ହେଡଲାଇନସ୍:

ଉଜ୍ୱଳ ତାରକା ସନ୍ତୋଷିନୀଙ୍କୁ ସମ୍ବର୍ଦ୍ଧନା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ନୀଳ ଦୀପ) - ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସନ୍ତୋଷିନୀ ଦୀପ ଜିଲ୍ଲାସ୍ତରୀୟ ଓଜ୍ୱଳ ତାରକା-୨୦୧୮ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସୋମବାର ଦିନ ତାଙ୍କ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ସନ୍ତୋଷିନୀଙ୍କୁ ବିଦ୍ୟାଳୟ ତରଫରୁ ଏକ ମାନପତ୍ର ଓ ସମ୍ମାନଫଳକ ତଥା ପୁଷ୍ପଗୁଚ୍ଛ ସହ ସମ୍ମାନିତ କରାଯାଇଥିଲା  । ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କ ଉତ୍ତରୋତ୍ତର   ଉନ୍ନତି କାମନା କରି ଗଭୀର ନିଷ୍ଠା  ଓ ଅଧ୍ୟାବସାୟ ଫଳରେ ଅସମ୍ଭବ ସମ୍ଭବ ହୋଇପାରେ ବୋଲି ମତବ୍ୟକ୍ତ କରିଥିଲେ  । ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଷୀ ମଧ୍ୟ ଏହି ଅଭିନବ ପ୍ରୟାସକୁ ସାଧୁବାଦ ଜଣାଇଥିଲେ  । ଉକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମ·ରୀମାନେ ଉପସ୍ଥିତ ଥିଲେ  ।

0
0
0
s2sdefault