ହେଡଲାଇନସ୍:

ମୟୂରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନସି ଆଣ୍ଡ ମ୍ୟାନେଜମେଣ୍ଟରେ କଳା ଓ ବିଜ୍ଞାନରେ ସିଟ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା- ବାରିପଦା ମହାରାଜାପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନସି ଆଣ୍ଡ ମ୍ୟାନେଜମେଣ୍ଟରେ କଳା ଓ ବିଜ୍ଞାନରେ ସିଟ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ଏହି ମହାବିଦ୍ୟାଳୟରେ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ବସ୍ତୁ ବିଜ୍ଞାନ ଓ ଶରୀର ବିଜ୍ଞାନର ସମ୍ମାନ ସିହିତ ବାଣିଜ୍ୟ ବିଜ୍ଞାନ ସମ୍ମାନ ପାଠ୍ୟକ୍ରମ ରହିଥିଲା । ବିଜ୍ଞାନ ବିଭାଗରେ ସିଟ ସଂଖ୍ୟା ୬୪ରୁ ବୃଦ୍ଧି ପାଇ ୧୨୮, କଳାରେ ୯୬ରୁ ୧୨୮ ବୃଦ୍ଧି ପାଇଛି । ଶିକ୍ଷା ବିଭାଗର ଏହି ଆଦେଶନାମା ମହାବିଦ୍ୟାଳୟ କତ୍ତୃପକ୍ଷଙ୍କ ହସ୍ତଗତ ହେବା ପରେ ମହାବିଦ୍ୟାଳୟ ପରିସରରେ ଏକ ଖୁସୀର ମାହୋଲ ଦେଖାଦେଇଥିଲା । ଏଥି ସହିତ ମହାବିଦ୍ୟାଳୟର ଏହି ସିଟ ସଂଖ୍ୟାବୃଦ୍ଧି ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଉପାଧ୍ୟକ୍ଷ ସଙ୍ଘମିତ୍ରା ରାଉତ ପ୍ରମୁଖଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀଛାତ୍ରମାନେ ବିଧାନସଭା ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି, ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଓ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ପ୍ରମୁଖଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । 

 

0
0
0
s2sdefault