ହେଡଲାଇନସ୍:

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ - ଉମରକୋଟ ରେ ଉପଖଣ୍ଡ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆୟଜନ କରାଯାଇଥିଲା। ତହସିଲଦାର ଏନ୍ ଜଗତ ଜିବନ ଚୌଧୁରୀଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ ହେଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୌରଦକ୍ଷା ରାଧା ଭତ୍ର।, ବ୍ଲକ୍ ଅଧ୍ୟକ୍ଷା ସୁଶୀଳା ମାଝୀ, ପୌର ନିର୍ବାହୀ ଅଧିକାରୀ ୠଷି ମାଝୀ, ଆଇଆଇସି ଦୀପକ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉମରକୋଟ ରାଜସ୍ଵ ନୀରିକ୍ଷକ ଶିବ।ନନ୍ଦ ରାଉତ ମଂଚ ପରିଚାଳନ। କରିଥିଲେ।
ବୈଠକ ରେ ପ୍ୟାରେଡ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସ୍କୁଲ ସ୍ତର ରେ ଡିବେଟ, ଗୀତ, ଚିତ୍ର ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଠିତ ହେବ ଓ କୃତି ଛାତ୍ର ଛାତ୍ରୀ ଙ୍କୁ ସାଧାରଣତନ୍ତ୍ର ଦିବସ ଦିନ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯିବ। ଏଥିସହ ଉତ୍ସବ ଯେପରି ମହା ଆଡ଼ମ୍ବର ଓ ଶାନ୍ତି ଶୃଙ୍ଖଳା ରେ ସମ୍ପନ୍ନ ହେବ ସେଥିନେଇ ବିସ୍ତୃତ ଆଲୋଚନା ହେଇଥିଲା। ବୈଠକ ରେ କିଛି ଦୋକାନ ଗୃହ ନିର୍ମାଣ ପାଇଁ ଦାବି ହେଇଥିଲା ଯେଉ ଟଙ୍କା ରେ ସ୍ଵାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଲୋକ ଙ୍କ ଠାରୁ ଚ।ନ୍ଦା ନ ମାଗି ପାଳନ ନେଇ ଦାବୀ ଉଠିଥିଲା। ବୈଠକ ଶେଷ ରେ ଚିନ୍ତାମଣି
ବେହେରା ଓ ଜଗନ୍ନାଥ ରାଉତ ଙ୍କ ଅକାଳ ବିୟୋଗ ରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକ ରେ ଉମରକୋଟ ପୌର ପରିଷଦ ର କାଉନସିଲର ମାନେ ଉପସ୍ଥିତ ଥିଲେ ସେମାନେ ହେଲେ ମନଜ କୁମାର ନାୟକ, ନୀଲମ ହରିଜନ, ସଞ୍ଜୟ ସରକାର, ଇତିଶ୍ରୀ ଦୋଲେଇ, ସାଇ ନାରାୟଣ ପାଢୀ, ରେବା ମଣ୍ଡଳ, ଶିଖ। ରାଣୀ ସରକାର ଓ ଚିନ୍ମୟୀ ଠାକୁର ଙ୍କ ସମେତ ପୂର୍ବତନ ନଗରପାଳ ପି, ରାବଣ। ରାଓ, ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ସାହୁ, ସରକାରି ଓକିଲ ଶ୍ରୀନିବାସ ପଟନାୟକ, ହେଲ୍ପ ଲାଇନ ର ନିର୍ଦ୍ଧେଶକ ଦୁର୍ଗା ପ୍ରସାଦ ମଲିକ, ଅଶୋକ କୁମାର ସାହୁ ଟୁଲୁ ସାହୁ, ବରିଷ୍ଠ ଆଇନଯିବି ରାମ ନାୟକ, ଶାନ୍ତିଲତା ମହାନ୍ତି, ଦେବୀ ସିଂ ମାଝି, ପ୍ରମୁଖ ଉପସ୍ଥିତ ରହିବା ସହ ଉମରକୋଟ ର ସମସ୍ତ ସରକାରୀ ଅଫିସ ର ପ୍ରତିନିଧି, ସ୍କୁଲ ର ଶିକ୍ଷକ ମାନେ ଉପସ୍ଥିତ ଥିଲେ।

0
0
0
s2sdefault