ହେଡଲାଇନସ୍:

ବିଭିନ୍ନ ରାଜସ୍ୱ ଆଇନକୁ ଗୋଟିଏ ଛାତ ତଳେ ଅଣାଗଲେ ସବୁସ୍ତରର ଲୋକ ଉପକୃତ ହେବେ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ପ୍ରଚଳିତ ବିବିଧ ରାଜସ୍ୱ ଆଇନଗୁଡ଼ିକର ସରଳୀକରଣ କରି ଏକକ ରାଜସ୍ୱ ଆଇନ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛିା

ବୈଠକରେ ମନ୍ତ୍ରୀ ଶ୍ରୀ ମହାନ୍ତି କହିଲେ ଯେ ପ୍ରଚଳିତ ବିଭିନ୍ନ ରାଜସ୍ୱ ଆଇନକୁ ଗୋଟିଏ ଛାତ ତଳେ ଅଣାଯିବା ଦ୍ୱାରା ସବୁସ୍ତରର ଲୋକ ଉପକୃତ ହେବୋ ବହୁତଗୁଡ଼ିଏ ଆଇନ ସାଂପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକତା ହରାଇଥିବା ଦୃଷ୍ଟିରୁ ଏସବୁର ସରଳୀକରଣ କରାଯାଇ ବିଧିବଦ୍ଧ ଭାବରେ ଏକକ ରାଜସ୍ୱ ଆଇନ ପ୍ରସ୍ତୁତ କରାଯିବା ପାଇଁ ରାଜସ୍ୱ ପର୍ଷଦର ସଭ୍ୟଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛିା ଆଇନ

ସରଳୀକୃତ ହୋଇପାରିଲେ ସାଧାରଣଲୋକଙ୍କ ବୋଧଗମ୍ୟ ହେବା ସହିତ ରାଜସ୍ୱ ଅଧିକାରୀଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେବା ଏହି ଆଇନ ଲୋକାଭିମୁଖୀ ହେବା ସହ ରାଜସ୍ୱ ପ୍ରଶାସନରେ ସ୍ୱଚ୍ଛତା ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ପ୍ରକାଶ କରିଥିଲୋ ପରବର୍ତ୍ତୀ ବୈଠକରେ କେନ୍ଦ୍ରାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରମାନଙ୍କୁ ଯୋଗଦେବା ପାଇଁ ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲୋ ଏହା ସହିତ ଆର୍ଡ଼ିସି ସ୍ତରରେ କର୍ମଶାଳା ଆୟୋଜନ କରି ସବୁସ୍ତରର ଲୋକଙ୍କ ମତାମତ ଓ ପ୍ରସ୍ତାବ ସଂଗ୍ରହ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲୋ ଏହି ବୈଠକରେ ରାଜସ୍ୱ ପର୍ଷଦର ସଭ୍ୟ ତଥା କମିଟି ଅଧ୍ୟକ୍ଷ ଶ୍ରୀ ଜି.ଭି.ଜି ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶଶିକାନ୍ତ ମିଶ୍ରଙ୍କ ସମେତ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ

0
0
0
s2sdefault