ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/ଜୟଶଙ୍କର ଦାଶ  : ସୋମବାର ପୂର୍ବାହ୍ନରେ ଯାଜପୁର ବ୍ଲକର ଊପର ବରୁହାଁ  ଗ୍ରାମ ପଞ୍ଚାୟତ  କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ  ହୋଇଥିଲା । ଏଥିରେ ଯାଜପୁର  ଜିଲ୍ଲାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକି୍ରୟାରେ କରିବାକୁ ପରାମର୍ଶ   ଦେଇଥିଲେ ।  ଏହି ଶୁଣାଣିରେ  ମୋଟ ୭୮୮ ଗୋଟି ଅଭିଯୋଗ  ମଧ୍ୟରୁ ୭୭୪ ଗୋଟି ବ୍ୟକ୍ତିଗତ,  ୧୧ ଗୋଟି ସାମୁହିକ,  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୦୩ ଗୋଟି  ଆବେଦନ ପତ୍ର ମିଳିଥିବା ବେଳେ  ସେମାନଙ୍କୁ ୨୩,୦୦୦/- ଟଂକା  ପ୍ରଦାନ କରାଯାଇଥିଲା ।  ଶିବିରରେ ତତ୍କ୍ଷଣାତ  ୩୦୩ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା ।  ଅଗଷ୍ଟ    ୨୭ ତାରିଖରେ ବରୀ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ  କୃଷି ସମାଧାନ  ଶିବିର  ଅନୁଷ୍ଠିତ  ହେବ ବୋଲି ଜିଲ୍ଲା  ଅଭିଯୋଗ ପ୍ରକୋଷ୍ଠ  ପକ୍ଷରୁ  ପ୍ରକାଶ । 

ଏହି  ଶିବିରରେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା,   ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଊପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, ଅଭିଯୋଗ ପ୍ରକୋଷ୍ଠ  ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଓ ଅନ୍ୟାନ୍ୟ  ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault