ହେଡଲାଇନସ୍:

ବାଲେଶ୍ବର ଜିଲ୍ଲାର ସାଇକେଲ ଅଭିଯାତ୍ରୀ ଦଳଙ୍କୁ ଦିଲ୍ଲୀରେ ସ୍ୱାଗତ କଲେ ବୈଜୟନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ:ଅଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ବିପ୍ଲବୀ ବାଘାଯତିନଙ୍କ ତିରୋଧାନ ଦିବସ ଅବସରରେ ସେପ୍ଟେମ୍ବର ୧୦ ତାରିଖରୁ ଓଡ଼ିଶାର ବାଲେଶ୍ବର ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଥିବା ୭୫ ଜଣିଆ ସାଇକେଲ ଅଭିଯାତ୍ରୀ ଦଳ ଦିଲ୍ଲୀରେ ପହଁଞ୍ଚିଥିଲେ | ନୂଆଦିଲ୍ଲୀରେ ପହଞ୍ଚିବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ହଜଖାସ ଜଗନ୍ନାଥ ମନ୍ଦିର ଠାରେ ସେମାନଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ |

ମହାନ ବିପ୍ଲବୀ ବାଘା ଯତୀନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସାମାଜିକ ସଚେତନତା ପାଇଁ ଏତାଦୃଶ ଉଦ୍ୟମ ସଜଶେ ସାଇକେଲ ଅଭିଯାତ୍ରୀ ଦଳର ପ୍ରତେକ ସଦସ୍ୟଙ୍କୁ ଶ୍ରୀ ପଣ୍ଡା ପ୍ରଶଂସା କରିଥିଲେ | ସାହାସିକତା ଓ ବଳିଦାନରେ ବିଜଡିତ ମହାନ ବିପ୍ଲବୀ ବାଘା ଜତୀନଙ୍କ ଜୀବନ ଏ ଦେଶ ଓ ଜାତି ସବୁଦିନ ପାଇଁ ମାନେ ରଖିଥିବା ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ |

0
0
0
s2sdefault