ହେଡଲାଇନସ୍:

ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା , ମାନ୍ୟବର ମନ୍ତ୍ରୀ , ଅନୁସୂଚିତ ଜାତି , ଜନଜାତି ସଂଖ୍ୟାଲଘୁ ,ପଛୁଆବର୍ଗ ବିକାଶ ଏବଂ ଆଇନ୍ ଓଡ଼ିଶା ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ସାଂସଦ, ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାରାୟଣ ରାଓ , ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତ୍ରିପତି ରାଓ , ଜିଲ୍ଲାପରିଷଦ ଉପ-ଅଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ , ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍. କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ମଞ୍ଚାସୀନ ରହି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।
ରାଜ୍ୟ ସରକାରଙ୍କର ଯେଉଁସବୁ ଉନ୍ନୟନ ମୂଳକ କାର୍ଯ୍ୟ ଗଜପତି ଜିଲ୍ଲାରେ ଚାଲୁ ରହିଛି ଏବଂ ଆଗକୁ କରାଯିବାର ଯୋଜନା ରହିଛି ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନେ ସେଗୁଡ଼ିକୁ ତଦାରଖ କରିବା ଆବଶ୍ୟକତା ରହିଅଛି। ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ ରାଜ୍ଯ ସରକାର ଗଜପତି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ।
୫-ଟି ଓ ମୋ ସରକାର ଭଳି ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଏକ ଅଭିନବ ପଦକ୍ଷେପ। ଗଜପତି ଜିଲ୍ଲାପ୍ରଶାସନ କାର୍ଯ୍ୟ ଦକ୍ଷତା ଉପରେ ତାଙ୍କର ଭରସା ମଧ୍ୟ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
ସେମାନଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ। ଗଜପତି ଜିଲ୍ଲାରେ ବିଭିନ୍ନ ଯୋଜନା ଗୁଡ଼ିକର ସମାଧାନ ପାଇଁ ଆମେ ଯୋଜନା ମଧ୍ୟ କରିଛୁ। ତେବେ ଜିଲ୍ଲା ଯୋଜନା ଅଟକଳ ୨୦୨୧-୨୨ ଓ ୨୦୨୨-୨୩ ଏବଂ ବିଜୁ କଲ୍ୟାଣ କନ୍ଧମାଳ ଓ ଗଜପତି ଯୋଜନା ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ପାଇଁ ସମସ୍ତଙ୍କର ପରାମର୍ଶ କାମନା କରିଥିଲେ।
ଏହି ବୈଠକରେ ଜିଲ୍ଲା ଯୋଜନା କମିଟି ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ କୁଳମଣୀ ରାଉତ ପଏଣ୍ଟ ମାଧ୍ୟମରେ ସଂକ୍ଷିପ୍ତ ଜିଲ୍ଲା ପରିଚୟ , ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମ , ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟ , ଆଶଂକା ଆଧାରିତ ରଣନୀତିକ ଯୋଜନା , ଆର୍ଥିକ ବର୍ଷ ୨୦୨୧-୨୨ ଓ ୨୦୨୨-୨୩ ପାଇଁ ବିଭାଗର ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିବା ବେଳେ କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ , ଗ୍ରାମ୍ୟ ଉନ୍ନୟନ , ବିଶେଷ ଆଞ୍ଚଳିକ କାର୍ଯ୍ୟକ୍ରମ , ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ , ଶକ୍ତି ବିଭାଗ , ଶିଳ୍ପ ଓ ଖଣିଜ , ପରିବହନ , ବିଜ୍ଞାନ , ପରିବେଶ , ସାଧାରଣ ଆର୍ଥିକ ସେବା , ସାମାଜିକ ସେବା ଓ ସାଧାରଣ ସରକାରୀ ସେବା ବାବଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସମୁଦାୟ ୧୨୫୯ କୋଟି ୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସମୁଦାୟ ୧୪୩୨ କୋଟି ୩୯ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ସଡ଼କ , ବିଜୁଳି , ପାଣି ଓ ଅନ୍ୟାନ୍ୟ ବାବଦରେ ସମୁଦାୟ ୩ କୋଟି ୫୦ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେହି ସବୁ ବାବଦରେ ସମୁଦାୟ ୩ କୋଟି ୫୦ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହାକି ଜିଲ୍ଲା ଯୋଜନା କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା।
ଉକ୍ତ ବୈଠକରେ ଅତିରିକ୍ତ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ (ଯାନ୍ତ୍ରିକ) ଶ୍ରୀ ଜ୍ୟୋତିରାଜ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା , ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ସମିତି ସଭ୍ୟ ଓ ସଭ୍ୟାଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟ ସଭ୍ୟା , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ପ୍ରମୁଖ ଯୋଗଦେଇଥିଲେ।

0
0
0
s2sdefault