ହେଡଲାଇନସ୍:

ହିଣ୍ଡାଲକୋ ଦ୍ୱାରା ବିକଶିତ ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେକ୍‍ ଚଳାଚଳ ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ଗଣ ପରିବହନ କ୍ଷେତ୍ରରେ ଭାରତର ଆଧୁନିକିକରଣ ଅଭିଯାନରେ ଏକ ଉଲ୍ଲେଖଯୋଗ୍ୟ ମାଇଲଖୁଣ୍ଟ

  • - ଆଲୁମିନିୟମକୁ ପରିବର୍ତ୍ତିତ ହେବାଦ୍ୱାରା ଭାରତୀୟ ରେଳବାଇ ପାଇଁ କାର୍ବନ ନିର୍ଗମନ ଉଲ୍ଲେଖନୀୟ ଭାବେ ହ୍ରାସପାଇବ;

  • -ଗୋଟିଏ ମାତ୍ର ରେକ୍‍ ଏହାର ଜୀବଦ୍ଦଶା ମଧ୍ୟରେ ୧୪,୫୦୦ ଟନ୍‍ରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିପାରିବ

  • - ଋୂପେଲି-ସଫେଦ ରଙ୍ଗର ଏହି ଧାତୁ ବିଶ୍ୱବ୍ୟାପୀ ମେଟ୍ରୋ ଟ୍ରେନଗୁଡିକ ପାଇଁ ସର୍ବାଧିକ ପସନ୍ଦ ହୋଇଛି

  • - ହାଇସ୍ପିଡ ଯାତ୍ରୀବାହୀ ଟ୍ରେନଗୁଡିକ ନିମନ୍ତେ ହାଲୁକା, କମ୍‍ ବ୍ୟୟସାପେକ୍ଷ ଏବଂ ଦୀର୍ଘସ୍ଥାୟୀ ଆଲୁମିନିୟମ ରେଲ୍‍ କାର ବଡି ଷ୍ଟ୍ରକ୍‍ଚର ନିର୍ମାଣ ଦିଗରେ ଅବଦାନ ରଖିବାକୁ ହିଣ୍ଡାଲ୍‍କୋର ଯୋଜନା ଏହି ଅଭିଯାନକୁ ଗତିଶୀଳ କରାଇଛି

ଭୁବନେଶ୍ୱର : ହିଣ୍ଡାଲକୋ ପକ୍ଷରୁ ଆଜି ଭାରତର ପ୍ରଥମ ସମସ୍ତ-ଆଲୁମିନିୟମ ଫ୍ରେଟ୍‍-ରେଲ ରେକ୍‍ ଚଳାଚଳର ଶୁଭାରମ୍ଭ କରାଯାଇଛି, ଯାହା ପଣ୍ୟ ପରିବହନକୁ ଆଧୁନିକିକରଣ କରିବା ଏବଂ ଭାରତୀୟ ରେଳବାଇ ନିମନ୍ତେ ବିପୁଳ ଅଙ୍ଗାରକମ ନିର୍ଗମନକୁ ରୋକିବା ନିମନ୍ତେ ରାଷ୍ଟ୍ରର ଆକାଂକ୍ଷିତ ଯୋଜନାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେଉଛି ।
ଏହି ରେକ୍‍ଗୁଡିକ ସମ୍ପ୍ରତି ଚଳାଚଳ କରୁଥିବା ଷ୍ଟିଲ୍‍ ରେକ୍‍ ତୁଳନାରେ ୧୮୦ ଟନ୍‍ ହାଲୁକା ଏବଂ ଏହା ୫-୧୦% ଅଧିକ ଭାର ବହନ କରିପାରିବ, କମ୍‍ ଶକ୍ତି ବ୍ୟବହାର କରିବା ସହିତ ରେଲ୍‍ ଡବା ଏବଂ ରେଲ୍‍ଗୁଡିକ ପ୍ରତି ତୁଳନାତ୍ମକ ଭାବେ ଅତି ନଗଣ୍ୟ ଭଙ୍ଗାରୁଜା ପ୍ରଭାବ ପକାଉଛି ।
ହିଣ୍ଡାଲକୋର ଓଡ଼ିଶାର ଲପଙ୍ଗାସ୍ଥିତ ଆଦିତ୍ୟ ସ୍ମେଲ୍‍ଟରକୁ କୋଇଲା ପରିବହନ କରିବାକୁ ଥିବା ଏହି ନୂତନ ୬୦-ୱାଗନ ରେକ୍‍ର ଚଳାଚଳକୁ ଶୁଭାରମ୍ଭ କରାଇ କେନ୍ଦ୍ର ରେଳବାଇ, ଯୋଗାଯୋଗ, ଇଲେକ୍‍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, “ଏହା ରାଷ୍ଟ୍ର ଏବଂ ସ୍ୱଦେଶୀକରଣ ଦିଗରେ ଆମର ଅଭିଯାନ ପାଇଁ ଏକ ଗର୍ବର ମୁହୂର୍ତ୍ତ ।”
ସେ କହିଲେ, ୨୦୨୬ ସୁଦ୍ଧା ୨.୫୨୮ ନିୟୁତ ଟନ୍‍ ପଣ୍ୟ ପରିବହନ ନିମନ୍ତେ ସରକାର ରଖିଥିବା ଲକ୍ଷ୍ୟ ନିମନ୍ତେ ପ୍ରାୟ ୭୦,୦୦୦ ଅତିରିକ୍ତ ୱାଗନର ଆବଶ୍ୟକତା ରହିଛି ଯାହା ଦ୍ରୁତ ଅଭିବୃଦ୍ଧିଶୀଳ ବାଣିଜ୍ୟ ଓ ବ୍ୟବସାୟକୁ ସମର୍ଥନ କରିପାରିବ ।
“ଏହି ଆଲୁମିନିୟମ ୱାଗନଗୁଡିକ ଏହି ଲକ୍ଷ୍ୟ ହାସଲ ଦିଗରେ ଆମକୁ ସହାୟକ ହେବ ଯେଉଁଥିରେ ୧୦%ରୁ ଅଧିକ ଭାରବହନ କ୍ଷମତା ରହିବା ସହିତ ଏକ ସବୁଜ ଓ ସୁସଂହତ ରେଳବାଇ ନେଟୱର୍କ ଗଢିତୋଳିବାକୁ ଆମେ ରଖିଥିବା ଲକ୍ଷ୍ୟ ଅନୁଯାୟୀ ଏହା ଅଙ୍ଗାରକ ଉପସ୍ଥିତି ଉଲ୍ଲେଖନୀୟ ପରିମାଣରେ ହ୍ରାସ କରିବ,” ବୋଲି ସେ କହିଥିଲେ ।
ବଟମ୍‍ ଡିସଚାର୍ଜ ଆଲୁମିନିୟମ ଫ୍ରେଟ୍‍ ୱାଗନ ସ୍ୱତନ୍ତ୍ର ଭାବରେ କୋଇଲା ପରିବହନ ନିମନ୍ତେ ଡିଜାଇନ କରାଯାଇଥିବାବେଳେ ଉଲ୍ଲେଖନୀୟ ପରିମାଣରେ ଅଙ୍ଗାରକ ଉପସ୍ଥିତି ହ୍ରାସ କରିବ । ୱାଗନରେ କରାଯାଇଥିବା ପ୍ରତି ୧୦୦ କିଲୋଗ୍ରାମ ଓଜନ ହ୍ରାସ ନିମନ୍ତେ ଏହାର ଜୀବଦ୍ଦଶାକାଳରେ ଅଙ୍ଗାରକାମ୍ଳ ନିର୍ଗମନ ପ୍ରାୟ ୮-୧୦ ଟନ୍‍ ହ୍ରାସ କରାଯାଇପାରିଛି । ଏହା ମୋଟ ଉପରେ ଗୋଟିଏ ମାତ୍ର ରେକ୍‍ କ୍ଷେତ୍ରରେ ୧୪,୫୦୦ ଟନ୍‍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିପାରିବ ।
ଆଗାମୀ ବର୍ଷଗୁଡିକରେ ରେଳବାଇ ଏକ ଲକ୍ଷରର ଅଧିକ ୱାଗନ ଚଳାଚଳ କରିବାକୁ ଯୋଜନା କରୁଥିବାବେଳେ ଯଦି ୧୫-୨୦% ଆଲୁମିନିୟମ ରେକ୍‍ରେ ରୂପାନ୍ତରିତ କରାଯାଏ ତେବେ ସମ୍ଭାବ୍ୟ ବାର୍ଷିକ ଅଙ୍ଗାକାମ୍ଳ ନିର୍ଗମନ ହ୍ରାସ ପରିମାଣ ୨୫ ଲକ୍ଷ ଟନ୍‍ରୁ ଅଧିକ ହୋଇପାରେ ଏବଂ ଏହା ଦେଶର ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ ଦିଗରେ ଏକ ଉଲ୍ଲେଖନୀୟ ଅବଦାନ ହୋଇପାରିବ ।
ସତୀଶ ପାଇ, ମ୍ୟାନେଜିଂ ଡାଇରେକ୍ଟର, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‍ କହିଛନ୍ତି, “ଭାରତର ପ୍ରଥମ ଆଲୁମିନିୟମ ଫ୍ରେଟ୍‍ ରେକ୍‍ ଚଳାଚଳ ଶୁଭାରମ୍ଭ ହେବା, ରାଷ୍ଟ୍ରଗଠନ ଦିଗରେ ଏକ ସ୍ମାର୍ଟ ଏବଂ ଦୀର୍ଘସ୍ଥାୟୀ ସମାଧାନ ଯୋଗାଇଦେବା ନିମନ୍ତେ ଆମର ସାମର୍ଥ୍ୟ ଏବଂ ପ୍ରତିବଦ୍ଧତାର ନିଦର୍ଶନ ହୋଇଛି । ଭାରତୀୟ ରେଳବାଇର ଲଜିଷ୍ଟିକ୍ସକୁ ଅଧିକ ଦକ୍ଷକରି ଗଢିତୋଳିବା ଏବଂ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟ କ୍ଷେତ୍ରରେ ଅବଦାନ ରଖିବା ନିମନ୍ତେ ହିଣ୍ଡାଲ୍‍କୋ ସ୍ଥାନୀୟ ସମ୍ବଳକୁ ନେଇ ବିଶ୍ୱସ୍ତରୀୟ ସର୍ବୋତ୍ତମ ପ୍ରଯୁକ୍ତିକୁ ଏକତ୍ରିତ କରାଇବାରେ ଅଗ୍ରଦୂତ ହୋଇଛି ।”
ଆର୍‍ଡିଏସ୍‍ଓ ଅନୁମୋଦିତ ଡିଜାଇନକୁ ନେଇ ନୂଆ ପିଢିର ୱାଗନଗୁଡିକ ମେସର୍ସ ବେସ୍‍କୋ ଦ୍ୱାରା ତିଆରି କରାଯାଇଛି ଏବଂ ଏହା ହିଣ୍ଡାଲ୍‍କୋର ଓଡ଼ିଶାର ହୀରାକୁଦସ୍ଥିତ ସର୍ବାଧନିକ ରୋଲିଂ କାରଖାନାରେ ତିଆରି ହାଇ ଷ୍ଟ୍ରେନ୍‍ଥ ଆଲୁମିନିୟମ ଆଲୟ ପ୍ଲେଟ ଏବଂ ଏକ୍ସଟ୍ରସନ୍ସସ ତଥା କମ୍ପାନୀର ଉତ୍ତରପ୍ରଦେଶର ରେନୁକୁଟସ୍ଥିତ କାରଖାନାରେ ଉତ୍ପାଦିତ ଏକ୍ସଟ୍ରସନ୍ସରୁ ନିର୍ମିତ । ଏହି ଆଲୁମିନିୟମ ରେକ୍‍ଗୁଡିକ ୧୯% ଅଧିକ ଭାର ବହନ କରୁଛି ଯାହା ରେଳବାଇର ଲଜିଷ୍ଟିକ୍ସ ଏବଂ ପରିଚାଳନାଗତ ସାମର୍ଥ୍ୟ ଉପରେ ରୂପାନ୍ତରଣକାରୀ ସକାରାତ୍ମକ ପ୍ରଭାବ ପକାଇବ ।
ଭାରତରେ ଫ୍ରେଟ୍‍ କ୍ଷେତ୍ର ବାର୍ଷିକ ପୌନଃପୁନିକ ୭%ରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରି ୨୦୫୦ ସୁଦ୍ଧା ୧୫ ବିଲିଅନ ଟନ୍‍ରେ ପହଞ୍ଚିବା ଆଶା କରାଯାଉଛି ଏବଂ ଶକ୍ତି ସଞ୍ଚୟକାରୀ ତଥା ପରିବେଶ-ଉପଯୋଗୀ ରେଳବାଇ ଏହାର ପରିମାଣ ଅଂଶ ସମ୍ପ୍ରତି ରହିଥିବା ୧୮%ରୁ ଉଲ୍ଲେଖନୀୟ ଭାବରେ ବୃଦ୍ଧିପାଇବା ଆଶା କରାଯାଉଛି ।
ହିଣ୍ଡାଲ୍‍କୋ ମଧ୍ୟ ହାଇ-ସ୍ପିଡ ଯାତ୍ରୀବାହୀ ଟ୍ରେନଗୁଡିକ ନିମନ୍ତେ ଆଲୁମିନିୟମ କୋଚ୍‍ ନିର୍ମାଣରେ ଅଂଶଗ୍ରହଣ କରିବାକୁ ଯୋଜନା ରଖିଛି । ଆମେରିକା, ୟୁରୋପ ଏବଂ ଜାପାନରେ ଆଲୁମିନିୟ ଟ୍ରେନ୍‍ଗୁଡିକର ପ୍ରଭାବୀ ଅଂଶ ରହିଛି କାରଣ ଏଗୁଡିକ ସ୍ଲିକ୍‍, ଏରୋଡାଇନାମିକ ଭାବରେ ଡିଜାଇନ କରାଯାଇଛି ଏବଂ ତଦ୍ଦ୍ୱାରା ରେଳଧାରଣାରୁ ନବାହାରି ଅଧିକ ବେଗରେ ଯାତ୍ରା କରିବାର ସାମର୍ଥ୍ୟ ରଖୁଛି ।
ବିଶ୍ୱବ୍ୟାପୀ ଆଲୁମିନିୟମ ତାହାର ଦୀର୍ଘସ୍ଥାୟିତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ଯାତ୍ରୀ ନିରାପତ୍ତା ଦୃଷ୍ଟିରୁ ମେଟ୍ରୋ ଟ୍ରେନଗୁଡିକ ନିମନ୍ତେ ସର୍ବାଧିକ ପସନ୍ଦ ହୋଇଛି, କାରଣ ଏଥିରେ ଧକ୍କା ପ୍ରତିରୋଧୀ ଉନ୍ନତ ବୈଶିଷ୍ଟ୍ୟ ଅଥବା ଧକ୍କା କ୍ଷେତ୍ରରେ ତାହା ସମ୍ଭାଳିବାର ସାମର୍ଥ୍ୟ ରହିଛି । ଭାରତୀୟ ରେଳବାଇ ଆଲୁମିନିୟମ ରେକ୍‍ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍‍ଗୁଡିକ ଚଳାଚଳ କରିବା ନିମନ୍ତେ ତାହାର ଯୋଜନା ଘୋଷଣା କରିସାରିଛି । ହିଣ୍ଡାଲ୍‍କୋ ଭାରବରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ପ୍ରତିବଦ୍ଧ ଏବଂ ଭାରତରେ ଉପଯୋଗୀ ପରିବ୍ୟବସ୍ଥା ସ୍ଥାପନ ନିମନ୍ତେ ବୈଶ୍ୱିକ ସହଭାଗୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ଜାରି ରଖିଛି ।

 

0
0
0
s2sdefault