ହେଡଲାଇନସ୍:

ବିଜେପି ଛାଡି ବିଜେଡିର ହାତ ଧରିଲେ ବରିଷ୍ଠ ନେତା ରାଜୁ ଘିବେଲା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ପଦ୍ମପୁର ଉପନିର୍ବାଚନ ରେ ବିଜେପି କୁ ଝଟକା । ବିଜୁ ଜନତା ଦଳରେ ଯୋଗଦେଲେ ବରିଷ୍ଠ ବିଜେପି ନେତା ରାଜୁ ଘିବେଲା । ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଭୂବନେଶ୍ୱର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦେଲେ ରାଜୁ ଘିବେଲା । ଆସନ୍ତା ୧୦ ତାରିଖରୁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରାଯିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଏ ଭଲି ସମୟରେ ବିଜେପି ର ହାତ ଛାଡିଦେଇଛନ୍ତି ବରିଷ୍ଠ ନେତା ଶ୍ରୀ ଘିବେଲା । ରାଜୁ ଘିବେଲା ଜଣେ ଦୄଢ ସଙ୍ଗଠକ, ସେ ପଦ୍ମପୁର ଅଞ୍ଚଳରେ ତାଙ୍କର ଭଲ ସଙ୍ଗଠନ ରହିଛି । ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନରେ ରାଜୁ ଘିବେଲା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ମଇଦାନରେ ଓହ୍ଲାଇଥିଲେ । ସ୍ୱାଧୀନ ଭାବେ ୪୫୧୨ ଭୋଟ ପାଇଥିଲେ | ଉପ ନିର୍ବାଚନ ସମୟରେ ବିଜେଡ଼ି ରେ ରାଜୁଙ୍କ ଯୋଗଦାନ ବିଜେଡି ପାଇ ବେଶ ଉପଯୋଗୀ ହୋଇପାରିବ |

0
0
0
s2sdefault