-
ବିପୁଳ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ଜବତ
-
ଧରା ପଡ଼ି ଜେଲଗଲା ମଦ ବ୍ୟବସାୟୀ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଧିକାରୀ ଙ୍କୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ , ପାଇକମାଲ ବ୍ଲକ ଭୁବନେଶ୍ୱରପୁର ନିକଟବର୍ତ୍ତୀ ଯୋଗେନ୍ଦ୍ରନାଥପୁର ଗ୍ରାମରେ ଅବୈଧ ଭାବରେ ମଦ ବ୍ୟବସାୟ ଚାଲିଛି । ସମ୍ପୁର୍ଣ୍ଣ ସୂଚନାଟି ହେଲା , ଗ୍ରାମର ଏକ ସ୍ଥାନରେ ଏକ ଝୁପୁଡି କରି ନୂଆପଡା ଜିଲ୍ଲା ବେଳଟୁକୁରି ଥାନା ଅନ୍ତର୍ଗତ ବିଶୋରା ଗ୍ରାମର ଚନ୍ଦ୍ର ପାଳ ଡନସନା ଙ୍କର ପୁଅ ଟିକେଶ୍ୱର ଡନସନା , ଏହି ଯୋଗେନ୍ଦ୍ରନାଥପୁର ରେ ଅବୈଧ ଭାବରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଛି । ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ , ସବଇନ୍ସପେକ୍ଟର ଶ୍ରୀ ପି ଏନ ଖାସ ଙ୍କର ନେତୃତ୍ୱରେ ଏକ ଟିମ ଗଠନ କରି ଅଭିଯୁକ୍ତ କୁ ଧରିବା ପାଇଁ ପଠେଇ ଦେଇଥିଲେ । ସବଇନ୍ସପେକ୍ଟର ଙ୍କର ନେତୃତ୍ୱରେ ଯାଇଥିବା ଟିମ ଅଭିଯୁକ୍ତ କୁ ଧରିବା ସହିତ , ଅଭିଯୁକ୍ତ ନିକଟରୁ ବିଭିନ୍ନ ବ୍ରାଣ୍ଡ ଓ ସାଇଜ ର 48 ଗୋଟି ବିଦେଶୀ ମଦ ବୋତଲ ସହିତ 24 ଗୋଟି ବିଅର ବୋତଲ ଓ 300 ଗୋଟି ଦେଶୀ ମଦ ପାଉଚ ଜବତ କରି ଥାନାକୁ ଆଣିଥିଲେ । ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦେଶ ରେ ଏ ଏସ ଆଇ ମଧୁସୂଦନ ବାଗ ପାଇକମାଲ ଥାନାରେ କେଶ ନମ୍ଭର 9/2023 ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ଚଢ଼ାଉ ରେ ଏ ଏସ ଆଇ ବି ବିଶ୍ୱାଳ , ହାବିଲଦାର ସୁକାନ୍ତ ସାହୁ , ସିପାହୀ ଜି ଶବର ପ୍ରମୁଖ ସାମିଲ ଥିଲେ ।।