ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ପ୍ରଶାସନ ତଥା ନୟାଗଡ଼ ଡାକ ମଣ୍ଡଳ ପକ୍ଷରୁ ମିଳିତ ଭାବରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ସଦଭାବନା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠତି ଏହି ବୈଠକରେ ନୟାଗଡ଼ ଡାକ ମଣ୍ଡଳ ଅଧୀକ୍ଷକ ଖଗେଶ୍ୱର ମଲ୍ଲିକ, ସହକାରୀ ଡାକ ଅଧୀକ୍ଷକ ବିଜୟ କୁମାର ସାହୁ ଏବଂ ଆଇପିପିବି ମ୍ୟାନେଜର ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଝିଅ ମାନଙ୍କର ଆଗାମୀ ତଥା ଉଜ୍ୱଳ ଭବିଷ୍ୟତ ନିମନ୍ତେ ଭାରତୀୟ ଡାକର ଲୋକାଭିମୁଖୀ ସୁକନ୍ୟା ସମୃଦ୍ଧି ଯୋଜନାର ଉପଯୋଗିତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହିଁ ଉକ୍ତ ବୈଠକର ଉଦ୍ଦେଶ୍ୟ ଥିଲା । ବିଶେଷ କରି ନିଜ ଅର୍ଥକୁ ସୁରକ୍ଷିତ ରଖିବା ପାଇଁ ଡାକଘରେ ଅର୍ଥ ଜମା ରଖିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ବିତ୍ତୀୟ ସମାବେଶକରଣ ଏବଂ ଆର୍ଥିକ ଆତ୍ମନିର୍ଭରତା ଅଭିଯାନକୁ ସଫଳ ରୂପାୟନ କରିବା ଉପରେ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ମଲ୍ଲିକ ଆଲୋକପାତ କରିଥିଲେ । ଡାକଘରେ ଉପଲବ୍ଧ ସମସ୍ତ ସଞ୍ଚୟ ଯୋଜନା ଉପରେ ସଂକ୍ଷିପ୍ତ ସୂଚନା ଦେବା ସହ ତାହାର ଉପକାରିତା ବିଷୟରେ ସୂଚନା ଦେଇଥିଲେ । ଡାକଘରେ ଆଧାର ପଞ୍ଜୀକରଣ ଏବଂ ସଂଶୋଧନ ସେବା ମଧ୍ୟ ଉପଲବ୍ଧ ରହିଛି ଏବଂ ସର୍ବସାଧାରଣ ଏହା ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାନୁୟାରୀ ୨୨, ୨୦୧୫ ରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ଅଂଶ ଭାବରେ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରାଯାଇଥିଲା । ଆଠ ବର୍ଷ ବିତି ଯାଇଥିଲେ ଏବେ ବି କିଛି ଏହି ଲାଭପ୍ରଦ ଯୋଜନା ବିଷୟରେ ଅବଗତ ହୋଇପାରି ନାହାନ୍ତି । ନୟାଗଡ଼ ଜିଲ୍ଲାରେ ୨୮ ହଜାର ସୁକନ୍ୟା ଆକଉଣ୍ଟ ଖୋଲା ଯାଇଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାର ସମସ୍ତ ଗ୍ରାମ ଗୁଡ଼ିକୁ କିପରି ସମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମରେ ପରିଣତ କରାଇପାରିବା ସେ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହିଥିଲେ ।

0
0
0
s2sdefault