ହେଡଲାଇନସ୍:

ସେବା ଓ ତ୍ୟାଗର ଉଦାହରଣ ପାଲଟିଛନ୍ତି ଉପନଗରପାଳ ଶ୍ରୀମହାନ୍ତି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(DILLIP MOHANTY )- ଶୁକ୍ରବାର ମଧ୍ୟାହ୍ନ ସମୟରେ ବାରିପଦା ସହରର ହସପିଟାଲ ରୋଡ଼ସ୍ଥିତ ଜୀବନଦ୍ୱୀପ ଘରୋଇ ନର୍ସିଂ ହୋମ ଛକ ନିକଟରେ ଏକ ଅସହାୟ ମହିଳା ରାସ୍ତା ଉପରେ ପଡ଼ି ରହିଥିବାର ଦେଖିବାକୁ ପାଇଥିଲେ ସମାଜସେବୀ ବିଭୂଦତ୍ତ ଦାସ । ମହିଳାର ଅବସ୍ଥା ତାଙ୍କ ହୃଦୟକୁ ଆନ୍ଦୋଳିତ  କରିପକାଇଥିଲା । ସଙ୍ଗେସଙ୍ଗେ ବାରିପଦା ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କ ସହିତ ଫୋନ ମାଧ୍ୟମରେ  ସମ୍ପର୍କ ରକ୍ଷା କରି ମହିଳା ବିଷୟରେ ସୂଚନା ଦେଇଥିଲେ । କାଳବିଳମ୍ବ ନ କରି ଉପନଗରପାଳ ଶ୍ରୀମହାନ୍ତି ସେଠାରେ ପହଁଞ୍ଚି ଏକ ଅଟୋ ରିକ୍ସାରେ ମହିଳାଙ୍କୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲରେ ପହଁଞ୍ଚାଇ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଥିଲେ । ମାତ୍ର ହସପିଟାଲରେ ମହିଲା ଜଣକ ହାଣ୍ଡିଆ ପିଇବା ପରେ ନିଶାଗ୍ରସ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ହରାଇ ରାସ୍ତାରେ ପଡ଼ିଥିବାର ଜଣାପଡ଼ିଥିଲା । ସେହିପରି ଗତ ଅଗଷ୍ଟ ୧୩ରେ ବାରିପଦା କାଳୀ ମାର୍କେଟ କହିବିନି ଚାହା ଦୋକାନ ନିକଟରେ ଏକ ଅଜଣା ବ୍ୟକ୍ତି ସଜ୍ଞାହୀନ ଅବସ୍ଥାରେ ପଡ଼ିଥିବାର ଖବର ପାଇ ଉପନଗରପାଳ ଶ୍ରୀମହାନ୍ତି ସେଠାରେ ପହଁଞ୍ଚିଥିଲେ । ବ୍ୟକ୍ତିର ଅବସ୍ଥା ଦେଖି ସେ ମୃତ କି ଜୀବିତ ତାହା ଅନୁମାମ କରିବା ସମ୍ଭବ ନ ଥିବାର ଦେଖିବାକୁ ପାଇ ଏକ ଆମ୍ବୁଲାନ୍ସ ପଠାଇବାକୁ ବାରିପଦା ମୁଖ୍ୟ ଚିକିତ୍ସାଳୟର ଏଡ଼ିଏମଓ ଡ଼ା. ପ୍ରଣବ ଦାଶଙ୍କୁ ଫୋନ କରିଥିଲେ । ମାତ୍ର ଡ଼ା. ଶ୍ରୀଦାଶ ଆମ୍ବୁଲାନ୍ସ ପହଁଞ୍ଚୁଛି କହି ପ୍ରାୟ ଅଢେ଼ଇ ଘଣ୍ଟାରୁ ଅଧିକ ସମୟ ଗଡ଼ାଇ ଦେଇଥିଲେ ମଧ୍ୟ ହସପିଟାଲଠାରୁ ପ୍ରାୟ ୫ ଶହ ଫୁଟ ବ୍ୟବଧାନରେ ଏହି ବ୍ୟକ୍ତିକୁ ଆଣିବା ନିମନ୍ତେ ଆମ୍ବୁଲାନ୍ସ ପହଁଞ୍ଚି ପାରି ନ ଥିଲା । ଶେଷରେ ଏକ ନର୍ସ ପହଁଞ୍ଚିବାର ଦେଖିବାକୁ ମିଳିଥିଲା । ଉପନଗରପାଳ ଶ୍ରୀମହାନ୍ତି ଏକ ଅଟୋ ଡ଼କାଇ ସେଥିରେ ସେହି ଅଜଣା ବ୍ୟକ୍ତିଙ୍କୁ ଆଣି ହସପିଟାଲରେ ପହଁଞ୍ଚାଇ ଚିକିତ୍ସାର ବ୍ୟବସ୍ଥା କରାଇଥିଲେ । ପ୍ରକାଶ ଥାଉକି, ଏହି ଅଜଣା ବ୍ୟକ୍ତି ଜଣକ ଅଗଷ୍ଟ ୧୨ ଅପରାହ୍ନରୁ ସେଠାରେ ପଡ଼ିଥିବାର ଜନସାଧାରଣ ଦେଖିବାକୁ ପାଇଥିଲେ । ନିଶାଗ୍ରସ୍ତ ଅବସ୍ଥାରେ ପଡ଼ିଥିବାର ସନେ୍ଦହ କରି ସମସ୍ତେ ଦେଖି ନ ଦେଖିଲା ପରି ବାଟଭାଙ୍ଗି ଚାଲିଯାଉଥିଲେ । ମାତ୍ର ପରବର୍ତ୍ତି ଦିନ ପୂର୍ବାହ୍ନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ସେହି ଅଜଣା ବ୍ୟକ୍ତି ସେହିଠାରେ ପଡ଼ି ରହିଥିବାରୁ ମାର୍କେଟର ଏକ ବ୍ୟକ୍ତି ଉପନଗରପାଳଙ୍କୁ ଫୋନରେ ସୂଚନା ଦେଇଥିଲେ । ଉପନଗରପାଳ ଶ୍ରୀମହାନ୍ତି ଏହି ପରି ରାସ୍ତାଘାଟରୁ ଅସହାୟ, ରୋଗଗ୍ରସ୍ତ, ଜରାଜୀର୍ଣ୍ଣ ବ୍ୟକ୍ତିମାନ ଉଠାଇ ଚିକିତ୍ସା ସହିତ ଥଇଥାନର ବ୍ୟବସ୍ଥା କରାଇବା ସାଙ୍ଗକୁ କେଉଁଠି ବୁଲା ଗାଈଗୋରୁ, ବୁଲା କୁକୁର ଆଦି ମରି ପଡ଼ିଥିଲେ ତାକୁ ମଧ୍ୟ ଖବର ପାଇବା ମାତ୍ରେ ପୌରପରିଷଦର ସୁଇପାରଙ୍କୁ ଲଗାଇ ଉଠାଇବାର ବ୍ୟବସ୍ଥା କରିଥାନ୍ତି । ପୁଣି କାହା ଘରେ ଭୋଜିଭାତ ହେବ ପୌରପରିଷଦର ପାଣି ଟାଙ୍କି ଦରକାର ଥିଲେ ଅଥବା କେଉଁଠି ରାସ୍ତାରେ ଲାଇଟ ଜଳୁନାହିଁ, ପୁଣି କେଉଁଠି ରାସ୍ତାର ଡେ଼୍ରନରେ ପାଣି ନିଷ୍କାସନ ହେଉ ନାହିଁ ପ୍ରତ୍ୟେକ କଥାରେ ପୌରବାସୀ ଉପନଗରପାଳ ଶ୍ରୀମହାନ୍ତିଙ୍କର ସହାୟତା ଲୋଡ଼ିଥାନ୍ତି । ବାରିପଦା ପୌରପରିଷଦର ପ୍ରଥମ ଉପନଗରପାଳ  ଭାବେ ଉକ୍ରଳମଣି ଗୋପବନ୍ଧୁ ଦାଶ ଦାୟିତ୍ୱ ଭାର ସମ୍ଭାଳି ଥିଲେ । ତେଣୁ, ତାଙ୍କର ପଦାଙ୍କ ଅନୁକରଣ କରି କାର୍ଯ୍ୟକରୁଛି ବୋଲି ବର୍ତ୍ତମାନର ଉପନଗରପାଳ ଶ୍ରୀମହାନ୍ତି କୁହନ୍ତି ।

0
0
0
s2sdefault