ସାମାଜିକ ଗଣମାଧ୍ୟମ ରେ ଅଶାଳୀନ କମେଣ୍ଟ ମାରୁଥିବା ବିଜେପି ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ବର୍ଷା ଙ୍କର ବୟାନ
ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାଥିନି ଭାବରେ ଘୋଷଣା କରାଯିବା ପରେ ସାମାଜିକ ଗଣମାଧ୍ୟମରେ ବର୍ଷା ଙ୍କୁ ନେଇ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି । ଯାହା ମନରେ ଯାହା ଆସିଲା କୋଣସି ପ୍ରକାର ସଂଯମତା କିମ୍ବା ବିଚାର ନ କରି କମେଣ୍ଟ କିମ୍ବା ପୋଷ୍ଟ କରୁଛନ୍ତି । ପୋଷ୍ଟ କିମ୍ବା କମେଣ୍ଟ ଦ୍ୱାରା ତାଙ୍କ ମନରେ କେଉଁ ପ୍ରକାର ପ୍ରଭାବ ପଡିବ ତାହା ବି କେହି ବୋଧହୁଏ ବୁଝିବାକୁ ଚାହୁଁ ନାହାନ୍ତି । ବର୍ଷା , ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦୀ କରୁଥିବା ପ୍ରଥମ ଉଚ୍ଚ ଶିକ୍ଷିତ ମହିଳା । ତାଙ୍କ ନାମ ଘୋଷଣା ହେବା ପରେ ତାଙ୍କୁ ବିରୋଧୀ ମାନଙ୍କ ଦ୍ୱାରା କ୍ରମାଗତ ଭାବରେ ସମାଜିକ ଗଣମାଧ୍ୟମ ରେ ତାଙ୍କ ପ୍ରତି ହେଉଥିବା ଆଶାଳୀନ ପୋଷ୍ଟ ଓ କମେଣ୍ଟ ଦ୍ୱାରା ତାଙ୍କୁ ଟାର୍ଗେଟ କରାଯାଉଥିବାରୁ ଦୁଖଃ ପ୍ରକାଶ କରିଛନ୍ତି ବର୍ଷା । ଏହି ବାବଦରେ ଅତି ଦୁଃଖର ସହିତ ନିଜର ପ୍ରତିକ୍ରିୟା ରଖି ବର୍ଷା କହିଛନ୍ତି ଯେ ଆମର ଭାରତୀୟ ସଂସ୍କୃତି ରେ ଆମ ମହିଳା ମାନଙ୍କୁ ଉଚ୍ଚରେ ରଖିଥାଉ।ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ମହିଳା ମାନଙ୍କୁ ସବୁବେଳେ ଉଛ ଆସନରେ ରଖିଛନ୍ତି । ହେଲେ ଏବେ ଆମର ବିରୋଧୀ ବିଜେପି ଦଳର କର୍ମୀ ମାନେ ମୋର ନାମରେ ନାନା ପ୍ରକାର ପୋଷ୍ଟ କରିଛନ୍ତି । ମୋର ବାପା ଙ୍କୁ ହରେଇବା ପରେ ମୋର ମନରେ ଅନେକ ଦୁଖଃ ରହିଛି । ସେମାନଙ୍କ ଦ୍ବାରା କରାଯାଉଥିବା ପୋଷ୍ଟ ଓ କମେଣ୍ଟ କୁ ଦେଖି ମତେ ଆହୁରି ଖରାପ ଲାଗୁଛି । ଆପଣ ମାନଙ୍କ ଘରେ , ତାଙ୍କ ଘରେ ମଧ୍ୟ ଗୋଟେ ଝିଅ ଥିବ କି ମାଁ ଭଉଣୀ ଥିବେ । ଏସବୁ ଦେଖି ମୋର ମନ ଆହୁରି ଭାଙ୍ଗୁଛି । ପୂର୍ବରୁ ମୁଁ ଦୁଃଖରେ ଥିବା ବେଳେ ସେମାନେ ମତେ ଆହୁରି ଦୁଖଃ ଦେଉଛନ୍ତି ବୋଲି ବର୍ଷା ଅତ୍ୟନ୍ତ ଦୁଃଖିତ ହୋଇ କୋହଭାର ସ୍ୱରରେ କହିଛନ୍ତି ।