ହେଡଲାଇନସ୍:

ଦାୟିତ୍ଵ କ୍ଷମତାରେ ପରିଣତ ନହେବା ମୋ ପାଇଁ ଏକ ସାଧନା : ଡ. ଅରୁଣ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ ବ୍ଲକ ଜନ ସମ୍ପର୍କ ପଦଯାତ୍ରାରେ ମହିଳା ସଶକ୍ତିକରଣର ପ୍ରତିଫଳନ: ୮ ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ସାମିଲ

ଭାରତକୁ ଯେଉଁ ବେମାରୀ ହୋଇଛି, ତାହାର ଔଷଧ ଓଡ଼ିଶା ପାଖରେ ରହିଛି: ସୈାମ୍ୟ ରଞ୍ଜନ ପଟ୍ଟନାୟକ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ୧୮ଟି ପଞ୍ଚାୟତ ସମର୍ଥକଙ୍କ ସହିତ ଜିଲାର ୩ ବିଧାୟକଙ୍କ ଉପସ୍ଥିତିରେ ଆଜି ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜିର ପଦଯାତ୍ରା ଅବସରରେ ଜନସମର୍ଥନର ଛବି ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ପ୍ରଚାର କରିଥିଲେ ।ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରା ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରଠାରୁ ବାହାରି ହାଇସ୍କୁଲ ଖେଳପଡ଼ିଆ ଠାରେ ପହଞ୍ଚିଥିଲା । ଶୁକ୍ରବାର ଦିନ ପଦଯାତ୍ରାରେ ମହିଳା ସଶକ୍ତିକରଣ ନାରାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ମହିଳା ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସାକାର ହୋଇଥିବାର ପ୍ରମାଣ ପ୍ରଦାନ କରିଥିଲେ । ଏହି ଅବସରରେ ହାଇସ୍କୃଲ ଖେଳ ପଡ଼ିଆଠାରେ ଆୟୋଜିତ ସମାବେଶରେ ନୟାଗଡ଼ ବିଧାୟକ ଡ. ସାହୁ ଶାନ୍ତି ପାଇଁ ବିକାଶ, ମହାବିକାଶରେ ପରିଣତ ହୋଇଛି ବୋଲି କହିଥିଲେ । ଦାୟିତ୍ଵ କ୍ଷମତାରେ ପରିଣତ ନହେବା ମୋ ପାଇଁ ଏକ ସାଧନା ବୋଲି କହିଥିଲେ। କ୍ଷମତାକୁ ଜାବୁଡ଼ି ଧରି ଜନସାଧାରଣଙ୍କ ଠାରୁ ଦୁରେଇନଯାଇ ଦାୟିତ୍ଵ ମନବୃତି ନେଇ କାମ କରିବାକୁ ନେତୃମଣ୍ଡଳୀକୁ ପରାମର୍ଶ ଦେଇଥିଲେ।ସେହିଭଳି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ମାଧ୍ୟମରେ ‘ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନ’ ସ୍ଳୋଗାନକୁ ବ୍ୟାଖ୍ୟା କରିଥିଲେ । ଭାରତର ନେତୃତ୍ଵ ଓଡ଼ିଶା ନେବା ଆବଶ୍ୟକ ବୋଲି ମତ ରଖିଥିଲେ । ଭାରତକୁ ଯେଉଁ ବେମାରୀ ହୋଇଛି, ତାହାର ଔଷଧ ଓଡ଼ିଶା ପାଖରେ ରହିଛି । ଧର୍ମ, ଜାତିକୁ ନେଇ ବିବାଦ ନକରି ଓଡ଼ିଶା ଭାରତର ନେତୃତ୍ଵ ନେଲେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଆଶା ସଫଳ ହେବ ବୋଲି କହିଥିଲେ। ୫ ଏମ ଫର୍ମୁଲା ବିଷୟରେ କହିଥିଲେ। ଯଥା ମାଆ, ମାଟି, ମାତୃଭାଷା, ମୋବାଇଲକୁ ଆପଣାର କରିବାକୁ କହିଥିବା ବେଳେ ମଦଠାରୁ ଦୂରେଇ ରହିବାକୁ କହିଥିଲେ।

ସେହିଭଳି ଭାବେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ଜନ ସମ୍ପର୍କ ପଦଯାତ୍ରା ଆଜି ଜନ ସମର୍ଥନ ଓ ଜନ ସମୁଦ୍ରରେ ପରିଣତ ହୋଇଛି ବୋଲି କହିଥିଲେ। ଓଡ଼ଗାଁର ଜେଏମଏଫସି କୋର୍ଟ ସାରା ଓଡ଼ିଶା ପାଇଁ ଉଦାହରଣ ପାଲଟିବା କହିଥିଲେ । ନୟାଗଡ ବିକାଶ ପାଇଁ ଆଜି ନୟାଗଡ଼ ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ହୋଇଛି । ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସଶକ୍ତ, ଶୃଙ୍ଖଳିତ ବୋଲି କହିଥିଲେ। ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପଦଯାତ୍ରାରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ଜିଲ୍ଲା ବିଜେଡ଼ି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ନେତା ବିଭୁ ପ୍ରସାଦ ସାହୁ, ଯୁବ ବିଜେଡି ସଭାପତି ମାନସ କୁମାର ସାହୁ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସହ ୮ ହଜାରରୁ ଉର୍ଦ୍ଧ୍ୱ ଲୋକ ଏଥିରେ ସାମିଲ ହୋଇଥିବା ଦେଖାଯାଇଥିଲା ।

0
0
0
s2sdefault