ନବରଙ୍ଗପୁରରୁ ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲା ର ସର୍ବପୂରାତନ ଶିକ୍ଷା ଅନୁଷ୍ଠାନ ନବରଙ୍ଗପୁର ମହାବିଦ୍ୟାଳୟ ତାର ପଚାଶ ବର୍ଷ ଅତିକ୍ରମ କରି ବାଉନ ବର୍ଷରେ ପ୍ରଦାର୍ପଣ କରୁଛି। ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିବା ନବରଙ୍ଗପୁର ମହାବିଦ୍ୟାଳୟ ୨୦୨୧ ମସିହାରେ ତାର ପଚାଶ ବର୍ଷ ପୂରଣ ହୋଇଥିଲେ ମଧ୍ୟ ସାରା ବିଶ୍ୱରେ ମହାମାରୀ କୋରନା ର ପ୍ରକୋପ ସାମ୍ନା ସ୍ଵରୂପ ଠିକ ସମୟରେ ତାର ପଚାଶ ବର୍ଷ ପୂର୍ତ୍ତି ପାଳନ ପାଳନ ହୋଇପାରି ନଥିଲା। ଆଜି ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀଙ୍କ ମନ୍ଦିରରୁ ରାଜ ପୁରୋହିତ ନରସିଂହ ତ୍ରିପାଠୀ ଙ୍କ ଦ୍ଵାରା ପୂଜାର୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ନବରଙ୍ଗପୁର ମହାବିଦ୍ୟାଳୟ ପହଞ୍ଚିଲା ପରେ ଆନୁଷ୍ଠାନିକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାଶାସନିକ ଭବନ ଉଦଘାଟନ ହୋଇଥିଲା। ପ୍ରକାଶ ଥାଉକି ଏହି ବର୍ଷ ପାର୍ବଣ ରୁତୁ ତଥା ଡିସେମ୍ବର ମାସ ତା ୧୬.୧୨.୨୦୨୨ ରିଖ ଠାରୁ ୧୮.୧୨.୨୦୨୨ ପର୍ଯ୍ୟନ୍ତ ଜିଲ୍ଲାର ସର୍ବପୂରାତନ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ କରିବା ପାଇଁ ତାରିଖ ସ୍ଥିରୀକୃତ ହୋଇଛି। ଏହି ଶୋଭାଯାତ୍ରା ରେ ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି,ବୟୋଜ୍ଯୋଷ୍ଠ ବ୍ୟକ୍ତି,ବୁଦ୍ଧିଜୀବୀ ସ୍ଵେଚ୍ଛାସେବୀ, ଆଇନଜୀବୀ,ସାମ୍ବାଦିକ, ପୁରାତନ ଛାତ୍ର,ବର୍ତ୍ତମାନର ଛାତ୍ରମାନେ ଙ୍କ ସହିତ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ,ପୌରାଧ୍ୟକ୍ଷା ସୌମ୍ୟା ମହାପାତ୍ର, ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ପୂର୍ବତନ ଲୋକସଭା ସାଂସଦ ତଥା ଉପଦେଷ୍ଟା ସ୍ଵତନ୍ତ୍ର ବିକାଶ ପରିଷଦ ପ୍ରଦୀପ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପୂର୍ବତନ ବିଧାୟକ ସଦନ ନାୟକ,ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ, ରାଜା ପରିବାରରୁ ଅସିତ କୁମାର ଦେଓ, ପୁରାତନ ଛାତ୍ର ସଂସଦ ଆବାହକ ଗଣେଶ୍ଵର ଦାଶ,ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦକ ସଙ୍ଗୀତା ତ୍ରିପାଠୀ,ଗୌରୀ ମାଝୀ, ମୁନା ତ୍ରିପାଠୀ, ଦେବଦାସ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା।
- Hits: 275