ହେଡଲାଇନସ୍:

ବିଶିଷ୍ଟ ଶିକ୍ଷାବିତ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡକ୍ଟର ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଚ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ: ମୋଟ 21 ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି


ଝିମାଣୀ- ଜଗତସିଂହପୁର ଅଂଚଳର ବିଶିଷ୍ଟ ଶିକ୍ଷାବିତ, ସଂଗଠକ, ସମାଜସେବୀ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ପୈତୃକ ଗ୍ରାମ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତର ଝିମାଣୀରେ ତାଙ୍କ ପ୍ରତିଷ୍ଠିତ ଜନତା ନୋଡାଲ ହାଇସ୍କୁଲରେ ଡକ୍ଚର ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଚ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତୀ ପ୍ରଦାନ କରାଯାଇଛି।
ଡକ୍ଚର ପଣ୍ଡାଙ୍କ ସହଯୋଗରେ ପ୍ରତିଷ୍ଠିତ ଝିମାଣୀସ୍ଥ ନାରାୟାଣ ବୀରବର ସାମନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟା ଡକ୍ଟନ ବନପ୍ରଭା ପରିଡାଙ୍କ, ଅଧ୍ୟାପକ କିଶୋର ଜେନା, ବିଦ୍ୟାଳୟର ଶିକ୍ଷୟୀତ୍ରୀ ସାଗରିକା ଧଳ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସୂତାର ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ,ପ୍ରମୁଖ ଯୋଗଦେଇ ଡକ୍ଚର ପଣ୍ଡାଙ୍କ ସ୍ମରୁତି ଚାରଣ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ଟ୍ରଷ୍ଚର ଅନ୍ୟତମ ସଦସ୍ୟ ତଥା ଡକ୍ଟର ପଣ୍ଡାଙ୍କ ଭଣଜା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଁଇ ଚରଣ ଚୌଧୁରୀ, ପୁତୁରା ପ୍ରକାଶ ପଣ୍ଡା ଉପସ୍ଥିତ ରହିଲେ।
ଜନତା ବିଦ୍ୟାପୀଠର କୃତିଛାତ୍ରତପନ ସାମଲ (ଏବେ କଟକ ସ୍ଥିତ ଓଡିଶା ସ୍କଲୁ ଅଫ ଇଞ୍ଜିନିୟରିଂରେ ଅଧ୍ୟୟନରତ) ଓ କୃତିଛାତ୍ରୀ ଶିଳ୍ପା ଭୋଇ (ଏବେ ଆଦିକବି ସାରଳାଦସ କଲେଜରେ ଅଧ୍ୟୟନରତ) ଏବଂ ନାରାୟାଣ ବୀରବର ସାମନ୍ତ ମହାବିଦ୍ୟାଳୟର କୃତୀଛାତ୍ରୀ ସସ୍ମିତା ତରାଇ ( ଏବେ ଆରଡି ମହାବିଦ୍ୟାଳୟରେ ଅଧ୍ୟୟନରତ) ସସ୍ମିତା ରାଉତ ( ଏବେ ଜଗତସିଂହପୁର ଏସଭିଏସମ କଲେଜରେ ଅଧ୍ୟୟନରତ)ଙ୍କୁ ଅତିଥିମାନେ ସମ୍ମାନୀତ କରିବା ସହ ଡକ୍ଟର ସତ୍ୟାନନ୍ଦ ପଣ୍ଡା ପଞ୍ଚମ ସ୍ମାରକୀ ମେଧାବୃତ୍ତି ବାବଦରେ ଚେକ ଓ ଟ୍ରଫି ପ୍ରଦାନ କରିଥିଲେ।
ସ୍କୁଲର ପୂର୍ବତନ ଛାତ୍ର ଅନନ୍ତ ଲେଙ୍କା, କୃଷ୍ମମାଝୀଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ରଞ୍ଜିତା ମହାପାତ୍ର, ଇପସିତା ପ୍ରଧାନ, ସୂଚିତ୍ରା ଦାସ, ସୀମାରାଣୀ ଦାସ, ମିନାକ୍ଷୀ ତ୍ରିପାଠୀ, ଅନନ୍ଚ ବେହେରା, ଆଶୁତୋଷ ମୁଦୁଲି, ଉପାନନ୍ଦ ମହାନ୍ତି, କ୍ଷତିଶ ବାରିକ, ଅନୁଜୟ ସାମଲ, ବିଚିତ୍ରାରାନନ୍ଦ ସୂତାର, ସ୍କୁଲ ଷ୍ଟାଫ ଅକ୍ଷୟ ସାହୁ ତଥା ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତି ଥିଲେ।
2018ରେ ଗଠିତ ଏହି ଟ୍ରଷ୍ଟ ପକ୍ଷରୁ ବର୍ତ୍ତମାନସୁଦ୍ଧା 21 ଜଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି।
କୈବର୍ତ୍ତ ସମାଜ ଜୀବନଯାତ୍ରା ଉପରେ ରାଜ୍ୟରେ ପ୍ରଥମ ଥର ପାଇଁ ନୃତ୍ତତୋବିଭାଗରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚଡି କରି ଅଧ୍ୟାପନା ଛାଡି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଗବେଷଣା, ସମାଜସେବା ଆଦି କାର୍ଯ୍ୟରେ ବ୍ରତୀ ଥିବା ଡକ୍ଟର ପଣ୍ଡା, 2018 ଜାନୁୟାରୀ 5ରେ ହୃଦଘାତରେ ଶିକାର ହୋଇ ପ୍ରାଣତ୍ୟାଗ କରିଥିଲେ।ତାଙ୍କ ମୃତ୍ୟୁପରେ ତାଙ୍କ ଲିଖିତ ଦ୍ବିତୀୟ ପୁସ୍ତକ ହିଷ୍ଟ୍ରୀ ଅଫ ପାରାଦୀପ 2020ରେ ଟ୍ରଷ୍ଟ ତରଫରୁ ପ୍ରକାଶ କରାଯାଇଛି।

0
0
0
s2sdefault