ବରଗଡ :- ପଦ୍ମପୁର ଉପନିର୍ବାଚନ କୁ ଆଉ ମାତ୍ର କିଛିଦିନ । ବର୍ତ୍ତମାନ ସୁଦ୍ଧା ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ନାମ ଘୋଷଣା କରିନାହିଁ କିନ୍ତୁ ଇତି ମଧ୍ୟରେ ଦଳର ବିଜୟ କୁ ସୁନିଶ୍ଚିତ କରିବା ପାଇଁ ଦଳୀୟ ନେତୃମଣ୍ଡଳୀ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାରେ ଲାଗିଛନ୍ତି । ଅନ୍ୟପଟେ ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଅସ୍ଥା ଦିନକୁଦିନ ବଢ଼ିବାରେ ଲାଗୁଥିବା ଭଳି ପ୍ରତିତ ହେଉଛି । ବିଜେପି ପୁରୁଣା ନେତା ଓ ଜଣେ ଦକ୍ଷ ସଂଗଠକ ଶ୍ରୀ ରାଜୁ ଘିବେଳା ବିଜୁ ଜନତା ଦଳରେ ଯୋଗଦେବା ପରେ ବିଜେପି ରୁ ଅନେକ ନେତା ଓ କର୍ମୀ ଇତି ମଧ୍ୟରେ ବିଜୁ ଜନତା ଦଳରେ ସାମିଲ ହୋଇ ସାରିଛନ୍ତି । ଏହି କ୍ରମରେ ଆଜି ବିଜୁ ଜନତା ଦଳର ପାଇକମାଲ ଅଫିସରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ନୟାଗଡ଼ ବିଧାୟକ ଡା: ଅରୁଣ କୁମାର ସାହୁ ତଥା ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ଙ୍କର ଉପସ୍ଥିତିରେ ପାଇକମାଲ ଯୋନ ଏକ ର ଛୀଂଦେଇକେଲା ଗ୍ରାମ ପଞ୍ଚାୟତ ର 25 ଜଣ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିଲେ । ଆଜି ବିଜେଡି ରେ ସାମିଲ ହୋଇଥିବା ,ଲାଲମୋହନ ଭୋଇ, ମୁରଲୀ ଭୋଇ, ବିନୟ ମଲ୍ଲିକ, ବିଶ୍ଵାମିତ୍ର ମଲ୍ଲିକ, ଅମିନ ଭୋଇ, ପଦ୍ମନ ରଣା, ଯୁଧିଷ୍ଠିର ସୁନା, ନିରଣ ଜଗତ, ଆନନ୍ଦ ସୁନା , ରାମ ସୁନା, ଶ୍ୟାମସୁନ୍ଦର ସୁନା,ହରିଚାନ୍ଦ ବାଗ , ଗୀତା ଜଗତ , ଭୀମ ବାଗ , ସୁଦେଵ ଭୋଇ , ବେଦ ଭୋଇ , ନେତ୍ର ଭୋଇ , ରାକେଶ ସାହୁ , ଲକ୍ଷପତି କେତକୀ , ସଦର କେତକୀ , ମୋହନ ଗୁନି, ଅଭିନାଶ ତ୍ରିପାଠୀ , ଗୁଣ ସୁନା ପ୍ରମୁଖ ଛୀଂଦେଇକେଲା ଗ୍ରାମ ପଞ୍ଚାୟତର । ପାଇକମାଲ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ , ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଙ୍କର ପ୍ରତିନିଧି ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କର ଉପସ୍ଥିତି ରେ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ବିଧାୟକ ଡା ଅରୁଣ ସାହୁ ଆଜି ଦଳରେ ଯୋଗ ଦେଇଥିବା ସମସ୍ତ ଙ୍କୁ ଦଳକୁ ସ୍ୱାଗତ କରିଥିଲେ ।
ରାଜ୍ୟ
ପଦ୍ମପୁର ଉପନିର୍ବାଚନ :ବିରୋଧୀ ବନ୍ଧରେ ଘଳିଆ, ଶଙ୍ଖ ଧରିଲେ ପଦ୍ମ ଦଳିଆ
- Hits: 2159