ହେଡଲାଇନସ୍:

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ : ୬୨ଟି ଅଭିଯୋଗର ତୁରନ୍ତ ଫଇସଲା  ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ଅଜୟ ଜେନା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଅତିରିକ୍ତ  ଜିଲ୍ଲାପାଳ  ସଚିଦାନନ୍ଦ ସାହୁ ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୯୮ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୮୦ଟି ଯଥା-ବିଜୁ ପକ୍କାଘର/ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨୪ଟି,ଭତ୍ତା-୬ଟି, ଆଇନ ସହାୟତା-୧୧ଟି, ବିଦୁ୍ୟତ୍ ସମସ୍ୟା ସମ୍ପର୍କିତ-୦୩ଟି, ଜମିଜମା ସମ୍ପର୍କିତ-୦୭ଟି , ରେସନ କାର୍ଡ ସଂପର୍କିତ-୧୭ଟି ଓ ଅନ୍ୟାନ୍ୟ-୧୨ଟି,ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ -୦୩ଟି, ରେଡକ୍ରସ ପାଣ୍ଠିରୁ ସହାୟତା ପାଇବା ପାଇଁ-୧୧ଟି, ଗାଁ ସମସ୍ୟା ସମ୍ପର୍କିତ-୪ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୬୨ଟି ଅଭିଯୋଗର ଶୁଣାଣି କରାଯାଇ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍, ପ୍ରକଳ୍ପ ନିର୍ଦ୍ଦେଶକ  ଶ୍ରୀ ବିଶ୍ୱଜିତ୍ ଦାସ,ଉପ-ଜିଲ୍ଲାପାଳ ସୁବାଷ ଚନ୍ଦ୍ର ନାଥଶର୍ମା, ଉପ- ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂ, ଜିଲ୍ଲାସ୍ତରୀୟ ଅଧିକାରୀ, ବି.ଡି.ଓ, ତହସିଲଦାର,ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ଶ୍ରୀ ରଞନ କୁମାର ଦାସ,ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।  

 

 

 

 

 

0
0
0
s2sdefault