ ରଥଙ୍କ ପ୍ରତକ୍ଷ ତତ୍ୱାବଧାନରେ ସମସ୍ତ କର୍ମଚାରୀ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି ।

0
0
0
s2sdefault