ହେଡଲାଇନସ୍:

 ଶ୍ରାବଣର ଶେଷ ସୋମବାରରେ କାଉଡିଆଙ୍କ ଭିଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା(ସରୋଜ କୁମାର ସାହୁ)  - ଶ୍ରାବଣ ମାସର ଶେଷ ସୋମବାରରେ ରାୟଗଡା ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ ଗୁଡିକରେ ଆଜି କାଉଡିଆମାନଙ୍କ ଲମ୍ୱାଧାଡିରେ ଭିଡ ଦେଖିବାକୁ ମିଳିଛି । କଲ୍ୟାଣସିଂହପୁରର ଦେବଗିରୀ,ଥେରୁବାଲିର ପାଇକପଡା,ବିଷମକଟକର ଚାଟିକାେଣା ସମେତ ଅନ୍ୟ ଶିବ ମନ୍ଦିରଗୁଡିକରେ କାଉଡିଆମାନେ ଜଳାଭିଷେକ କରିଛନ୍ତି । ଏ ନେଇ ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ଦ୍ୱାରା ଶିବ ଭକ୍ତମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚାଟିକାେଣାସ୍ଥିତ ନିୟମଗିରି ପାହାଡ ତଳ ଦେଶରେ ଥିବା ପାତାଳେଶ୍ୱର ମନ୍ଦିରରେ ଶତାଧିକ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ସେଠାରେ ଥିବା ଗଦଗଦା ଜଳପ୍ରପାତରେ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଓ କାଉଡିଆମାନେ ଗାଧେଇବାର ମଜ୍ଜା ଉଠାଇଥିଲେ । ବିଶେଷ କରି ରାୟଗଡା ଜିଲ୍ଲା ସମେତ ପଶ୍ଚିମ ଓଡିଶାର କଳାହାଣ୍ଡି,ବଲାଙ୍ଗିର,ବରଗଡ,ସମ୍ୱଲପୁର ସହ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟକ ଯାତ୍ରୀ ଓ କାଉଡିଆମାନେ ଏଠାକୁ ଆସିଥାନ୍ତି ।

0
0
0
s2sdefault