ଝାରବନ୍ଧ -ମନୋହର ଦାଶ: ମହାଭାରତ ହରିବଂଶ ର ଶ୍ରୀ କୃଷ୍ଣ ଙ୍କ ବାଲ୍ୟ ଲୀଳା ଠାରୁ ଆରମ୍ଭ କରି କଂସ ବଦ୍ଧ ଯାଏ ଦୃଶ୍ୟ ଅଭିନୀତ ହେଉଥିବା ଧନୁଯାତ୍ରା ପରମ୍ପରୀକ ନୃତ୍ୟ, ଗୀତ,ବାଦ୍ୟ, ଚଲଣି, ପୋଷାକ ପରିଚ୍ଛଦ ପ୍ରଭୁତି ଦୃଷ୍ଟି ରୁ ଲୋକନାଟକ ଭାବରେ ଅଭିହିତ ହୋଇଛି l ଦେଶ ସ୍ୱାଧୀନ ହେବା ପର ଠୁ ବରଗଡ଼ ଧନୁଯାତ୍ରା ବିଧିବଦ୍ଧ ଭାବରେ ଅନୁଷ୍ଠିତ ହୋଇଆସିଥିବା ଜଣାଯାଏ l ତଥ୍ୟାଭିଜ୍ଞଙ୍କ ମତ ଅନୁସାରେ 1948 ଜାନୁୟାରୀ 21 ତାରିଖ ପୌଷ ଶୁକ୍ଲପକ୍ଷ ପାଞ୍ଚମୀ ତିଥିରେ ଧନୁଯାତ୍ରା ର ଆରମ୍ଭ ହୋଇଥିଲା ପୂର୍ବରୁ ଯାତ୍ରା 16 ଦିନ ଧରି ଅନୁଷ୍ଠିତ ହେଉଥିଲା ପରେ ତାହା 15 ଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ବେଳେ 1962 ମସିହା ରେ ଭାରତ ଚୀନ ଯୁଦ୍ଧ ଯୋଗୁଁ ଯାତ୍ରା 12 ଦିନରେ ସୀମିତ ରହିଥିଲା l1964 ରେ ଛାତ୍ର ଆନ୍ଦୋଳନ ଯୋଗୁଁ ଯାତ୍ରା 11 ଦିନ ଯାଏ ହୋଇଥିଲା ସେହିଦିନ ଠାରୁ ସବୁବର୍ଷ 11 ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି l ଦୀର୍ଘ ଦିନ ଧରି ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ତଥା ଯାତ୍ରା ସମ୍ପର୍କିତ ତଥ୍ୟରୁ ଜଣାଯାଏ ଯେ ବରଗଡ଼ ନାଏକ ପଡା ନିବାସୀ କାଙ୍ଗାଳି ନାଏକ, ଚକ୍ରଧର ନାଏକ ବରଗଡ଼ ଧନୁଯାତ୍ରା ର ପରିକଳ୍ପନା କରିଥିଲେ l ତାଙ୍କରି ଆହ୍ୱାନ କ୍ରମେ ରାମଜୀ ମନ୍ଦିର ପରିସର ରେ ରୁଷଭ କର ଙ୍କ ସଭାପତିତ୍ୱ ରେ ଏକ ସଭା ହୋଇଥିଲା l ଏହି ସଭାରେ ଧନୁଯାତ୍ରା ର ରୂପରେଖ ପ୍ରସ୍ତୁତ କରାଯାଇଥିଲା l ଏହି ସଭା ରେ ରଘୁମଣୀ ଦାଶ, ଲକ୍ଷପତି ଦାଶ, ଚନ୍ଦ୍ରମଣୀ ଦାଶ, ଲଳିତ ଦାଶ, ଗୌନ୍ତିଆ ଲଳିତ ମୋହନ ସାହୁ, ମୁକ୍ତାର ରାମକୃଷ୍ଣ ହୋତା, ଧନୁ ପ୍ରଧାନ, ଭୁଲକୁ ସାହୁ, ଲଖ ପ୍ରଧାନ, ଛାଲ ମାଷ୍ଟ୍ରେ, ତିଳ ପ୍ରଧାନ, କପିଲ ବାଗ, ନରେନ୍ଦ୍ର ସରାଫ, ବିପିନ ସରାଫ, ଗୋପାଳ ସରାଫ, ଅପର୍ତି ପାଣିଗ୍ରାହୀ, ରତନ ଦର୍ଜି, ବୃନ୍ଦାବନ ବିଶି, ବସନ୍ତ ଦାଶ, ଶଙ୍କର ଦାଶ, ବିପିନ ସାହୁ ଓ ବନ୍ଧୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ଜଣାଯାଏ l କଂସ ହେଉଛନ୍ତି ବିରାଟ ଧନୁଯାତ୍ରା ର ମୁଖ୍ୟ ଆକର୍ଷଣ ମଥୁରା ର ହର୍ତ୍ତା କର୍ତା ବିଧାତା l ଧନୁଯାତ୍ରା ର ସିଏ ନାୟକ ପୁଣି ଖଳନାୟକ ସର୍ବୋପରି ସିଏ ମହାନାୟକ ସିଏ ପୁଣି ପୁରାଣ ଶାସ୍ତ୍ର ଅନୁଶାରେ ଏହି ବିଶ୍ୱବିଖ୍ୟାତ ମୁକ୍ତ ମହାନାଟକ ର ପ୍ରଥମ ଉଦ୍ୟୋକ୍ତା ହେଉଛନ୍ତି l ବୁନ୍ଦି ରଥ ଦେଓଗାଁ ର କଂସ ଭୂମିକା ରେ ସର୍ବପ୍ରଥମେ ଅଭିନୟ କରିଥିଲେ l ପରବର୍ତ୍ତୀ ସମୟ ରେ ଭୀମସେନ ତ୍ରିପାଠୀ ବରଗଡ଼, ଯୁଧିଷ୍ଠିର ଶତପଥି ତାଲମେଣ୍ଡା, ରାଧେଶ୍ୟାମ ଦାଶ ବରଗଡ଼, ଦେବେନ୍ଦ୍ର ବିଶ୍ୱାଳ ହିର୍ଲିପାଲି, ନୀଳାଞ୍ଚଳ ଦାଶ ସୋହେଲା, ଗୋପାଳ ସାହୁ (ଏଲି )ବଲାଙ୍ଗୀର, ଭୁବନେଶ୍ୱର ପଧାନ ସର୍ଲା, ହୃଷିକେଶ ଭୋଇ ଚି଼ଚୋଲି ଅଭିନୟ କରି ରେକର୍ଡ ସୃଷ୍ଟି କରିଛନ୍ତିl ସଞ୍ଜିବ ଦାଶ ଦିନକ ପାଇଁ କଂସ ଭୂମିକା ରେ ଅଭିନୟ କରିଥିଲେ l ଯୁଧିଷ୍ଠିର ଶତପଥି କଂସ ଭୂମିକା ରେ କିମ୍ବଦନ୍ତି କଳାକାର ଭାବରେ ଲୋକଙ୍କ ସ୍ମୃତି ରେ ରହିଛନ୍ତି l ସେ ଦୁଇଟି ପର୍ଯ୍ୟାୟ ରେ 15 ଥର ଏହି ଭୂମିକା ରେ ଅଭିନୟ କରିଥିବା ବେଳେ ଗୋପାଳ ସାହୁ (ଏଲି )ଦୁଇଟା ଟି ପର୍ଯ୍ୟନ୍ତ ରେ 23 ଥର କଂସ ଭୂମିକାରେ ଅଭିନୟ କରିଛନ୍ତି l ହୃଷିକେଶ ଭୋଇ 2009 ରୁ 2017 ନଅ ଥର କଂସ ଭୂମିକା ରେ ଅଭିନୟ କରିଛନ୍ତି l ପୁଣି 2022 ରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଚୟନ ହୋଇଛନ୍ତି l
ବିଭିନ୍ନ କାରଣ ରୁ 1950 ରୁ 1957 ଏବଂ 1960 ରୁ 1967 ଯାଏଁ ଧନୁଯାତ୍ରା ହୋଇ ନଥିବା ଜଣାଯାଇଛି ପୁଣି 2020,2021 କରୋନା ଯୋଗୁଁ ବନ୍ଦ ରହିଥିଲା l
ରାଜ୍ୟ
75ବର୍ଷ ରେ ବରଗଡ଼ ଧନୁଯାତ୍ରା : ଦ୍ଵିତୀୟ ପର୍ଯ୍ୟାୟ ରେ କଂସ ଭୂମିକା ରେ ହୃଷିକେଶ ଭୋଇl
- Hits: 682