ସୁବର୍ଣ୍ଣପୁର(ପ୍ରକାଶ କୁମାର ହାତୀ)-ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବ ମହକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ଶିଶୁ ମାନଙ୍କୁ ନେଇ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉଦଘାଟନ ଉତ୍ସବରେ ଜିଲ୍ଳା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକା ମୁଖ୍ୟ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ଜିଲ୍ଳା ବାଲ୍ୟବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ, l ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସ୍ୱାଗତ ବକ୍ତବ୍ୟ ଦେବା ସହ କାର୍ଯ୍ୟକ୍ରମ ର ବିବରଣୀ ପଠନ କରିଥିଲେ l ବିଜୟ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ବ୍ରତାନନ୍ଦ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସେହିପରି ଅପରାହ୍ନ ରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦାନ କରି ଛାତ୍ର ଛାତ୍ରୀ ଙ୍କୁ ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱ ର ବିକାଶ ଉପରେ ସାର ଗର୍ଭକ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥିଭାବେ ଡି ଏସ ପି ସଦର, ଶିଶୁ ମଙ୍ଗଳ କମିଟି ସଭ୍ୟା ରଞ୍ଜିତା ସାହୁ, ଡି ଆଇ ପି ଆରୋ ଶ୍ରୀ ଭୋଇ, ଡିସିପିଓ ଦାଶ ମଂଚାସୀନ ରହିଥିଲେ l ଦିବସ ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ ନେଇ ଅନୁଷ୍ଠିତ ଗୀତ, ନୃତ୍ୟ, ତର୍କ, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମରେ କେଶବ ମେହେର, ସରିତା ସୁନା, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ଼, ଥବିର କାଲସଏ, ବିଶେଶ୍ୱର ହୋତା, ସ୍ୱାଗତ ରାଜ ମିଶ୍ର, ସିଦ୍ଧାନ୍ତ ସୁନା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ l
ରାଜ୍ୟ
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ, ଅନୁଷ୍ଠିତ
- Hits: 383