ଭୁବନେଶ୍ୱର :- ପୂର୍ବତନ ପ୍ରଶାସନିକ ଅଧିକାରୀ ବରଗଡ଼ ଜିଲ୍ଲା ଟାଲ ଗ୍ରାମ ନିବାସୀ ଶ୍ରୀ ମହେନ୍ଦ୍ର ବଢେଇ ଙ୍କୁ ଆଜି ବିଜୁ ଜନତା ଦଳର ସୁପ୍ରିମୋ ଙ୍କର ନିର୍ଦେଶ କ୍ରମେ ଦଳର ମୁଖପାତ୍ର ଭାବରେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି । ଦଳର ସଭାପତି ତଥାଏ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଶ୍ରୀ ବଢେଇଙ୍କ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି | ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ଶ୍ରୀ ବଢ଼େଇ ସରକାରୀ ଚାକିରୀରୁ ତ୍ୟାଗପତ୍ର ଦେଇ ମୁଖ୍ୟମନ୍ତ୍ରୀ ନିବାସ ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।
ରାଜ୍ୟ
ମହେନ୍ଦ୍ର ବଢ଼େଇ ହେଲେ ବିଜେଡି ମୁଖପାତ୍ର
- Hits: 2256