ହେଡଲାଇନସ୍:

ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୟୁତ ରେଡକ୍ରସ ତରଫରୁ ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏହି ଅବସରରେ ୟୁଡ ରେଡକ୍ରମ କାଉନସେଲର ଅଧ୍ୟାପକ ଭୂପତୀ କାଲୋ ୟୁତ ରେଡକ୍ରସର ସ୍ଥାପନ ଓ କାର୍ଯ୍ୟକାରଣୀ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଦିଗ ଦର୍ଶନ ଦେଇଥିବା ବେଳେ ସଭାଟିକୁ ଅଧ୍ୟାପକ ଡ. ପ୍ରଦୀପ କୁମାର ପ୍ରଧାନ ପରିଚାଲନା କରିଥିଲେ । ସଭାରେ ଅଧ୍ୟାପକ ମିନକେତନ ବିଶ୍ୱାଲ, ଅଧ୍ୟାପକ ଡ. ସରୋଜ କୁମାର ଦାସ, ଅଧ୍ୟାପକ ସୁଶାନ୍ତ କୁମାର ନାୟକ, ଅଧ୍ୟାପକ ମହେଶ କୁମାର ମିଶ୍ର ପ୍ରମୁଖ ମଂଚାସିନ ଥିଲେ । କାର୍ଯ୍ୟକ୍ରମ ସବୁକୁ ସୁବାଷ ପଧାନ, ସୁନିଲ ଜୈନ, ମୀନତି ରଥ, ସବିତା ସେଠ, ସଂଯୁକ୍ତା କାଣ୍ଡ ଓ ଉପେନ୍ଦ୍ର ଜାଲ ସହଯୋଗ କରିଥିଲେ ।

0
0
0
s2sdefault