ବିଜୁ ଜନତା ଦଳର ବିରାଟ ଆଶୀର୍ବାଦ ସମାବେଶ
ବରଗଡ :-ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ର ମତଦାନ ଦିନ ପାଖେଇ ଆସୁଛି । ନିର୍ବାଚନ ପ୍ରଚାର ଏବେ ଜୋର ଧରୁଥିବା ବେଳେ ଆଜି ପାଇକମାଲ ଯୋନ ଏକ ର ଜାମସେଠ ଗ୍ରାମରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଆଶୀର୍ବାଦ ସମାବେଶ ର ସଫଳ ଆୟୋଜନ ହୋଇଯାଇଛି । ବିଜୁ ଜନତା ଦଳର ପାଇକମାଲ ନିର୍ବାଚନ ପରିଚାଳନା ଦାଇତ୍ଵ ରେ ରହିଥିବା ମନ୍ତ୍ରୀ ନବକିଶୋର ଦାସ , ଯୋନ ଏକ ଦାୟିତ୍ୱରେ ରହିଥିବା ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡାକ୍ତର ଅରୁଣ କୁମାର ସାହୁଙ୍କ ପ୍ରତକ୍ଷ ତତ୍ୱବାଧାନ ରେ ଅୟୋଜିତ ଏହି ସମାବେଶ ରେ ଝିଟିକି, ମାଣ୍ଡୋସିଲି , କାଂଶଡା , ଜାମସେଠ , ଛୀଂଦେଇକେଲା , ଝାରବନ୍ଧ , ବରତୁଣ୍ଡା , ଗ୍ରାମ ପଞ୍ଚାୟତ ର ଗ୍ରାମ ମାନଙ୍କରୁ ପାଞ୍ଚ ହଜାର ରୁ ଉର୍ଦ୍ବ ମହିଳା ମାନଙ୍କ ସମାଗମ ହୋଇଥିଲା । ଏହି ସଭାକୁ ସମ୍ମୋଧିତ କରି ବିଜୁ ମହିଳା ଜନତା ଦଳର ସଭାପତି ତଥା ଅତାବିରା ଵିଧାୟିକ ଶ୍ରୀମତୀ ଛୁରିଆ କହିଥଲେ ଯେ , ଏହି ଅଞ୍ଚଳର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଣେ ଉଚ୍ଚ ଶିକ୍ଷିତା ମହିଳା ଙ୍କୁ ପ୍ରାର୍ଥୀ କରିଛନ୍ତି । ସେ ସ୍ବର୍ଗତ ବିଧାୟକ ଙ୍କର ଝିଅ , ଆପଣ ସମସ୍ତଙ୍କ ଝିଅ । ଆଜି ଆପଣଙ୍କ ଝିଅ ବିଧାନସଭା କୁ ଯିବା ପାଇଁ ଆପଣଙ୍କ ପ୍ରାର୍ଥୀ ହୋଇଛନ୍ତି । ତାକୁ ସମସ୍ତେ ଆଶୀର୍ବାଦ କରନ୍ତୁ । ଆମର ଝି ଆମର ଗରବ ଆର ଆମର ବହ ଆମର ମାନ ଆଏ । ଆମେ ତାଙ୍କୁ ଆଶୀର୍ବାଦ କରି ବିଧାନସଭା କୁ ପଠେଇବା । ବିଧାନସଭା ରେ ସେ ମୁଖ୍ୟମନ୍ତ୍ରୀ ଙ୍କର ସାଙ୍ଗରେ ରହି ଆପଣଙ୍କ ସମସ୍ତ କାମ କରିବା ସହିତ ଆପଣଙ୍କ ସେବା କରିବେ । ଏହି ମାଟିରେ ଜନ୍ମ ହୋଇଛନ୍ତି । ଏହି ମାଟି ତାଙ୍କର ନିଜର ତେଣୁ ଆପଣ ମାନେ ତାଙ୍କୁ ନିଶ୍ଚୟ ଆଶୀର୍ବାଦ କରିବେ । ଏହି ସଭାକୁ ସମ୍ବୋଧିତ କରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ଆଜି ଏହି ସଭାରେ ମନ୍ତ୍ରୀ ନବକିଶୋର ଦାସ, ବିଧାୟକ ସୁଶାନ୍ତ ସିଂଙ୍କର ଉପସ୍ଥିତିରେ ଯୋଗ ଦେଇଥିବା ଝାରବନ୍ଧ ପଞ୍ଚାୟତ ର ବାରିଷ୍ଟ କଂଗ୍ରେସ ନେତା ଶ୍ରୀ ରତ୍ନାକର ବନଛୋର ଓ ତାଙ୍କର ସହଯୋଗୀ ମାନଙ୍କୁ ସ୍ୱାଗତ କରି କହିଥିଲେ ଯେ ଆଜି ଓଡିଶା ବାସୀ ଙ୍କର ବିଶ୍ୱାସ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଉପରେ ବଢିବାରେ ଲାଗିଛି । ଲୋକେ ଜାଣି ସାରିଲେଣି ଯେ ମୁଖ୍ୟମନ୍ତ୍ରୀ ଙ୍କର କଥା କମ ଓ କାମ ବେସି । ଏଥିପାଇଁ ଆଜି ଅନ୍ୟ ଦଳର କର୍ମୀ ଓ ନେତା ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ପଦ୍ମପୁର ମାଟିର ଯୋଗ୍ୟ ସନ୍ତାନ , ଯାହାକୁ ବିଜୁ ବାବୁ ହାତଧରି ରାଜନୀତି ଶିଖେଇବା ସହିତ ତାଙ୍କର ବିବାହ ମଧ୍ୟ କରାଇଥିଲେ ସେ ଥିଲେ ସ୍ବର୍ଗତ ବିଜୟ ବାବୁ । ଆଜି ତାଙ୍କର ଉଛ ଶିକ୍ଷିତ ଝିଅ ବର୍ଷା ଙ୍କୁ ନବୀନ ବାବୁ ଆପଣଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି ତେଣୁ ଆପଣ ଆପଣଙ୍କର ଝିଅ ବର୍ଷା ଙ୍କୁ ନିଶ୍ଚିତ ଭାବରେ ଆଶୀର୍ବାଦ କରିବେ ।
ଏହି ସଭାରେ ବିଜୁ ଜନତା ଦଳର ଉପସଭାପତି , ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମାଆ ମାନଙ୍କ ଭିଡ଼ ଦେଖି ଆଶ୍ଚର୍ଯ୍ୟ ହେବା ସହିତ କହିଥିଲେ ଯେ ଯେ ମୁଁ ମୋର ଜୀବନ ରେ ତିନିଗୋଟି ସଭା ଦେଖିଛି । ବିଧାନସଭା, ଲୋକସଭା ଓ ରାଜ୍ୟସଭା , ଆଉ ଆଜି ଏହି ସଭା ଦେଖି ଲାଗୁଛି ଯେ ବର୍ଷା ର ବିଜୟ ସୁନିଶ୍ଚିତ । ମା ମାନେ ନିଶ୍ଚିତ ଭାବରେ ବର୍ଷା କୁ ଭରପୁର ଆଶୀର୍ବାଦ କରିବେ । ଏହି ସମାବେଶ ରେ ମହିଳା ମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ମନ୍ତ୍ରୀ ନବକିଶୋର ଦାସ ଙ୍କର ସୁପୁତ୍ରୀ କୁମାରୀ ଦୀପାଳି ଦାସ , କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟି ଉପରେ ନିର୍ଘାତ ବର୍ଷି ଥିଲେ । କେନ୍ଦ୍ର ସରକାର ଙ୍କର କୃଷିନୀତି ଠାରୁ ଆରମ୍ଭ କରି GST ନୀତି ପର୍ଯନ୍ତ , ମାଆ ମାନଙ୍କ ଚୁଲି ଆରମ୍ଭ କରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ , ସବୁ ସ୍ଥାନରେ ଆଜି କେମିତି ମାଁ ମାନେ ହଇରାଣ ହରକତ ହେଉଥିବା ସହିତ ମାନସିକ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ସେ ବାବଦରେ ବିସ୍ତାର ରେ କହିଥିଲେ । ଏହା ସହିତ ରାଜ୍ୟ ସରକାର ଙ୍କର ମାଆ ମାନଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ଓ ସୁଯୋଗ କୁ ବର୍ଣ୍ଣନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ଶ୍ରୀମତୀ ରିତା ସାହୁ , ସାଂସଦ ଶ୍ରୀ ନିରଞ୍ଜନ ବିଶି , ବିଧାୟକ ପ୍ରସାନ୍ତ କୁମାର ବେହେରା , ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ , ବିଧାୟିକା ଲତିକା ପ୍ରଧାନ , ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି , ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ଶୈଳେଶ ଦାନୀ, ତାମଡା ଅଧ୍ୟକ୍ଷ ଶ୍ରୀ ଅବନୀ ସାହୁ , ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମୀ , ବିଜୁ ଜନତା ଦଳର ପର୍ଯବେକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ କେଡ଼ିଆ , ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ନିଲକୁମାରି ନାୟକ , ପାଇକମାଲ ପେକ୍ସ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ , ପାଇକମାଲ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା, ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ପ୍ରମୁଖ ସମାବେଶ କୁ ସମ୍ମୋଧିତ କରି ବର୍ଷା ଙ୍କର ପାଇଁ ଭୋଟ ଭିକ୍ଷା କରିଥିଲେ ।