- ଓଡ଼ିଶା ଜଙ୍ଗଲ ବିଭାଗ, ବିଆଇଏଲ୍ଟି ଗ୍ରାଫିକ ପେପର ଆଣ୍ଡ ପ୍ରଡକ୍ଟସ୍ ଲିମିଟେଡ ଓ କଳାହାଣ୍ଡି ମହାସଭାର ବିଶାରଦମାନଙ୍କ ନିକଟରୁ ବାଉଁଶ ପରିଚାଳନା ସମ୍ପର୍କରେ ବ୍ୟବସାୟିକ ଓ ପରିଚାଳନାଗତ ମାର୍ଗଦର୍ଶନ ହାସଲ କଲେ ୨୪ ଗ୍ରାମ ସଭାର ନେତୃବୃନ୍ଦ
ଭୁବନେଶ୍ୱର / ମାଲକାନଗିରି: ଇଣ୍ଡିଆନ୍ ସ୍କୁଲ ଅଫ ବିଜନେଓ (ଆଇଏସ୍ବି), ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ସହିତ ମିଶି ଓଡ଼ିଶାର ମାଲକାନଗିରିଠାରେ ବାଉଁଶ ଅମଳ, ବ୍ୟବାସାୟିକ ସଂପୃକ୍ତି ଏବଂ ପରିଚାଳନା ଯୋଜନା ସମ୍ପର୍କରେ ଏକ ଜିଲାସ୍ତରୀୟ କର୍ମଶାଳା ଆୟୋଜନ କରିଥିଲା । ରାଜ୍ୟରେ ପ୍ରଚୁର ବାଉଁଶ ରହିଥିବା ମାଲକାନଗିରି ଆଇଏସ୍ବି-ବିଆଇପିପି ଦ୍ୱାରା ପ୍ରସ୍ତୁତ ଜଙ୍ଗଲ ଭିତ୍ତି ଅର୍ଥନୀତି ପ୍ରୟାସରେ ଅନ୍ୟତମ ପ୍ରମୁଖ ସ୍ଥାନ ହୋଇଛି, ଯାହା ଏକ ଦୀର୍ଘସ୍ଥାୟୀ ଜଙ୍ଗଲ ଭିତ୍ତିକ ଅର୍ଥନୀତି ଗଢିତୋଳିବା ଏବଂ ସ୍ଥାନୀୟ ସମୁଦାୟଙ୍କ ଜୀବିକା ଉପାର୍ଜନକୁ ପରିବର୍ଦ୍ଧିତ କରିବାକୁ ଲକ୍ଷ୍ୟ ରଖିଛି ।
ଏହି କର୍ମଶାଳା ଜରିଆରେ ଆଇଏସ୍ବି, ଆଇଟିଡିଏ ଏବଂ ଓଡ଼ିଶା ଜଙ୍ଗଲ ବିଭାଗର ବିଶାରଦମାନେ ବାଉଁଶର ମୂଲ୍ୟ ଶୃଙ୍ଖଳ ସମ୍ପର୍କରେ ଅନେକ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ସହିତ ଦୀର୍ଘସ୍ଥାୟୀ ସୂତ୍ରରେ ସଂଗ୍ରହ ଏବଂ ବାଉଁଶ ସମ୍ପଦର ପରିଚାଳନା, ପରିବହନ, ପ୍ରକ୍ରିୟାକରଣ, ଯୋଗାଣ ଏବଂ ଦେୟ ପୈଠ ପ୍ରକ୍ରିୟା ଆଦି ସମ୍ପର୍କରେ ବିସ୍ତୃତ ଭାବରେ ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ୭୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ । ଗ୍ରାମସଭା ନେତୃବୃନ୍ଦ ମଧ୍ୟ କଳାହାଣ୍ଡି ମହାସଭାର ଗୋଷ୍ଠୀ ନେତୃତ୍ୱଙ୍କ ଦ୍ୱାରା ସହଭାଗିତା କରାଯାଇଥିବା ବ୍ୟବସାୟିକ ଯୋଜନା ଏବଂ ପରିଚାଳନାଗତ ଅନୁଭୂତିରୁ ଅନେକ ଫାଇଦା ଲାଭ କରିôଥଲେ । କଳାହାଣ୍ଡି ମହାସଭା ୧୦୦ ଗ୍ରାମସଭାର ଏକ ମହାସଂଘ ଯାହାର ସିଏଫ୍ଆର ଟାଇଟଲ୍ ରହିଛି ଏବଂ ଏହାର ଗୋଷ୍ଠୀ ମାଲିକାନାରେ ଥିବା ଜଙ୍ଗଲ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ପଦ୍ଧର୍ତିରେ ବାଉଁଶ ସଂଗ୍ରହ ତଥା ବିକ୍ରି କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଛି ।
ବାଲ୍ ମୁକୁନ୍ଦ ଭୂୟାଁ, ପ୍ରୋଜେକ୍ଟ ଡାଇରେକ୍ଟର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ଏବଂ ସମ୍ପ୍ରତି ଜିଲ୍ଲାପାଳଙ୍କ ଦାୟିତ୍ୱରେ ସମ୍ପାଦଦନକାରୀ କହିଥିଲେ, “ଏପର୍ଯ୍ୟନ୍ତ ହୋଇଥିବା ପ୍ରଗତିରେ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଜିଲ୍ଲାରେ ତୃଣମୂଳ ସ୍ତରରେ ସାମର୍ଥ୍ୟ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା ଦେଖି ଖୁବ୍ ଖୁସି ଲାଗୁଛି । ମୁଁ ଆଗାମୀ ଛଅମାସ କଥା ଚିନ୍ତା କରୁଛି, ଯାହା ଏହି ଗ୍ରାମସଭାଗୁଡିକର ଜୀବିକାରେ ରୂପାନ୍ତରଣ ଆଣିବାରେ ଏକ ଉଲ୍ଲେଖନୀୟ ସମୟ ଭାବରେ ବିବଚେିତ ହେବ । ମୁଁ ଏବଂ ମୋର ଟିମ୍ ଏହି ରୂପାନ୍ତରଣକୁ ସମର୍ଥନ କରିବା ଏବଂ ଏହାକୁ ସମର୍ଥ କରାଇବାକୁ ପୂର୍ଣ୍ଣ ପ୍ରସ୍ତୁତିର ସହିତ କାର୍ଯ୍ୟ କରୁଛୁ ।”
ଆୟୋଜିତ କର୍ମଶାଳାକୁ ତିନିଟି ଅଧିବେଶନରେ ବିଭକ୍ତ କରାଯାଇଥିଲା । ପ୍ରଥମ ଅଧିବେଶନରେ ଗୋଷ୍ଠୀଗୁଡିକୁ ବାଉଁଶ ସଂଗ୍ରହ, ପରିବହନ, ଯୋଗାଣ ଏବଂ ଅର୍ଥପୈଠ ଆଦି ବାଉଁଶ ବିକ୍ରିର ସମସ୍ତ ଦିଗ ଉପରେ ସୂଚନା ଏବଂ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଗ୍ରାମସଭାର ବ୍ୟାଙ୍କ ଖାତା ଖୋଲିବା ପ୍ରକ୍ରିୟା, ପାନ୍ କାର୍ଡ ପାଇବା ଏବଂ ଜିଏସ୍ଟି ନିମନ୍ତେ ପଞ୍ଜିକରଣ କରିବା ଭଳି ସମସ୍ତ ପରିଚାଳନାଗତ ଯୋଜନା ଏବଂ ନୀତିଗୁଡିକ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତୃତୀୟ ତଥା ଶେଷ ଅଧିବେଶନରେ ସର୍ବୋତ୍ତମ କାର୍ଯ୍ୟଭ୍ୟାସ ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିଲା ଯେଉଁଥିପାଇଁ କଳାହାଣ୍ଡି ଜିଲ୍ଲାର ପ୍ରାୟ ୧୦୦ ଗ୍ରାମସଭାକୁ ନେଇ ଗଠିତ ଫେଡେରେସନ କଳାହାଣ୍ଡି ମହାସଭାର ନେତୃବୃନ୍ଦ କର୍ମଶାଳାରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ମୂଲ୍ୟଯୁକ୍ତ କରିବା, ପରିଚାଳନାଗତ ପଦ୍ଧତି ଏବଂ ସର୍ବୋତ୍ତମ କାର୍ଯ୍ୟାଭ୍ୟାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ପ୍ରଫେସର ଅଶ୍ୱିନୀ ଛାତ୍ରେ, ଏକ୍ଜିକ୍ୟୁଟିଭ ଡାଇରେକ୍ଟର-ବିଆଇପିପି, ଇଣ୍ଡିଆନ ସ୍କୁଲ ଅଫ ବିଜନେସ୍ କହିଥିଲେ, “ଆଗାମୀ କିଛିମାସ ମଧ୍ୟରେ ଆମେ ଏକ ନୂତନ ଏବଂ ସଫଳ ବ୍ୟବସାୟ ମଡେଲ ଦେଖିବାକୁ ସମର୍ଥ ହୋଇପାରିବା ଯାହା ଉଦାହରଣଯୋଗ୍ୟ ହେବ । ଜିଲ୍ଲାର ଜିଲ୍ଲାପାଳ ଅତ୍ୟନ୍ତ ସହଯୋଗୀ ରହିଛନ୍ତି ଏବଂ ସେ ଓ ତାଙ୍କ ଟିମ୍ ମାଲକାନଗିରି ଗ୍ରାମସଭାଗୁଡିକର ସ୍ଥାୟିତ୍ୱ ସୁରକ୍ଷିତ ରଖିବା ପ୍ରକ୍ରିୟାକୁ ସହଜ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଅବଧିର ସୁରକ୍ଷା ଏକ ଦୀର୍ଘସ୍ଥାୟୀ ଏବଂ ମଜଭୁତ ଜଙ୍ଗଲ ଭିତ୍ତିକ ଅର୍ଥନୀତି ପାଇଁ ଆବଶ୍ୟକ ମୂଳଦୁଆ ଯୋଗାଇ ଦେଉଛି ଯାହା ଗ୍ରାମାଞ୍ଚଳ ସମୃଦ୍ଧିକୁ ସମ୍ଭବ କରିବ ଏବଂ ଶିଳ୍ପ ପାଇଁ ମଧ୍ୟ ଫାଇଦା ପହଞ୍ଚାଇବ । ଶିଳ୍ପ କ୍ଷେତ୍ରରେ ବିଆଇଏଲ୍ଟି ଗ୍ରାଫିକ ପେପର୍ ଆଣ୍ଡ ପ୍ରଡକ୍ଟସ୍ ଲିମିଟେଡ (ବିଜିପିପିଏଲ୍) ବାଉଁଶ ଅମଳ ଏବଂ ବିକ୍ରି ନିମନ୍ତେ ପ୍ରସ୍ତୁତ କିରବାକୁ ଗ୍ରାମସଭାଗୁଡିକୁ ସମର୍ଥନ ଯୋଗାଇ ଦେବାକୁ ଆଗେଇ ଆସୁଛି ।”
ଗୋଷ୍ଠୀ ନିକଟରୁ ଶିଳ୍ପ ଦ୍ୱାରା ସିଧାସଳଖ ବାଉଁଶ ସଂଗ୍ରହ
ଏହି କାର୍ଯ୍ୟକ୍ରମର ଅଦ୍ୟ ଅବସ୍ଥାରେ ମିଳିଥିବା ଅନ୍ୟତମ ସଫଳତା ମଧ୍ୟରେ ଗ୍ରାମସଭା ଏବଂ ଶିଳ୍ପ ମଧ୍ୟରେ ବଜାର ସଂଯୋଗୀକରଣ ଅନ୍ୟତମ । ୨୦୨୨ ଅକ୍ଟୋବର-ନଭେମ୍ବରରୁ ଆରମ୍ଭ ହୋଇ ୨୦୨୩ ଏପ୍ରିଲ-ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅମଳ ଋତୁରେ ବିଆଇଏଲ୍ଟି ଗ୍ରାଫିକ ପେପର ଆଣ୍ଡ ପ୍ରଡକ୍ଟସ୍ ଗ୍ରାମସଭା ନିକଟରୁ ସିଧାସଳଖ ବାଉଁଶ କ୍ରୟ କରିବାକୁ ପ୍ରତିବଦ୍ଧ ହୋଇଛି । ଏହା ରାଜ୍ୟର ମାଲକାନଗିରିର ୨୪ ଗ୍ରାମସଭା ନିକଟରୁ ପ୍ରଥମ ଆନୁଷ୍ଠାନିକ ବାଉଁଶ କ୍ରୟ ହେବ ।
ଅଧିବେଶନରେ ଅନ୍ଲାଇନରେ ଯୋଗଦେଇ ଉପସ୍ଥିତି ଗୋଷ୍ଠୀଗୁଡିକୁ ଶ୍ରୀ କୁନାଲ ଶେଖର, ଜେନେରାଲ ମ୍ୟାନେଜର, ହେଡ୍ ଅଫ ର’ମ୍ୟାଟେରିଆଲ୍ସ ଆଣ୍ଡ ପ୍ରୋକ୍ୟୋରମେଣ୍ଟ୍, ବିଆଇଏଲ୍ଟି ଗ୍ରାଫିକ ପେପର ଆଣ୍ଡ ପ୍ରଡକ୍ଟସ୍ କହିଥିଲେ, “ଆମେ ମାଲକାନଗିରିରେ ଗ୍ରାମସଭାଗୁଡିକ ନିକଟରୁ ବିପୁଳ ପରିମାଣରେ ବାଉଁଶ କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ଉତ୍ସୁକ ଅଛୁ । ଏହି ପ୍ରକ୍ରିୟାରେ ଆମେ ଗ୍ରାମସଭାଗୁଡିକୁ ଏବଂ ଗୋଷ୍ଠୀକୁ ସମର୍ଥନ କରିବୁ ।”
ଆଇଏସ୍ବି ଏହି ୨୪ଟି ଗ୍ରାମସଭାର ସିଏଫଆର୍ (କମ୍ୟୁନିଟି ଫରେଷ୍ଟ ରିସୋର୍ସ ରାଇଟ୍ସ୍) ଟାଇଟଲ୍ ଦାବି ଦାଖଲ ପ୍ରକ୍ରିୟାକୁ ସୁଗମ କରାଇଛି । ଦାବିଗୁଡିକ ଉପଖଣ୍ଡସ୍ତରୀୟ କମିଟି (ଏସ୍ଡିଏଲସି) ନିକଟରେ ଦାଖଲ କରାଯାଇଛି । ପରବର୍ତ୍ତୀ ପଦକ୍ଷେପରେ ଏସ୍ଡିଏଲ୍ସିରୁ ଅନୁମୋଦନ ହାସଲ କରିବା, ଜିଲ୍ଲାସ୍ତରୀୟ କମିଟି (ଡିଏଲ୍ସି)ରେ ତାହା ଦାଖଲ ଏବଂ ଡିଏଲ୍ସି ଦ୍ୱାରା ସିଏଫ୍ଆର ଟାଇଟଲ୍ ଜାରି କରିବାକୁ ପ୍ରୟାସ କରାଯିବ । ଅବଧିର ସୁରକ୍ଷା ଏକ ମୁଖ୍ୟ ବିଷୟ ଯାହା ଗୋଷ୍ଠୀ ଓ ଶିଳ୍ପକୁ ଅଶେଷ ଫାଇଦା ପହଞ୍ଚାଇବା ନିମନ୍ତେ ଏକ ମଜଭୁତ ଓ ଦୀର୍ଘସ୍ଥାୟୀ ଜଙ୍ଗଲ ଭିତ୍ତିକ ଅର୍ଥନୀତି ନିର୍ମାଣ ନିମନ୍ତେ ସମର୍ଥ କରାଇବ ଏବଂ ଜଙ୍ଗଲାଞ୍ଚଳର ଦୀର୍ଘସ୍ଥାୟୀ ପରିଚାଳନାଗୁ ସୁଗମ କରିବ ।
ଶ୍ରୀ ପ୍ରତାକ କୋଟାକାପାଲ୍ଲି, ଆଇଏଫଏସ୍, ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫ୍ଓ) କହିଛନ୍ତି, “ଦୀର୍ଘସ୍ଥାୟୀ ସୂତ୍ରରେ ବାଉଁଶ ଅମଳ ଓ ବିକ୍ରି ନିମନ୍ତେ ଗ୍ରାମସଭାଗୁଡିକୁ ତାଲିମ ପ୍ରଦାନ ତଥା ମାର୍ଗଦର୍ଶନ କରିବାରେ ଆମେ ଆମର ଅଭିଜ୍ଞତା ଏବଂ ବିଦ୍ୱତାକୁ ଉପଯୋଗ କରିବୁ । ଏହି ନୂଆ ବ୍ୟବସାୟିକ ମଡେଲକୁ ଫଳବତୀ କରାଇବା ନିମନ୍ତେ ସମର୍ଥନ ଯୋଗାଇଦେବାକୁ ଆମେ ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ।”
ଶ୍ରୀ ତ୍ରିନାଥ ମାଝୀ, ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟର, ଆଇଟିଡିଏ କହିଛନ୍ତି, “ଏହି କର୍ମଶାଳା ବାଉଁଶ ଅମଳ, ଏହାର ବିକ୍ରି ଏବଂ ବ୍ୟବସାୟ ତଥା ପରିଚାଳନାର ସାମଗ୍ରିକ ଦେଖାରଖା ନିମନ୍ତେ ଗ୍ରାମସଭାଗୁଡିକ ନିମନ୍ତେ ବିଶେଷ ଉପଯୋଗୀ ହୋଇପାରିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହଭାଗୀଙ୍କ ଦ୍ୱାରା ଏଥିରେ ଅଂଶଗ୍ରହଣ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ ।”
ଶ୍ରୀମତୀ ପୋଡିୟେ ମାଡକାମି, ଗୋଷ୍ଠୀ ସଦସ୍ୟା, ତେଲରାଇ ଗ୍ରାମ, ମାଲକାନଗିରି ଜିଲ୍ଲା, ଓଡ଼ିଶା କହିଥିଲେ, “ସିଏଫ୍ଆର ପରେ ବାଉଁଶ ବ୍ୟବସାୟ ଯଦି ସଫଳ ହୁଏ ତେବେ ଆମ ଗ୍ରାମରୁ ଅନ୍ୟ ରାଜ୍ୟକୁ ଲୋକଙ୍କ ସ୍ଥାନାନ୍ତରଣ ମଧ୍ୟ ବନ୍ଦ ହୋଇଯିବ ।”