ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ଅର୍ନ୍ତଗତ ମେଲଛାମୁଣ୍ଡା ଆସନ ମନ୍ଦିରରେ ଗୁରବାର ଅପରାହ୍ନରେ ପରମହଂସ ଶ୍ରୀମଦ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଛବି କେନ୍ଦ୍ର ଆସନ ମନ୍ଦିର ବିରତୁଙ୍ଗରୁ ଆସି ପହଂଚିଛନ୍ତି । ମେଲଛାମୁଣ୍ଡାରେ ଅପେକ୍ଷାରତ ଭକ୍ତ ବୃନ୍ଦ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ଶୋଭାଯାତ୍ରାରେ ୨ ହଜାରରୁ
ଉର୍ଦ୍ଧ୍ୱ ଭକ୍ତ ଉପସ୍ଥିତ ଥିବା ବେଳେ ରେମତାର ଘଂଟ ପାର୍ଟି, ବନାବିରାର ଘୁମୁରା, ଜାମୁଟପାଲିର ମହିଳା ସଂର୍କିତନ୍ୟ, ଜାମପାଲିର ଦୁଲଦୁଲି, କେଲେଣ୍ଡା ଓ ମେଲଛାମୁଣ୍ଡାର ସଂର୍କିତନ୍ୟ ଦଳ ସବୁ ଶୋଭାଯାତ୍ରାର ଆର୍କଷଣ ବଢେଇ ଦେଇଥିଲେ । ନିଳାଚଳ ସାରସ୍ୱତ ସଙ୍ଘର ସଭାପତୀ ଗଗନେନ୍ଦ୍ର ମହାନ୍ତି, ସଂପାଦକ ବ୍ରହ୍ମାନନ୍ଦ ସ୍ୱାଇଁ, ପରିଚାଳନା କମିଟି ସଦସ୍ୟ ସୁଧିର ଲେଙ୍କା ଓ ପୁର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଠାକୁରଙ୍କ ସହିତ ଆସିଛନ୍ତି । ମେଲଛାମୁଣ୍ଡାର ପ୍ରବେଶ ପଥରେ ସମ୍ମିଳନୀ ଆବାହକ କମିଟି ସଭାପତୀ ପୂର୍ବତନ ମନ୍ତ୍ରୀ ତଥା ଭଟଳି ବିଧାୟକ ସୁଶାନ୍ତ ସିଂ ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଠାକରଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ମେଲଛାମୁଣ୍ଡା ଆସନ ମନ୍ଦିରର ନିମାଇଁ ଚରଣ ପଣ୍ଡା, ଦୁର୍ଗାମାଧବ ପଧାନ, ସନୁ ଗଡତିଆ, ଅନୁଜ ପଣ୍ଡା ସମେତ ଅଂଚଳର ସମସ୍ତ ଭକ୍ତବୃନ୍ଦ ସହଯୋଗ କରିଥିଲୋ | ପ୍ରକାଶ ଯୋଗ୍ୟ ଯେ ମେଲଛାମୁଣ୍ଡାସ୍ଥିତ ଆସନ ମନ୍ଦିରରେ ଆସନ୍ତା ଫେବୃଆରୀ ମାସ ୪, ୫ ଓ ୬ ତାରିଖ ତିନି ଦିନ ଧରି ପରମହଂସ ଶ୍ରୀମଦ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବ । ଶ୍ରୀ ଶ୍ରୀ ଠାକୁର କେନ୍ଦ୍ର ଆସନ ମନ୍ଦିର ବିରତୁଙ୍ଗ ରୁ ଗତ ଜାନୁୟାରୀ ୮ ତାରିଖରୁ ବାହାରି ବରଗଡ ନିଗମାନନ୍ଦ ଆଶ୍ରମରେରୁ ବାହାରି ସୋହେଲା ବନାବିରା ଆଶ୍ରମ ହୋଇ ସମ୍ମଳନୀ କ୍ଷେତ୍ର ମେଲଛାମୁଣ୍ଡା କୁ ପହଂଚିଥିଲେ | କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ସମଗ୍ର ଓଡିଶା ସମେତ ବରଗଡ ଜିଲ୍ଳାରୁ ପ୍ରାୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବ ବୋଲି ଆଶା କରାଯାଉଥିବା ବେଳେ ଭକ୍ତ ମାନଙ୍କ ରହିବା ପାଇଁ ମହିଲା ଓ ପୁରୁଷ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର କେମ୍ଫ, ଶୌଚାଳୟ ଏବଂ ପ୍ରସାଦ ସେବନ ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି |
ରାଜ୍ୟ
ମେଲଛାମୁଣ୍ଡା ଆସନ ମନ୍ଦିରରେ ପହଂଚିଲେ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଛବି: ସ୍ୱାଗତ ପାଇଁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା
- Hits: 292