ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ ନେବାକୁ ଚାହୁଁଛି ବିଜେପି :- ସ୍ନେହାଙ୍ଗିନୀ ଛୁରିଆ
ପାଇକମାଲ ରେ ବିଜୁ ଜନତା ଦଳର ବିରାଟ କର୍ମୀ ସମ୍ମିଳନୀ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଡିସେମ୍ବର 5 ତାରିଖରେ ହେବ ଉପନିର୍ବାଚନ , ଏଥିପାଇଁ ନିର୍ବାଚନ କୁ ସ୍ୱରୂଖୁରୁରେ ପରିଚାଳନା କରିବା ପାଇଁ ସରକାରୀ ସ୍ତରରେ ଓ ନିର୍ବାଚନ ରେ ବିଜୟ ଲାଭ କରିବା ପାଇଁ ରାଜନୈତିକ ସ୍ତରରେ ଜୋରଦାର ପ୍ରୟାସ ଆରମ୍ବ ହୋଇଯାଇଛି । ଏହି କ୍ରମରେ ଆଜି ପାଇକମାଲ ରେ ସାଲେପାଲି ବିଜୁ ଜନତା ଦଳର ଅଫିସ ଠାରେ ଦଳ ତରଫରୁ ପାଇକମାଲ ବ୍ଲକ ର କର୍ମୀ ମାନଙ୍କୁ ନେଇ ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ର ଆୟୋଜନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ , ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଦଳର ପାଇକମାଲ ଦାୟିତ୍ବରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ଶ୍ରୀ ନବ କିଶୋର ଦାସ , ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ଉଦୀୟମାନ ଯୁବ ନେତ୍ରୀ ଦୀପାଳି ଦାସ , ବିଜୁ ଜନତା ଦଳର ପାଇକମାଲ ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ବ୍ଲକ ଅଧ୍ୟକ୍ଷ ଶ୍ରୀମତି ଭାବନା ସିଂ , ଜିଲ୍ଲା ପରିଷଦ ସଭ୍ୟ ବାସନ୍ତୀ ବାଳମ ପ୍ରମୂଖ ବ୍ଲକର ସମସ୍ତ ଗ୍ରାମରୁ ଆସିଥିବା କର୍ମୀ ମାନଙ୍କୁ ସଂଵୋଧନ କରିବା ସହିତ ଆଗାମୀ ଉପନିର୍ବାଚନ ରେ ଦଳ ପାଇଁ କଠୋର ପରିଶ୍ରମ କରିବା ସହିତ ବିରିଧି ମାନଙ୍କର ସବୁ ମିଥ୍ୟା ପ୍ରତିଶ୍ରୁତି ଓ ଭାଷଣବାଜି ର ଲୋକଙ୍କୁ ବୁଝେଇବାକୁ କହିଥିଲେ ।
ସଭା ଆରମ୍ବ ରେ ଶ୍ରୀମତୀ ଛୁରିଆ ସ୍ବର୍ଗତ ବିଧାୟକ ଶ୍ରୀ ଵିଜୟ ରଞ୍ଜନ ସିଂ ବାରିହା ଙ୍କର ଫୋଟୋ ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ଦିବଂଗତ ସଂଗ୍ରାମୀ ନେତା ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ ଦଳୀୟ କର୍ମୀ ଙ୍କର ସମ୍ମୁଖରେ ନିଜର ଅଭିଭାଷଣ ରଖି କେନ୍ଦ୍ର ସରକାର ଓ ବିଜେପି ଉପରେ ବର୍ଷିଥିଲେ । ବିଜେପି ବିଗତ ଆଠ ବର୍ଷ ଧରି ଲୋକଙ୍କୁ ମିଛ କହି ଶୋଷଣ କରୁଛି । ଚାଷୀ ହୁଅନ୍ତୁ କି ଶ୍ରମିକ , ଦିନ ମଜୁରିଆ ହେଉ କି କ୍ଷୁଦ୍ର ବ୍ୟବସାୟୀ ସମସ୍ତ ଙ୍କର ଉପରେ ଦାଉ ସାଧୁଛି ବିଜେପି ଓ କେନ୍ଦ୍ର । ଚାଷୀମାନଙ୍କ ସମସ୍ୟା କୁ ନେଇ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930 ଟଙ୍କା ପ୍ରଦାନ କରିବା ନେଇ , ଯେତେବେଳେ ବିଧାନସଭା ର ଟିମ ପ୍ରଧାନମନ୍ତ୍ରୀ ଙ୍କୁ ଭେଟିବାକୁ ସମୟ ମାଗିଲା ସେତେବେଳେ ପ୍ରଧାନମନ୍ତ୍ରୀ ବିଧାନସଭା ର ଟିମ କୁ ଭେଟିବା ପାଇଁ ସମୟ ଦେବା ପରିବର୍ତେ ତତ୍କାଳୀନ ଆମେରିକା ର ରାଷ୍ଟ୍ରପତି ଟ୍ରମ୍ପ ଙ୍କର ଝିଅ ଙ୍କୁ ହାଇଦ୍ରାବାଦ ବୁଲାଇ ଦେଖାଉଥିଲେ । ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ତାଙ୍କର କୃଷକ ଓ କୃଷି ପ୍ରତି ମନୋଭାବ । ସ୍ଥାନୀୟ ବିଜେପି ନେତା ଓ ରାଜ୍ୟ କୃଷକ ମୋର୍ଚା ର ସଭାପତି ବିଗତ କିଛିଦିନ ଧରି ଦେଉଥିବା ଭାଷଣ କେବଳ ଭାଷଣ ଅଟେ । ଏଥିରେ କୋଣସି ସତ୍ୟତା ନାହିଁ । ସେ ମଧ୍ୟ ବିଗତ ଦିନରେ ପାଞ୍ଚ ବର୍ଷ ବିଧାୟକ ଥିଲେ , ପଦ୍ମପୁର ପାଇଁ ତାଙ୍କର କିଛି ବି ଅବଦାନ ନାହିଁ । ଆଜି ଦେଶରେ ସବୁ ଅତ୍ୟାବଶ୍ୟକୀୟ ଜିନିଷ ଉପରେ gst ଲାଗୁ ରହିଛି । ପେଟ୍ରୋଲ ଓ ଡିଜେଲ ତଥା ରାସୋଇ ଗେଶ ର ଦର ଅକାଶଛୁଆଁ । ଜଣେ ଗରିବ ଲୋକ ଆଜିକାର ପରିସ୍ଥିତିରେ ଚାଲିବା ଅତ୍ୟନ୍ତ କଷ୍ଟକର । ଏହିଭଳି ପରିସ୍ଥିତିରେ ଦେଶରେ ରେ ଜେବଲ ଅମ୍ବାନୀ ଓ ଅଦାନୀ ଙ୍କର ସମ୍ପତ୍ତି ବଢିଛି । କଳାଧନ କୁଆଡେ ଗଲା , ପ୍ରତ୍ୟେକ ଲୋକଙ୍କ ଆକାଉଣ୍ଟ କୁ 15 ଲକ୍ଷ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ଛୁରିଆ । ବିଜେପି କେବଳ ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛି , ପଦ୍ମପୁର ମାଟି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ୱାଭିମାନ ର ମାଟି । ଏଣୁ ଆଗାମୀ ଦିନରେ ହେବାକୁ ଥିବା ଉପନିର୍ବାଚନ ରେ ବିଜେପି ର ମିଛ ପ୍ରଚାର ବାବଦରେ ଲୋକଙ୍କୁ ଅବଗତ କରାଇବା ସହିତ ରାଜ୍ୟ ସରକାର ଙ୍କର ଲୋକାଭିମୁଖୀ ଯୋଜନା ଗୁଡିକ ବାବଦରେ ବୁଝେଇବାକୁ ପଡିବ ବୋଲି ଏହି ସଭାରେ ନେତାମାନେ ମତବ୍ୟକ୍ତ କରିଥିଲେ ।
ଏହି ଏହାପରେ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ , ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ , ଶ୍ରୀମତୀ ଛୁରିଆ , ଶ୍ରୀ ଦେବୀ ମିଶ୍ର , ଦୀପାଳି ଦାସ , ପ୍ରମୁଖ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କର୍ମୀ ଓ ନେତା ମାନଙ୍କ ସହିତ ସ୍ୱତନ୍ତ୍ର ଭାବରେ ଆଲୋଚନା କରିଥିଲେ ।