ହେଡଲାଇନସ୍:

ପଦ୍ମପୁର ନିର୍ବାଚନୀ ରଣ : ବିଜେପିର ହେଉଛି କଳାହରଣ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବଳକା ବଳ ସାଉଁଟି ମଜଭୁତ ହେଉଛି ବିଜେଡି

ବରଗଡ :- ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଧୀରେ ଧୀରେ ଶକ୍ତି ହରେଇବାକୁ ବସିଛି ବିଜେପି । ରାଜୁ ଘିବେଳା ଙ୍କର ବିଜେପି ଛାଡି ବିଜେଡି ରେ ଯୋଗଦାନ ପରେ ଇତି ମଧ୍ୟରେ ବିଜେପିର ବହୁ ନେତା ଓ କର୍ମୀ ବିଜେପିର ହାତ ଛାଡି ସାରିଲେଣି । ରାଜୁ ଘିବେଳା ଙ୍କର ଦଳ ଛାଡିବା ବିଜେପି ପାଇଁ ଏକ ଶକ୍ତ ଧକ୍କା ଥିବା ବେଳେ ଆଜି ସନ୍ଧ୍ୟାରେ ପଦ୍ମପୁର ଏନ ଏ ସି ର ସାତ ନମ୍ଭର ୱାର୍ଡ ର କାଉନସିଲର ଶ୍ରୀ ସୁମିତ କୁମାର ଘିବେଳା ଓ ବିଜେପିର ଯୁବନେତା ଶ୍ରୀ ଅମିତ କୁମାର ଘିବେଳା ନିଜର ବହୁ ସମ୍ମର୍ଥକ ଙ୍କର ସହିତ ବିଜେପି ଛାଡି , ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାଶ , ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାଇତ୍ଵ ରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର , ପୂର୍ବତନ ନଗରପାଳ ଶ୍ରୀ ପ୍ରୀତମ ମେହେର ଙ୍କର ଉପସ୍ଥିତି ରେ ପଦ୍ମପୁର ବିଜୁ ଜନତା ଦଳ ଅଫିସରେ ବିଜେଡ଼ି ରେ ସାମିଲ ହୋଇ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ସ୍ବଛ ନିର୍ମଳ ଶାସନ ଓ ସୁଶାନ୍ତ ସିଂ ଙ୍କର ବଳିଷ୍ଠ ନେତୃତ୍ୱ ତାଙ୍କୁ ପ୍ରଭାବିତ କରିଥିବା , ଆଜି ଦଳରେ ଯୋଗଦାନ କରିଥିବା ନେତା ଓ କର୍ମୀ ମାନେ ପ୍ରକାଶ କରିଛନ୍ତି ।

0
0
0
s2sdefault