ହେଡଲାଇନସ୍:

ପୁରାତନ ଛାତ୍ର ସଂଗଠନ ତରଫରୁ  ବୃକ୍ଷରୋପଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ - ରବିବାର ଅପରାହ୍ନ ୪ଟା ସମୟରେ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ତରଫରୁ  ୫୦ଟି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ରୋହିତ ମେହେର ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପ୍ରଧାନ ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଗଠନର ସମସ୍ତ କାର୍ଯ୍ୟକର୍ତା ଏବଂ ୩୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସ‘ଳ କରିଥିଲେ । ଏହାପରେ ବିଦ୍ୟାଳୟର ସମସ୍ତ ଗୁରୁଜି ଗୁରୁମା, ପୁତାତନ ଛାତ୍ରଛାତ୍ରୀ ସମସ୍ତଙ୍କ ଉପସ୍ଥିତିରେ ପୁର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ସୃତୀରେ ୨ମିନିଟ ନିରବ ପ୍ରାଥନା କରି ପ୍ରତିଛବିରେ ପୁଷ୍ପମାଳା ଦେଇ କାର୍ଯ୍ୟକ୍ରମକୁ ସାଂଗ କରାଯାଇଥିଲା ।   

 

0
0
0
s2sdefault