ହେଡଲାଇନସ୍:

ଚାଇଲଡ ଲାଇନ ଦ୍ୱାରା ଏକ ନବଜାତ ଶିଶୁର ଥଇଥାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଚାଇଲଡ ଲାଇନ ପାରଳାଖେମୁଣ୍ଡି ଶାଖା ଦ୍ୱାରା ଏକ ନବଜାତ ଶିଶୁ ଯିଏ ପିରତ୍ୟକ୍ତ ଅବସ୍ଥାରେ ରାୟଗଡ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ଚାଇଲଡ ଲାଇନ କେନ୍ଦ୍ର ସଂଯୋଜକଙ୍କ କହିବା ଅନୁସାରେ ତା.୧୮.୦୮.୨୦୧୮ରିଖ ସକାଳ ୬ଘଣ୍ଟା ସମୟରେ କୌଣସି ଏକ ସହୃଦୟ ବ୍ୟକ୍ତି ଉକ୍ତ ଶିଶୁ ବିଷୟରେ ଖବର ପ୍ରଦାନ କରିଥିଲେ । ରାୟଗଡା ପୋଲିସ ସକାଳେ ପହଁତରା ଦେବା ସମୟରେ ଶିଶୁଟିର କାନ୍ଦଣା ଶବ୍ଦ ଶୁଣି ପାରିଥିଲେଓ ଶିଶୁଟିକୁ ନେଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ଶ୍ରୀ ସାମଲ ରାୟଗଡ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଏ ସଂକ୍ରାନ୍ତରେ ଶ୍ରୀ ଗୋପିନାଥ ପ୍ରଧାନ ସମସ୍ତ ସହଯୋଗ ପ୍ରଦାନ କରିଥିଲେ । ଡାକ୍ତରଙ୍କ କହିବାନୁସାରେ ଶିଶୁଟି ଉକ୍ତ ରାତ୍ରରେ ଜନ୍ମଗ୍ରହଣ କରିଥିବା ଅନୁମାନ କରାଯାଉଅଛି । ଚାଇଲଡ ଲାଇନ ସଦସ୍ୟ ଭେଙ୍କେଟେଶ୍ୱର ସେନାପତି ଥାନାରେ ପହଞ୍ଚି ପୋଲିସ ଓ ଅଙ୍ଗନଵାଡି କର୍ମୀଙ୍କ ସହାୟତାରେ ଶିଶୁଟିକୁ ନିଜ ହେପାଜତକୁ ଆଣିଥିଲେ । ଡାକ୍ତର ମଇନା ସରିବା ପରେ ଶିଶୁଟିକୁ ପାରଳାଖେମୁଣ୍ଡିସ୍ଥିତ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନା କରିଥିଲେ । ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ଶିଶୁଟିକୁ ସ୍ୱତନ୍ତ୍ର ପୋଷ୍ୟ କେନ୍ଦ୍ରକୁ ଆଶ୍ରୟ ନିମନ୍ତେ ପଠାଇଦେଇଛନ୍ତି ।  ଏହା ଶିଶୁଟିର ଉତ୍ତମ ଭାଗ୍ୟ ଯାହାଫଳରେ ଶିଶୁଟି ପରିତ୍ୟକ୍ତ ଅବସ୍ଥାରେ ମିଳିଲା ପରେ ମଧ୍ୟ ଶରୀରର କୌଣସି କ୍ଷତ କିମ୍ୱା ଅସୁସ୍ଥତା ଏପର୍ଯ୍ୟନ୍ତ ପରିଲକ୍ଷିତ ହୋଇନାହିଁ । ଚାଇଲଡ ଲାଇନ ଓ ସମନ୍ୱିତ ଶିଶୁବିକାଶ ଯୋଜନା,ଗଜପତି ଜିଲ୍ଲାରେ ପରସ୍ପର ସହଯୋଗରେ ଶିଶୁଙ୍କ ସୁରକ୍ଷାରେ ଅନଭରଣ କାର୍ଯ୍ୟରତ ଅଛନ୍ତି ।

 

0
0
0
s2sdefault