ହେଡଲାଇନସ୍:

ବିରୋଧୀଙ୍କ ବନ୍ଧରେ ଘଳିଆ, ଏଥର କଂଗ୍ରେସ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଉପନିର୍ବାଚନ ପୂର୍ବରୁ ବିଜେଡ଼ି ରେ ବିଜେଡି ମୁହାଁ ବିରୋଧୀ ନେତା ଓ କର୍ମୀ

ବରଗଡ :- ଉପନିର୍ବାଚନ ପୂର୍ବରୁ ପଦ୍ମପୁର ବିଜୁ ଜନତା ଦଳର ଅଫିସ ଚଳଚଞ୍ଚଳ ହୋଇ ପଡିଛି । ବିଜୁ ଜନତା ଦଳରେ ଯୋଗ ଦେବା ପାଇଁ ଆସୁଥିବା ବିରୋଧୀ ଦଳର ନେତା ଓ କର୍ମୀ ଙ୍କର ଉତ୍ସାହ ଓ ବିରୋଧୀ ଦଳ ର ଅନେକ ନେତା ମାନଙ୍କର ମନ୍ତବ୍ୟ ବିଜେଡି ପାଇଁ ବିଜୟ ରାସ୍ତାରୁ କଣ୍ଟା ହଟାଇବାରେ ସହାୟକ ହେଉଛି | ସେପଟେ ବିରୋଧୀଙ୍କ ବନ୍ଧରେ ସୃଷ୍ଟି ହେଉଛି ଘଳିଆ । ପ୍ରଥମେ ବିଜେପିର ବରିଷ୍ଠ ନେତା ତଥା ଜଣେ ସୁସଙ୍ଗଠକ ଶ୍ରୀ ରାଜୁ ଘିବେଳା ଙ୍କର ବିଜୁ ଜନତା ଦଳରେ ଯୋଗଦାନ ପରେ କ୍ରମାଗତ ଭାବରେ ଅନ୍ୟ ଦଳର କର୍ମୀ ଓ ନେତା ମାନେ ଆସି ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ଏହି କ୍ରମରେ ଆଜି ପାଇକମାଲ ର ସାଲେପାଲି ଠାରେ ଆୟୋଜିତ ବିଜୁ ଜନତା ଦଳର କର୍ମି ସମ୍ମିଳନୀରେ ପାଇକମାଲ ଅଂଚଳର ଦୁଇ ଜଣ ସରପଞ୍ଚ ଙ୍କର ସମେତ ବହୁ ସଂଖ୍ୟାରେ ଅନ୍ୟ ଦଳର କର୍ମୀ ବିଜେଡି ରେ ସାମିଲ ହୋଇ ଥିବା ବେଳେ ଆଜି ସନ୍ଧ୍ୟାରେ କଂଗ୍ରେସ ଦଳର ବାରିଷ୍ଟ ନେତା ଶ୍ରୀ ଚନ୍ଦୁ ପଧାନ ବିଜେଡି ରେ ସାମିଲ ହୋଇଛନ୍ତି ।

ପ୍ରାପ୍ତ ସୂଚନା ମୁତାବକ ବାଦୀକଟା ପଂଚାୟତ ର ପୂର୍ବତନ ଜିଲ୍ଲା ପରିଷଦ,ସମିତି ସଭ୍ୟ ତଥା ସମବାୟ ଲିଃ ର ସଭାପତି ଶ୍ରୀ ଚନ୍ଦୁଲାଲ ପଧାନ, ଓ ପୂର୍ବତନ ସରପଂଚ ଶ୍ରୀ ଡମ୍ବୁରୁ ପ୍ରଧାନ, ଶ୍ରୀ ରଘୁ ବେହେରା ଏବଂ ଲକମରା ପଂଚାୟତ ର ଶ୍ରୀ ବସନ୍ତ ସାହୁ , ଚୌଡ ଚନ୍ଦ୍ର ସାହୁ,ଶ୍ରୀ ପ୍ରଭାତ ସାହୁ, ଶ୍ରୀ ପ୍ରଶାନ୍ତ ସାହୁ ଏବଂ ଅନେକ ସମର୍ଥକଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ତଥା ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ବଳିଷ୍ଠ ନେତୃତ୍ଵରେ ପ୍ରଭାବିତ ହୋଇ କଂଗ୍ରେସ ଦଳ ପରିତ୍ୟାଗ କରି ଆଜି ରାଜ୍ୟ ସାଂଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ଶ୍ରୀ ସୁଶାନ୍ତ ସିଂହ ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଦଳକୁ ସ୍ୱାଗତ କରି ଶ୍ରୀ ସିଂ କହିଥିଲେ ଯେ ଶ୍ରୀ ଚନ୍ଦୁଲାଲ ପ୍ରଧାନ ଦଳରେ ଯୋଗ ଦେବା ଦ୍ୱାରା ଦଳ ଆହୁରି ମଜବୁତ ହେବ ।

0
0
0
s2sdefault