ହେଡଲାଇନସ୍:

ଯାଜପୁର ଜିଲ୍ଲାରେ ପ୍ରଶାସନିକ ଏନକ୍ଲେଭ କରିବା ଉଦ୍ୟମ : ଜମି ଅଧିଗ୍ରହଣ ପାଇଁ ସତ୍ୱାଧିକାରୀଙ୍କସହ ଆଲୋଚନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ)   ଯାଜପୁର ସଦର ମହକୁମାରେ ଥିବା କୁସୁମାର ଅପରପାର୍ଶ୍ୱ ଅଂଚଳ ଶିତଳେଶ୍ୱର ମୌଜାରେ ମିନି ସଚିବାଳୟ ବା ପ୍ରଶାସନିକଏନକ୍ଲେଭ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଏହି ପ୍ରଶାସନିକ ଭବନ ପ୍ରକଳ୍ପ ନିର୍ମାଣ ପାଇଁ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ସତ୍ୱାଧିକାରୀଙ୍କସହ ଆଲୋଚନାକରାଯାଇଥିଲା । ୩୦ ତାରିଖ ସୁଧା ସିଧାସଳଖ ଜମି ସତ୍ୱାଧିକାରୀଙ୍କ ଠାରୁ କ୍ରୟ କରାଯିବା ପାଇଁଜିଲ୍ଲା ପ୍ରଶାସନ ପକ୍ଷରୁସୂଚନା ଦିଆଯାଇଥିଲା । ଅନ୍ୟଥା ଜମିଅଧିଗ୍ରହଣ ପାଇଁସେପ୍ଟେମ୍ବର ୧୫ରୁ ପ୍ରଶାସନ ପକ୍ଷରୁ ନିୟମିତ କାର୍ଯାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁଷ୍ଠିତ ଏହି ବୈଠକରେ ସୂଚନା ଦେଇଛନ୍ତି । ଯାଜପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଆହ୍ୱାନ କ୍ରମେ ଜମି ସତ୍ୱାଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ । ଏହି ମିନି ସଚିବାଳୟରେ ସମସ୍ତସରକାରୀ ଅଫିସ, ଶିଳ୍ପ କାର୍ଯ୍ୟାଳୟ, ସରକାରୀ ଅଧିସିକୃତ କାର୍ଯ୍ୟାଳୟ, ସାଟେଲାଇଟ କାର୍ଯ୍ୟାଳୟ  ଆଦି ସମସ୍ତ କାର୍ଯ୍ୟାଳୟ ଗୋଟିଏ ସ୍ଥାନରେ ରହି ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ ଏହା ଉଦ୍ଧିଷ୍ଟ ବୋଲି ସୂଚନା ଦିଆଯାଇଥିଲା । ସେହିପରି କର୍ମଚାରୀ ଓ ସାଧାରଣ ଲୋକମାନଙ୍କ ଚିତ୍ତ ବିନୋଦନ କେନ୍ଦ୍ର, ପାର୍କ ଇତ୍ୟାତି ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଜମି ହରାଉଥିବା କ୍ଷତିଗ୍ରସ୍ଥ ପରିବାରମାନଙ୍କୁ ସରକାରୀ ସାହାଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରାୟ ୩୮ଏକର ଜମି ଉପରେ ପ୍ରସ୍ଥାବିତଏହି ମିନି ସଚିବାଳୟ ପ୍ରତିଷ୍ଠା କରାଯିବ ସେଥିପାଇଁ ସତ୍ୱାଧିକାରୀଙ୍କଠାରୁ ପ୍ରତ୍ୟକ୍ଷ ଖର୍ଦ୍ଧି ବିକ୍ରୟ ମାଧ୍ୟମରେ ଅଧିଗ୍ରହଣକରି ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜମି ହରାଉଥିବା ବ୍ୟକ୍ତି ବିଶେଷ ସେମାନଙ୍କର ସମସ୍ୟା ଏହି ବୈଠକରେ ଉପସ୍ଥାପନ କରିଥିଲେ । କିସମ ଅନୁସାରେ ମୁଲ୍ୟ ଧାର୍ଯ୍ୟ କରାଯାଇଛି । ଯଦି କେହି ଅସନ୍ତୁଷ୍ଟ ହୁଅନ୍ତି ତେବେ ଆରବିଟାରୀ କେସ ମାଧ୍ୟମରେ ସେମାନଙ୍କର ହକ ହାସଲ କରିବେ ବୋଲିସୂଚନା ଦିଆଯାଇଥିଲା । କେତେକ ଦୋକାନୀ ସେମାନଙ୍କର ଜୀବିକା ହରାଉଥିବାନେଇଏହିବୈଠକରେମତପ୍ରକାଶକରାଯାଇଥିଲା । ସେମାନଙ୍କୁ ଥଇଥାନ ବ୍ୟବସ୍ଥାକରାଯିବବୋଲିସୂଚନା ଦିଆଯାଇଛି । ଏହିବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ, ଜିଲ୍ଲା ସବରେଜିଷ୍ଟର ପ୍ରଦୀପ କୁମାର ସେଠୀ, ଭୂଅର୍ଜନ ଅଧିକାରୀ ଶିବପ୍ରସାଦ ମହାପାତ୍ର, ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷକୁମାର ସେଠୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । 

0
0
0
s2sdefault