ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ପ୍ରଦୀପ ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତ ସିଂ
ଉପନିର୍ବାଚନ କାରଣରୁ ଲୋକଙ୍କୁ ଭୁଆଁ ବୁଲାଉଛି ବିରୋଧୀ :- ସୁଶାନ୍ତ ସିଂ
ବରଗଡ :- ଏପଟେ ପଦ୍ମପୁର ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ଗତ କାଲି ଭାରତୀୟ ଜନତା ପାର୍ଟି ର ପୁରୁଣା ନେତା ତଥା ଜଣେ ଦକ୍ଷ ସଂଗଠକ ଶ୍ରୀ ରାଜୁ ଘିବେଲଙ୍କର ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କର ସହିତ ସାକ୍ଷାତ ପରେ ମନ୍ତ୍ରୀ ଟୁକୁନି ସାହୁ ଙ୍କର ନିକଟରେ ବିଜେଡି ସାମିଲ ହେବା ନିଶ୍ଚିତ ଭାବରେ ବିଜେପି ପାଇଁ କ୍ଷତିକାରକ । କାରଣ ଗତ ସାଧାରଣ ନିର୍ବାଚନ ରେ ରାଜୁ ଘିବେଳା ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ପ୍ରାୟ ପାଞ୍ଚ ହଜାର ଭୋଟ ପାଇଥିଲେ । ପରେ ପୁନର୍ବାର ସେ ବିଜେପି କୁ ଫେରିଥିଲେ କିନ୍ତୁ ବର୍ତ୍ତମାନ ରାଜୁ ବିଜେଡି ଶିବିରର ରେ । ରାଜୁ ଙ୍କର ବିଜେଡି ରେ ଯୋଗଦାନ କୁ ସହଜରେ ଗ୍ରହଣ କରି ପାରୁନାହିଁ ବିଜେପି ।
ଆଜି ପଦ୍ମପୁର ଠାରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ରାଜ୍ୟ ସରକାର ଓ ବିଜୁ ଜନତା ଦଳକୁ ଘେରିବାକୁ ଚେଷ୍ଠା କରିଥିଲା । ସନ୍ଧ୍ୟାରେ ଏହାର କଡା ଜବାବ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ । ନିଜର ପ୍ରତିକ୍ରିୟା ରେ ଶ୍ରୀ ସିଂ କହିଛନ୍ତି ଯେ , ବର୍ତ୍ତମାନ ପଦ୍ମପୁର ରେ ଉପନିର୍ବାଚନ ରହିଛି , ତେଣୁ ବିଜେପି ମିଥ୍ୟା ଓ ଭିତ୍ତିହୀନ ଆରୋପ ଲଗାଉଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାର ଙ୍କର ଅଧୀନରେ । ବୀମା ପାଇଁ କେନ୍ଦ୍ର ସରକାର HDFC କୁ ଠିକା ଦେବା ସହିତ ଗାଇଡ଼ଲାଇନ ମଧ୍ୟ ତିଆରି କରିଛି । ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ବୀମା ପ୍ରଦାନ ନେଇ ଅବଗତ କରାଉଛନ୍ତି। କିଛିଦିନ ତଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ କେନ୍ଦ୍ର କୃଷି ମନ୍ତ୍ରୀ ଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଫସଲ ବୀମା ର ବକେୟା ପ୍ରଦାନ ଜରିବା ବାବଦରେ କହିଛନ୍ତି ହେଲେ କେନ୍ଦ୍ର ର ଅବହେଳା କାରଣ ରୁ ତାହା ମିଳି ପାରୁ ନାହିଁ
। ଗତ ତିନି ତାରିଖ ରେ ଫସଲ ବୀମା କୁ ନୂଆଦିଲ୍ଲୀ ରେ ଏକ ମିଟିଂ ହୋଇଥିଲା । ଯଦି ବୀମା ପ୍ରଦାନ କରିବାର କ୍ଷମତା ରାଜ୍ୟ ସରକାର ଙ୍କର ପାଖରେ ରହିଥାନ୍ତା ତେବେ ଦିଲ୍ଲୀରେ ମିଟିଂ କାହିଁକି ବୋଲି ଓଲଟା ପ୍ରଶ୍ନ କରିଥିଲେ ଶ୍ରୀ ସିଂ । ଓଡିଶା ସରକାର ବରଗଡ଼ ଜିଲ୍ଲାର ଚାଷୀ ମାନଙ୍କ ବୀମା ପାଇଁ 421 କୋଟି ଟଙ୍କା ପ୍ରଦାନ ପାଇଁ ସମସ୍ତ କାଗଜପତ୍ର କେନ୍ଦ୍ରକୁ ପ୍ରଦାନ କରି ସାରିଛନ୍ତି । ଯେହେତୁ ବର୍ତମାନ ପଦ୍ମପୁର ରେ ଉପନିର୍ବାଚନ ରହିଛି ତେଣୁ ଅଯଥାରେ ବିଭ୍ରାନ୍ତି କର ମନ୍ତବ୍ୟ ଦେଇ, ନିଜେ ଲାଭ ନେବା ପାଇଁ ଚାଷୀ ଭାଇ ମାନଙ୍କୁ ଭୁଆଁ ବୁଲାଉଛନ୍ତି । ଯାହାକୁ କି ଘୋର ନିନ୍ଦା କରୁଛି ନୋଳି କହିଥିଲେ ଶ୍ରୀ ସିଂ । ଏହାସହିତ ଏହି ଅଂଚଳର ଲୋକଙ୍କ ଭୋଟ ରେ ବିଜୟୀ ହୋଇଥିବା ଲୋକସଭା ସାଂସଦ କେନ୍ଦ୍ର ଓ କମ୍ପାନୀ ଉପରେ ଚାପ ପ୍ରୟୋଗ କରନ୍ତୁ ବା କମ୍ପାନୀ କୁ କଲା ତାଲିକା ଭୁକ୍ତ କରନ୍ତୁ ଯଦ୍ୱାର କି କମ୍ପାନୀ ଡରି ବୀମା ରାଶି ପ୍ରଦାନ କରିବ । ଯେହେତୁ କେନ୍ଦ୍ର ତରଫରୁ କମ୍ପାନୀ କୁ କୋଣସି ଚାପ ପ୍ରୟୋଗ କରାଯାଉ ନାହିଁ ତେଣୁ ତମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରିଛି ବୋଲି ଶ୍ରୀ ସିଂ ନିଜର ପ୍ରତିକ୍ରିୟା ରଖିଥିଲେ ।