ହେଡଲାଇନସ୍:

ବିଶ୍ୱ ଫଟୋଗ୍ରାଫି ଦିବସ : ନିଆରା ଢଙ୍ଗରେ ସ୍ୱତନ୍ତ୍ରକ୍ଷମ ଶିଶୁଙ୍କ ମେଳରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା- ଫଟୋ କଥା କୁହେ । ଫଟୋଗ୍ରାଫର ତାର କ୍ୟାମେରା ଲେନ୍ସରେ ଧରି ରଖିଥିବା ଫଟୋଚିତ୍ର ଜୀବନ୍ତ ହୋଇ ତା ଭିତରର କାହାଣୀକୁ ପରିପ୍ରକାଶ କରାଇଥାଏ । ଏହା ଜଣେ କୁଶଳୀ ଓ ନିଖୁଣ ଫଟୋଗ୍ରାଫରଙ୍କ ଦ୍ୱାରା ସମ୍ଭବ ହୋଇଥାଏ । ପଟୋଗ୍ରାଫରଙ୍କ ଏହି ଦକ୍ଷତାର ବାର୍ତ୍ତାକୁ ବିଶ୍ୱଦରବାରରେ ପହଁଞ୍ଚାଇବା ନିମନ୍ତେ ୧୮୩୯ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଇ ଆସୁଥିବା ବେଳେ ମୟୂରଭଞ୍ଜ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି ଆସୋସିଏସନ ପକ୍ଷରୁ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଆଜି ଏହି ଫଟୋଗ୍ରାଫି ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାୟ ୬୦ରୁ ଅଧିକ ଫଟୋଗ୍ରାଫର ଓ ଭିଡ଼ିଓଗ୍ରାଫର  ମା ଅମ୍ବିକା ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ରଘୁନାଥପୁରସ୍ଥିତ ରୋଜ ମେଣ୍ଟାଲ ଡ଼ିଜଅଡର଼୍ର ନିକଟରେ ପହଁଞ୍ଚି ଅନ୍ତେବାସୀମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସଂଗେସଂଗେ ସେମାନଙ୍କୁ ବିଭିନ୍ନ ଫଳ ଓ ବିସ୍କୁଟ ଆଦିରେ ଆପ୍ୟାୟିତ କରାଇଥିଲେ । ଏଥି ସହିତ ଭବିଷ୍ୟତରେ ଆସୋସିଏସନର ସକ୍ଷମତା ଅନୁସାରେ  ରୋଜ ମେଣ୍ଟାଲ ଡ଼ିଜଅଡର଼୍ର ସଂସ୍ଥାକୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

 

0
0
0
s2sdefault