ହେଡଲାଇନସ୍:

କଂଗ୍ରେସ ଛାଡି ବିଜେଡି ଶିବିରରେ ନରେନ୍ଦ୍ର ପ୍ରଧାନ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରବନ୍ଧ ବିଜେଡି ରେ ଯୋଗଦେଲେ 400 ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ

ବରଗଡ :- ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । ଏହି ଉପନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ପ୍ରସ୍ତୁତି କୁ ଇତି ମଧ୍ୟରେ ଜୋରଦାର କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀ 1990 ମସିହାରୁ ବିଜେଡିର ଗଡ଼ ଭାବରେ ପରିଚିତ । ଏହି ସମୟ ଅବଧି ମଧ୍ୟରେ , ଆଦିବାସୀ ଭୋଟର ବହୁଳ ଏହି ଅଣ ସଂରକ୍ଷିତ ଆସନରୁ ନିର୍ବାଚନ ମଣ୍ଡଳୀରୁ ଅଞ୍ଚଳର ସଂଗ୍ରାମୀ ଲଢୁଆ ଆଦିବାସୀ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବାରିହା ସମୁଦାୟ ପାଞ୍ଚ ଥର ନିର୍ବାଚିତ ହୋଇ ନିର୍ବାଚନମଣ୍ଡଳୀରେ ଅଦ୍ୟାବଧି ସବୁଠାରୁ ଅଧିକ ଥର ବିଧାୟକ ହୋଇଥିବା ରେକର୍ଡ ସୃଷ୍ଟି କରିଥିଲେ । ତାଙ୍କର ଦେହାନ୍ତ ପରେ ଏବେ ପଦ୍ମପୁର ରେ ହେବାକୁ ଯାଉଛି ଉପନିର୍ବାଚନ । ଉପନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଇତିମଧ୍ୟରେ ବର୍ତ୍ତମାନ ବିଭିନ୍ନ ଦଳରେ ଦୀର୍ଘଦିନ ଦିନ ଧରି କାମ କରି ଆସୁଥିବା ନେତା ଓ କର୍ମୀ ମାନେ ବିଜୁ ଜନତା ଦଳ ରେ ଯୋଗ ଦେବାର ଲାଗିଛନ୍ତି ।
ଆଜି ସନ୍ଧ୍ୟା ସମୟରେ ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକ ଦାଇତ୍ୱ ରେ ଥିବା ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ ପୁଷ୍ପେନ୍ଦ୍ର ସିଂ ଦେଓବ, ବିଧାୟକ କେପ୍ଟେନ ଦିବ୍ୟ ଶଙ୍କର ମିଶ୍ର ତଥା ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ଯତୀନ ହାତୀ ଙ୍କର ଉପସ୍ଥିତ ରେ ଝାରବନ୍ଧ ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ , ଝାରବନ୍ଧ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଯୁବ ନେତା ଶ୍ରୀ ନରେନ୍ଦ୍ର ପ୍ରଧାନ ଙ୍କର ନେତୃତ୍ବରେ ଲଉଡିଦର୍ହା , ଚଣ୍ଡିଭଟା , କୁର୍ଲୁପାଲି , ଗୁଠଗୁଡା , ଓ ଅନ୍ୟାନ୍ୟ ପଞ୍ଚାୟତ ରୁ ପ୍ରାୟ ଚାରି ଶହ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ପ୍ରଧାନ ପୂର୍ବତନ ସାଂସଦ ଶ୍ରୀ ସଞ୍ଜୟ ଭୋଇଙ୍କର ପ୍ରତିନିଧି , ଦୁଇ ଥର ସମିତି ସଭ୍ୟ ଥରେ ସରପଞ୍ଚ ଭାବରେ ସଫଳତାର ସହିତ କାର୍ଯ୍ୟ କରି ସାରିଛନ୍ତି । ସେ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବ କଂଗ୍ରେସ ଓ ବ୍ଲକ କଂଗ୍ରେସ ର ସଭାପତି ଦାଇତ୍ଵ ମଧ୍ୟ ନିର୍ବାହନ କରି ସାରିଛନ୍ତି । ଝାରବନ୍ଧ ଅଞ୍ଚଳରେ ନରେନ ନାମରେ ପରିଚିତ ଶ୍ରୀ ପ୍ରଧାନ ଙ୍କର ବିଜୁ ଜନତା ଦଳରେ ଯୋଗଦାନ ଝାରବନ୍ଧ ଅଞ୍ଚଳରେ ବିଜୁ ଜନତା ଦଳକୁ ଆହୁରି ଶକ୍ତି ପ୍ରଦାନ କରିବ ବୋଲି ଉପସ୍ଥିତି ନେତୃ ମଣ୍ଡଳୀ ଆଶା ବ୍ୟକ୍ତ କରିଛନ୍ତି ।

0
0
0
s2sdefault