ହେଡଲାଇନସ୍:

ସୁନ୍ଦରଗଡ଼ ମାସନ୍ନିକାନୀ ଟୋଲଗେଟ ଠାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ(ବସନ୍ତ କୁମାର ଜେନା): ମାସ୍ନିକାନି ଟୋଲ୍ ଗେଟ୍ ଠାରେ ସମ୍ବଲପୁର ରୁଟ ଅଫିସର୍ ଶ୍ରୀ ମନୋଜ ପଟ୍ଟନାୟକ ଙ୍କ ନେତୃତ୍ୱରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି ! ଏହି ସଚେତନ କର୍ମଶାଳାରେ ଇନଡିପେଣ୍ଡ ଇଂଜିନିୟର ଶ୍ରୀ ଜଗନ୍ନାଥ କୁମାର, ଏଲ୍ ଆଣ୍ଡ ଟି ର ପ୍ରୋଜେକ୍ଟ ହେଡ୍ ଶ୍ରୀ ଡି.କେ ବାରିକ, ରୁଟ ମେନେଜର ଆଶିଷ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ବୁଝାଇଥିଲେ ! ନିଶାସକ୍ତ ନହୋଇ ଗାଡ଼ି ଚଳାଇବା ଓ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ଅନୁରୋଧ କରିଥିଲେ ! ପରେ ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଏକ ଶୋଭାଯାତ୍ରା ସହିତ ସଚେତନ ଗାଡ଼ିକୁ ସୁନ୍ଦରଗଡ ପରିବହନ ଅଧିକାରୀ ଶ୍ରୀ ସୁକାନ୍ତ ଦାସ ଉଦଘାଟନ କରିଥିଲେ ! ଏହି ଗାଡି ସୁନ୍ଦରଗଡ ସହରରେ ପରିକ୍ରମା କରିବା ସହିତ ହେଲମେଟ ଓ ସିଟବେଲ୍ଟ ପିନ୍ଧିନଥିବା ଗାଡ଼ି ଚାଳକକୁ ସଚେତନ ର ବାର୍ତ୍ତା ବାଣ୍ଟିଥିଲେ ! ସମସ୍ତ ଅଫିସର୍ ତଥା ଆଖପାଖ ଅଞ୍ଚଳ ର ଗ୍ରାମବାସୀ ଉପସ୍ଥିତ ଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ରୁଟ ଅଫିସର୍ ଶ୍ରୀ ମଣିକଣ୍ଡମ, ଚନ୍ଦ୍ରଭାନୁ ଜୁରା, ବିକାଶ ନାଏକ, ଶୁଭମ୍ ବାରିକ, ଦୁର୍ଗା ପ୍ରସାଦ କିଶାନ, ଉମାକାନ୍ତ ପଟେଲ , ଆଶୁତୋଷ ନାଏକ, ଶ୍ରୀମନ୍ତ ସେନାପତି ପ୍ରମୁଖ ସହଯୋଗ କରିଥିଲେ ! ପରେ କାଂଶବାହାଲ ଟୋଲ୍ ଗେଟ୍ ରୁଟ ଅଫିସର୍ ଶ୍ରୀ ଶଙ୍କର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ !

0
0
0
s2sdefault