ଓଡ଼ଗାଁ: ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ୭୫ରୁ ଉର୍ଦ୍ଧ୍ବ ପ୍ରଥମ, ଦିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ସମ୍ଭବ ନିକଟସ୍ଥ ମମତା ନାଚ୍ୟୁରାଲ ଫୃଟସ ପାର୍କକୁ ବନବିହାରରେ ଯାଇ ବଟାନିକାଲ କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବୃକ୍ଷ ସମ୍ପର୍କରେ ଜ୍ଞାନ ଆହରଣର ସୁଯୋଗ ପାଇଥିଲେ । ମମତା ନାଚ୍ୟୁରାଲ ଫୃଟସ୍ ପାର୍କରେ ପିଲାମାନେ ବୁଲି ଜୈବିକ ଉପାୟରେ ବିଭିନ୍ନ ଫଳ ଓ ଶଶ୍ୟ କିପରି ଉତ୍ପାଦନ ହୋଇଥାଏ ତାହା ସିଧାସଳଖ ଅନୁଭବ କରିଥିଲେ । ଓଡ଼ଗାଁ କଲେଜ ପରିଚାଳନା କମିଟିର ସଭାପତି ତଥା ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ଶୁରେଶ ଚନ୍ଦ୍ର ହୋତା ଛାତ୍ରଛାତ୍ରୀ ମାନଙ୍କ ସଙ୍ଗରେ ବୁଲି ବୃକ୍ଷ ଗୁଡିକୁ ଚିହ୍ନେଇବା ସହିତ ଗୁଣ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ସମୟରେ ଜୈବିକ ଉପାୟରେ ଚାଷ କରାଯାଇଥିବା ଡ୍ରାଗନଫଳ, ପିଜୁଳି, କରମଙ୍ଗା, ଭଳି ଅନେକ ଫଳ ଉତ୍ପାଦନ ଦେଖିଥିଲେ । ପରବର୍ତ୍ତୀ ସମୟରେ ସମ୍ଭବ ଅନୁଷ୍ଠାନର ବିଭିନ୍ନ ବୃକ୍ଷ ସମ୍ପର୍କରେ ମଧ୍ୟ ପରିଚିତ ହୋଇଥିଲେ । ଛାତ୍ରଛାତ୍ରୀ ମାନେ ଅଧ୍ୟାପକ ପବିତ୍ର ସାହୁ, ଶୁଭସ୍ମିତା ନନ୍ଦଙ୍କ ତତ୍ବାବଧାନରେ ଉଦ୍ୟାନ ପରିଭ୍ରମଣ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ ମୁଖ୍ୟ ସୁକାନ୍ତ କୁମାର ସାହୁଙ୍କ ଆଗରେ ଛାତ୍ରଛାତ୍ରୀ ମାନେ ନିଜର ଅନୁଭବ ଓ ଅନୁଭୁତି ବର୍ଣ୍ଣନା କରିଥିଲେ ।
ରାଜ୍ୟ
ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ବନବିହାର
- Hits: 345