୯୯.୯୯ ପ୍ରତିଶତ ସହ ରାୟପୁର ଟପର
ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଅଖିଲେଶ ଅଗ୍ରଓାଲ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରିକ୍ଷାରେ ୯୯.୯୯ ପ୍ରତିଶତ ମାର୍କ ରଖି ଛତିଶଗଡ ରାଜ୍ୟରେ ପ୍ରଥମ ସ୍ଥାନ ରଖିବା ସହ ମେଲଛାମୁଣ୍ଡା ଅଂଚଳରେ ପ୍ରଶଂସାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଅଖିଲେଶ ମେଲଛାମୁଣ୍ଡାରେ ଚତୁର୍ଥ ଶ୍ରେଣ୍ରୀ ପର୍ଯ୍ୟନ୍ତ ପଢିବା ପରେ ଛତିଶଗଡ ରଜ୍ୟ ରାୟପୁରସ୍ଥିତ ଦିଶା ଏଜୁକେସନ ଇଷ୍ଟିଚୁଟରେ ଦଶମ ଶ୍ରଣୀ ପର୍ଯ୍ୟନ୍ତ ପଢିଥିଲେ । ବର୍ତମାନ ଏଥିନା ଓାଲ୍ଡ ପବ୍ଲିକ ସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ଚଳିତ ଜାନୁୟାରି ସେସନରେ ପରିକ୍ଷା ଦେଇ ଅଖିଲେଶ ଆଠ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ପଛରେ ପକାଇ ରାୟପୁରରେ ଟପର ହୋଇଛନ୍ତି । ଅଖିଲେଶ ପଦାର୍ଥ ବିଜ୍ଞାନରେ ୯୯.୯୬ ପ୍ରତିଶତ, ରସାୟନ ବିଜ୍ଞାନରେ ୯୯.୯୭ ପ୍ରତିଶତ ଓ ଗଣିତରେ ୧୦୦ ପ୍ରତିଶତ ଏହିପରି ସର୍ବମୋଟ ୯୯.୯୯ ପ୍ରତିଶତ ମାର୍କ ରଖି ରେକଡ ସୃଷ୍ଟି କରିଛନ୍ତି । ଅଖିଲେଶ ଦିନକୁ ୧୨ ଘଂଟା ପରିଶ୍ରମର ଫଳ ପାଇଥିବା ବୋଲି ସୂଚନା ଦେବା ସହ ତାଙ୍କର କୃତ କାର୍ଯ୍ୟର ଶ୍ରେୟ ତାଙ୍କ ବାପା ମା ନିର୍ମଲ ଅଗ୍ରଓାଲ ଓ ଗୋଲଡି ଅଗ୍ରଓାଲ, ବଡ ବାପା ମା କମଲ ଅଗ୍ର୍ରଓାଲ ଓ କାମନା ଅଗ୍ରଓାଲ ଏବଂ ଜେଜେ ବାପା ପୁରମମଲ ଅଗ୍ରାଓାଲ ସହିତ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି । ଅଖିଲେଶଙ୍କ କୃତକାର୍ଯ୍ୟର ଖବର ପାଇବା ପରେ ମେଲଛାମୁଣ୍ଡା ଅଂଚଳରେ ବୁଦ୍ଧିଜୀବ ମହଲରେ ଆନନ୍ଦର ଲହରି ଖେଳିଯିବା ସହ ପ୍ରଶଂସାର ସୁଅ ଛୁଟୁଛି ।