ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ହନୁମାନ ମନ୍ଦିର ଛକ ଠାରେ ଡୁଙ୍ଗୁରିପାଲି ସହଲା ଭାୟା ସୁନାପାଲି ରାସ୍ତାର ଉନ୍ନତୀକରଣ ପାଇଁ ହେବାକୁ ଥିବା ରାସ୍ତା କାମ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅର୍ଥ ସଂସଦୀୟ ବ୍ୟପାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ | ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୭ ସମୟରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦିଗଶିରା ଗ୍ରାମ କୁ ପହଂଚି ଥିଲେ | ସେଠାରେ ପ୍ରଥମେ ଗ୍ରାମବାସୀ ମନ୍ତ୍ରୀ ଙ୍କୁ ସ୍ୱାଗତ ଜଣାଇ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ଦିଗଶିରା ହରିଜନ ପଡ଼ା କୁ ପହଂଚି ଥିଲେ |ୱାର୍ଡ ସଭ୍ୟା ପୂଜା ବାଗ ଙ୍କ ଶହ ପଡ଼ାବାସୀ ମନ୍ତ୍ରୀଙ୍କୁ ପୁଷ୍ପ ମାଲ୍ୟ ଓ ଉପଢୌକନ ଦେଇ ସ୍ୱାଗତ ଜଣାଇ ଥିଲେ, |ମନ୍ତ୍ରୀ ପଡାବାସୀ ଙ୍କ ସୁବିଧା ଅସୁବିଧା ଆପତ୍ତି ପଚାରି ବୁଝି ଥିଲେ |ନିକଟରେ ଥିବା ଖେଳ ପଡ଼ିଆ ର ଉନ୍ନତୀକାରଣ ଓ ଅର୍ଦ୍ଧ ନିର୍ମାଣ ହୋଇ ଥିବା କଲ୍ୟାଣ ମଣ୍ଡପ ର ଉନ୍ନତୀକାରଣ ପାଇଁ ୧୦ ଲକ୍ଷ ଟଙ୍କା ପୁଣି ଦିଆଯିବ ବୋଲି ପ୍ରତିଶୃତି ଦେଇ ଥିଲେ |ପରେ ଦିଗଶିରା ହନୁମାନ ମନ୍ଦିର ଛକ ଠାରେ, ଗ୍ରାମ୍ୟ ନିର୍ମାଣ ବିଭାଜନ ସୋନପୁର ବିଭାଗରେ ମଞ୍ଜୁର ହୋଇ ଥିବା ୨ କୋଟି ୬୪ ଲକ୍ଷ ୬୪ ହଜାର ଟଙ୍କା ର ନିର୍ମାଣ ହେବାକୁ ଥିବା ଦିଗଶିରା ହରିଜନ ପଡ଼ା ଡୁଙ୍ଗୁରିପାଲି ସହଲା ଭାୟା ସୁନାପାଲି ରାସ୍ତା ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ମନ୍ତ୍ରୀ ନିରଞ୍ଜନପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କରିଥିଲେ |ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା |ଦିଗଶିରା ସରପଞ୍ଚ କୌଶଲ୍ୟା ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଶହ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ୟଜ ସାହୁ, ପୂର୍ବତନ ଜିଲା ପରିଷଦ ସଭାପତି ହିମାଂଶୁ ଶେଖର ବିଶ୍ୱାଳ,ସମିତି ସଭ୍ୟା ମମତା ମହାନନ୍ଦ, ସୁନାପାଲି ଗ୍ରାମ ପଂଚାୟତ ସରପଞ୍ଚ ପୁଷ୍ପାଞ୍ଜଳୀ ସେଠ୍, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ସୋନପୁର ନରେନ୍ଦ୍ର କୁମାର ରେଡ୍ଡୀ ମଞ୍ଚାସିନ ଥିଲେ |ଏହି ସଭାରେ ମନ୍ତ୍ରୀ ଶ୍ରୀ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା, ଆପତ୍ତି ଅଭିଯୋଗ ପଚାରି ବୁଝି ସବୁ ସମସ୍ୟା ର ସମାଧାନ ଶହ ଗ୍ରାମରଯେପରି ବିକାଶ ହେବ, ଚାଷୀ ମାନଙ୍କ ଉନ୍ନତି ତଥା ଗ୍ରାମର ବିଭିନ୍ନ ସମସ୍ୟା କୁ ଅଗ୍ରାଧିକାର ଦିଆଯିବ ଓ ଆଗାମୀ ଦିନରେ ଅଙ୍ଗନଦୀରେ ଏକ ବ୍ରିଚ ନିର୍ମାଣ କରାଯିବ ସଭାରେ ମନ୍ତ୍ରୀ ପ୍ରତିଶୃତି ଦେଇ ଥିଲେ |ପୂର୍ବତନ ୱାର୍ଡ ସଭ୍ୟ ଦୀନବନ୍ଧୁ ସୁନା ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସଭା ପରିଚାଳନା କରିଥିଲେ |କାର୍ଯ୍ୟକ୍ରମ ରେ ପୂର୍ବତନ ଦିଗଶିରା ସରପଞ୍ଚ ଲବ ମେହେର, ପ୍ରଦୀପ ମହାନନ୍ଦ,ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର କୁମାର ତ୍ରିପାଠୀ, ପ୍ରଭାତ ମହନ୍ତ, କନିଷ୍ଠ ଯନ୍ତ୍ରୀ ବିକ୍ରମ ଖିଲାରୀ ଉପସ୍ଥିତ ଥିଲେ |ଦିଗଶିରା ଗ୍ରାମର ମହିଳା ଏସଏଚଜି ୱାର୍ଡ ସଭ୍ୟ, ସଭ୍ୟା ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ |
ରାଜ୍ୟ
ରାସ୍ତା ଉନ୍ନତୀକାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ,
- Hits: 363