ହେଡଲାଇନସ୍:

ବାରବାଟୀରୁ ବିଶ୍ୱ ଦେଖିଲା ହକି ମହାକୁମ୍ଭ ଚିତ୍ତାକର୍ଷକର ଉଦ୍ଘାଟନୀ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ହକି ପୁରୁଷ ବିଶ୍ୱକପ ୨୦୨୩

ଭୁବନେଶ୍ୱର : ଉଦ୍ଘାଟିତ ହେଲା ହକି ମହାକୁମ୍ଭ | ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ହକି ପୁରୁଷ ବିଶ୍ୱକପ ୨୦୨୩। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ଟ୍ରଫିକୁ ଉଦଘାଟନ କରିଥିବା ବେଳେ ଉଦଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ୍ ଷ୍ଟାର ରଣବୀର ସିଂହ ଓ ଦିଶା ପଟାନୀଙ୍କ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ବ୍ୟାଣ୍ଡ ଥିଲା ଅନ୍ୟତମ ମୁଖ୍ୟ ଆକର୍ଷଣ |
ବାରବାଟୀରେ ଏକ ଚିତାକର୍ଷକ କାର୍ଯ୍ୟକ୍ରମରେ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ ପଟ୍ଟନାୟକ । କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ବିଶ୍ୱକପ ହକି ଆୟୋଜନ ପାଇଁ ଓଡିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ।
ଉଦ୍‌ଘାଟନୀ ଉତ୍ସବରେ ବଲିଉଡ କଳାକାର ରଣବୀର ସିଂହ, ଅଭିନେତ୍ରୀ ଦିଶା ପଟାନୀ, ନକାଶ ଅଜିଜ, ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୫ ହଜାରରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ପ୍ରୀତମ, ନୀତି ମୋହନ, ବେନି ଦୟାଲ, ଋତୁରାଜ ମହାନ୍ତି, ସ୍ନିତି ମିଶ୍ର, ଲିସା ମିଶ୍ର, ବ୍ଲାକସ୍ବାନ୍‌ ଗ୍ରୁପ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ସହଯୋଗୀଙ୍କ ଓଡ଼ିଶୀ ନୃତ୍ୟ ବେଶ୍ , ଆତସବାଜୀ, ଲେଜର ସୋ ସର୍ବୋପରି ଓଡିଶା ଲୋକ କଳାକାରଙ୍କ ଦ୍ୱାରା ପରିବେଷିତ ଲୋକ ନୃତ୍ୟ ଆକର୍ଷଣୀୟ ହୋଇଥିଲା |

0
0
0
s2sdefault