ହେଡଲାଇନସ୍:

ସେବା ସହିତ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି :- ମନୋଜ କୁମାର ତ୍ରିବେଦୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀ ଶ୍ରୀ ନୃସିଂହନାଥ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ର ସାତ ଦିନିଆ ଏନ ଏସ ଏସ କେମ୍ପ

ବରଗଡ଼ :- ଓଡ଼ିଶାର ସୁନାମଧନ୍ୟ ଓ ପ୍ରତିଷ୍ଠିତ ଆୟୁର୍ବେଦ ମହାବିଦ୍ୟାଳୟ ଭାବରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ , ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ , ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନାମରେ ନାମିତ ଓ ପବିତ୍ର ପୀଠର ଅନତି ଦୂରରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ବେଶ ପରିଚିତ । ଶିକ୍ଷାଦାନ ବ୍ୟତୀତ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନ ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ପ୍ରତେହ ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ଅନୁଷ୍ଠାନ କୁ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଚଳିତ ବର୍ଷ ରାଜ୍ୟର କେବଳ ଏକ ମାତ୍ର ଅନୁଷ୍ଠାନ ଭାବରେ ଏହି ଅନୁଷ୍ଠାନ କୁ ନାମଲେଖା ପାଇଁ ଅନୁମୋଦନ ନିଲିଛି । ଏଠାରେ ସୂଚନାଯୋଗ୍ୟ ଯେ ଶିକ୍ଷାଦାନ ଓ ଚିକିତ୍ସା ସହିତ ଏହି ଅନୁଷ୍ଠାନ ର ଛାତ୍ରଛାତ୍ରୀ ଅନେକ ପ୍ରକାର ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ରେ ସହର୍ଷ ଅଂଶ ଗ୍ରହଣ କରିଥାନ୍ତି ।
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ , ଆଜି ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କର ଦ୍ୱାରା ପାଇକମାଲ ବ୍ଲକ ଜର୍ଜଗଡ଼ ଠାରେ ସାତ ଦିନିଆ ଏନ ଏସ ଏସ କେମ୍ପ ର ଶୁଭାରମ୍ଭ ହୋଇଯାଇଛି । ଆଜି ଅନୁଷ୍ଠାନ ର ଅଧ୍ୟକ୍ଷା ଡାକ୍ତର କାମିନୀ କର , ଅନୁଷ୍ଠାନ ର ସମ୍ପାଦକ ତଥା ପରିଚାଳକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଅନ୍ୟାନ୍ୟ ଅଧ୍ୟାପକ , ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ଼ ସଥପଥୀ , ପ୍ରକୃତିବନ୍ଧୁ ଶ୍ରୀ ବିଭୁତି ମୁଣ୍ଡ ,ତଥା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥିତିରେ ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ନାଥ ସାହୁ ଏହି ସାତ ଦିନିଆ କେମ୍ପକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ପ୍ରଥମେ ଭାରତୀୟ ଚିକିତ୍ସା ପଦ୍ଧତିର ଜନକ ଭଗବାନ ଧନମନ୍ତ୍ୱରି ଙ୍କର ପୂଜାର୍ଚନା କରିବା ପରେ ଶିବିର ର ଶୁଭାରମ୍ଭ ଜରାଯାଇଥିଲା । ଉଦ୍ଘାଟନ କାର୍ଯ୍ୟକ୍ରମ ରେ ସେବା ସହିତ ଲୋକଙ୍କୁ ସଚେତନ କରେଇବା ପାଇଁ ସବୁବେଳ ପ୍ରୟାସ କରିବା ସହିତ ଚଳିତ ଶିବିରରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ମହାବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଅନ୍ୟ ଅତିଥି ମାନେ ମଧ୍ୟ ଏହି ଶିବିର ବାବଦରେ ନିଜ ନିଜ ମତାମତ ରଖିଥିଲେ ।

0
0
0
s2sdefault