ହେଡଲାଇନସ୍:

ପଞ୍ଚ ଦଶ ବାର୍ଷିକ ସାଗର ସାଥୀ ବୋଇତ ବନ୍ଦାଣ ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର-  ବୋଇତ ବନ୍ଦାଣ ଉତ୍ସବ ଶାଶୁ ଭୁଆସୁଣୀ, ଚୂଡ଼ାମଣି ଘାଟ ଠାରେ ପଞ୍ଚ ଦଶ ବାର୍ଷିକ ସାଗର ସାଥୀ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଜାଇଛି। ସାଗର ସାଥୀ ବୋଇତ ବନ୍ଦାଣ ସାଂସ୍କୃତିକ ପରିଷଦ ଚୂଡ଼ାମଣି ପକ୍ଷ ରୁ ଦୁଇ ଦିନ ବ୍ୟାପୀ ମହା ସମାରୋହ ରେ ପାଳନ କରାଯାଇଛି। ସାତ ତାରିଖ ରୁ ଆରମ୍ଭ ହେଇଥି ବା ଏହି କାର୍ଯ୍ୟ କର୍ମ ଆଠ ତାରିଖ ସଂଧ୍ୟା ଯାଏଁ ଚାଲିଥିଲା । ଏହି ଅବସର ମଙ୍ଗଳ ବାର ସକାଳେ ସାଧବ ପୁଅ ମାନେ ସମୁଦ୍ର ଯାତ୍ରା କରିଛନ୍ତି।  ସଂଧ୍ୟା ରେ ସଭା କାର୍ଯ୍ୟ କର୍ମ ରେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ଓ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ,ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ , ସରପଂଚ ରାମ ଚନ୍ଦ୍ର ଗିରି ଯୋଗ ଦେଇ ଛନ୍ତି। ସାଗର ସାଥୀ ବୋଇତ ବନ୍ଦାଣ ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ଶଶି କାନ୍ତ ନାୟକ ସଭା ପରିଚାଳନା କରିଥିବା ବେଳେ ଉପ ସଭାପତି ଅନନ୍ତ କୁମାର ମଲିକ ବିବରଣୀ ପାଠ କରିଥିଲେ। ଏହି ବୋଇତ ବନ୍ଦାଣ କାର୍ଯ୍ୟ କର୍ମ ରେ ଘୋଡ଼ା ନାଚ ଓ ଲୋକ ଗୀତ ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ କରାଯାଇଛି।

0
0
0
s2sdefault