ହେଡଲାଇନସ୍:

ସ୍ୱାଭିମାନୀ ପଦ୍ମପୁରବାସୀ ବିକାଉ ନୁହନ୍ତି, ପ୍ରଦୀପ ପୁରୋହିତ ପଦ୍ମପୁର ବାସୀଙ୍କୁ କ୍ଷମା ମାଗନ୍ତୁ :- ନିହାର ମହାନନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଂଗ୍ରେସ ର ପ୍ରାର୍ଥୀ କଂଗ୍ରେସ ନିର୍ଣ୍ଣୟ କରିବ ବିଜେଡି ନୁହେଁ :- ଜିଲ୍ଲା କଂଗ୍ରେସ

ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେବା ପୂର୍ବରୁ ଶୀତ ରୁ ଅଧିକ ବେଗରେ ବଢ଼ିବାରେ ଲାଗିଛି ନିର୍ବାଚନ ତାତି । ବର୍ତ୍ତମାନ ଠାରୁ ଗରମ ହେବାରେ ଲାଗିଛି ନିର୍ବାଚନୀ ମହୋଲ । ନେତା ଙ୍କର ମଧ୍ୟରେ ଚାଲିଛି ବାକଯୁଦ୍ଧ । ଆଜି ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ତଥା ଅତାବିରା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ପ୍ରଦୀପ ପୁରୋହିତ ଙ୍କର ଉପରେ ନିର୍ଘାତ ବର୍ଷିଛନ୍ତି । ଆଜି ଶ୍ରୀ ପୁରୋହିତ ନିର୍ଦିଷ୍ଟ ଏକ ବୈଦୁତିକ ଗଣମାଧ୍ୟମ କୁ ନିଜର ପ୍ରତିକ୍ରିୟା ଦେଇ ଏଥର ପଦ୍ମପୁର ବାସୀ ବିକ୍ରି ହେବେ ନାହିଁ ଓ ବିଜୁ ଜନତା ଦଳ ,କଂଗ୍ରେସ ର ପଦ୍ମପୁର ରେ କିଏ ଟିକେଟ ତାହା ନିର୍ଣ୍ଣୟ କରୁଛି ବୋଲି କହିଥିଲେ । ଶ୍ରୀ ପୁରୋହିତ ଙ୍କର ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ରଖି କହିଥିଲେ ଯେ ଉପନିର୍ବାଚନ ରେ କଂଗ୍ରେସର ପ୍ରାର୍ଥୀ ବିଜେଡି ଚୟନ କରୁଛି ତା ସହିତ ଏଥର ପଦ୍ମପୁର ଅଂଚଳ ବାସି ବିକ୍ରି ହେବେ ନାହିଁ । ବହୁତ ଦୁର୍ଭାଗ୍ୟର କଥା ଯେ ବିଜେପିର ସଂସ୍କାର ଏହା ଯେ ସେମାନେ ମିଛ କହି ସରକାର ରେ ଆସିଛନ୍ତି ଏବଂ ଏହି ନିର୍ବାଚନରେ ମଧ୍ୟ ଚାଷୀ ଓ ଜନସାଧାରଣ ଙ୍କୁ ମିଛ କହି ଜିତିବା ପାଇଁ ଏହି ପ୍ରକାର ର ବାର୍ତ୍ତା ଦେଇଛନ୍ତି । ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଗତ ନିର୍ବାଚନ ରେ ଲୋକେ ବିଜୁ ଜନତା ଦଳ କୁ ଭୋଟ ଦେଲେ ସେମାନେ ଜିତିଳେ , ଲୋକଙ୍କ ମତକୁ ଶ୍ରୀ ପୁରୋହିତ ସମ୍ମାନ ଦେବା ପରିବର୍ତେ ଲୋକଙ୍କୁ ଅସମ୍ମାନ କରୁଛନ୍ତି । ତେଣୁ ଶ୍ରୀ ପୁରୋହିତ ଶୀଘ୍ର ପଦ୍ମପୁର ବାସୀ ଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାନନ୍ଦ ପ୍ରତିକ୍ରିୟା ରଖିଛନ୍ତି । ଏହା ସହିତ କଂଗ୍ରେସ ପ୍ରାର୍ଥୀ ବିଜେଡି ଚୟନ କରୁଥିବା ଉପରେ ସେ ଶ୍ରୀ ପୁରୋହିତ ଙ୍କୁ ପ୍ରଶ୍ନ କରିଥିଲେ ଯେ ଯେ ଶ୍ରୀ ପୁରୋହିତ ଦେଖିଛନ୍ତି କି ? କଂଗ୍ରେସ କମିଟି ର ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଅଛି ଓ ସେହି ପ୍ରକ୍ରିୟା ଅନୁସାରେ ପ୍ରାର୍ଥୀ ଚୟନ କରାଯାଇ ଥାଏ । ତେଣୁ ଯଦି ଶ୍ରୀ ପୁରୋହିତ ବିଧାୟକ ଥିବା ସମୟରେ ଅଂଚଳ ପାଇଁ କିଛି ଭଲ କାମ କରିଛନ୍ତି ସେ କାମ ଦେଖାଇ ଲୋକ ଙ୍କୁ ଭୋଟ ମାଗନ୍ତୁ ବୋଲି ଶ୍ରୀ ନିହାର ମହାନନ୍ଦ କହିଛନ୍ତି । ଆଜିକାର ଏହି ସାମ୍ବାଦିକ ସମ୍ମିଳନୀରେ ପାଇକମାଲ ବ୍ଲକ କଂଗ୍ରେସ କମିଟିର ସଭାପତି ଶ୍ରୀ ବିନୋଦ ବିଶ୍ୱାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନୋଦ କାଳିଆ , ବରିଷ୍ଠ ସଭ୍ୟ ଶ୍ରୀ ମହେନ୍ଦ୍ର ଖୁଣ୍ଟିଆ , ମୁଜାଫର ହୁସେନ ଓ ସଂନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault