ହେଡଲାଇନସ୍:

 କାର୍ଯ୍ୟାଳୟ ଖୋଲି କଅଣ ବିଇଓ ଓ କିରାଣୀ ବାବୁ କାନ୍ଦିବାକୁ ଆସିଥିଲେ କି!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସରକାରୀ ଆଦେଶକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଦ୍ୱାରା ଅବମାନନା

ପାଇକମାଲ(ଗୌରାଙ୍ଗ ଚରଣ ଦାଶ) :- ଶିକ୍ଷକ ମାନେ ସମାଜକୁ ଦିଗ୍ଦର୍ଶନ ଦିଅନ୍ତି | ଆଉ ସମଗ୍ର ଶିକ୍ଷ୍ୟା ବ୍ୟବସ୍ଥାକୁ ନିୟନ୍ତ୍ରିତ କରେ ଶିକ୍ଷା ବିଭାଗ ବିଇଓ ଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ | ନିୟନ୍ତ୍ରଣ କରୁଥିବା ଲୋକ ଯଦି ଦିଗହରା ଆଉ ସମବେଦନା ହୀନ ତେବେ ଆଉ କହିବା କାହାକୁ | ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଲବିହାରି ବାଜପାୟୀ ଙ୍କର ନିଧନରେ ସାରା ଭାରତ ସ୍ତବ୍ଧ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ଆଜି ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି `| ସ୍ବର୍ଗତ ମହମାନବଙ୍କୁ ସମ୍ମାନ ପ୍ରଦାନ କରାଯିବା  ପାଇଁ ସର୍ବ ପ୍ରଥମେ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କର ଦପ୍ତରରୁ ଆଜି ସରକାରୀ ଛୁଟି ବୋଲି ଚିଠି ମାଧ୍ୟମ ରେ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା। ରାଜ୍ୟ ସାରା ସବୁ ସରକାରୀ କାର୍ଯଳୟ ବନ୍ଦ ଥିବା ବେଳେ ପାଇକମାଲ ବିଇଓଙ୍କର ସରକାରୀ କାର୍ଯ୍ୟାଳୟ  ଆଜି ସକାଳୁ ଖୋଲା ହେଇ ଥିବାର ଦେଖା ଯାଇଥିଲା। ପାଇକମାଲର ସମସ୍ତ ସରକାରୀ ଅଫିସ ତଥା ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବିଇଓ ଙ୍କର ଅଫିସ ରେ ଜଣେ କିରାଣୀ  ବିପ୍ଳବ ପଟ୍ଟନାୟକ କାମ କରୁଥିବା ଦେଖି ପାଇକମାଲ ର ଗୋବର୍ଦ୍ଧନ ଅଗ୍ରୱାଲ କୈଳାସ ଦିଶ୍ରୀ ଙ୍କ କିଛି ସାମ୍ବାଦିକ ବନ୍ଧୁ ମନେ ବିଇଓ ଅଫିସ କୁ ଯାଇ ଅଫିସ ଖୋଲା ଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ବିଇଓ ଶ୍ରୀ ଚୁଡାମଣି ବାରିକ ମଧ୍ୟ ଅଫିସ କୁ ପହଂଚି ଥିବା ଦେଖି ଲୋକ ତାଙ୍କୁ ସରକାରୀ ଆଦେଶ କୁ କାହିଁକି ଅବମାନନା କରି ଅଫିସ ଖୋଲା ଗଲା ବୋଲି ପ୍ରଶ୍ନ ପଚାରିବାରୁ ବିଇଓ ମହାଶୟ କୋଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ। 

            ତେବେ ଏଠି ଏକ ବିରାଟ ପ୍ରଶ୍ନ ଯେ  ବିଇଓ  ମହାଶୟ ଙ୍କର ଏମିତି କି ଅତ୍ୟାବଶ୍ୟକ କାର୍ଯ ଥିଲାଯେ ତାଙ୍କ ଅଫିସ ଦ୍ୱାରା ସରକାରୀ ଅଦେଶ କୁ ଖୋଲା ଖୋଲି ଭାବରେ ଉଲଂଘନ କରାଗଲା ? କଣ  ବିଇଓ  ଙ୍କର ଅଜ୍ଞାତ ରେ ଅଫିସ ଖୋଲା ଯାଇଥିଲା ? ଯଦି  ବିଇଓ ଙ୍କର ଅଜ୍ଞାତ ରେ ଅଫିସ ଖୋଲା ଯାଇଥିଲା ତେବେ ବିଇଓ  ଅଫିସ କୁ ଆସିଥିଲେ କାହିଁକି ? ସରକାର ମହାନ ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ତାଙ୍କର ସମ୍ମାନ ଜଣାଇ ଛୁଟି ଘୋଷଣା କରିଥିଲେ । ତେବେ  ବିଇଓ  ଙ୍କର ଅଫିସ ଦ୍ବାରା ସରକାର ଙ୍କର ଏହି ଆଦେଶକୁ ଖୋଲାଖୋଲି ଭାବରେ ଅବମାନନା କରାଯିବା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କୁ ମଧ୍ୟ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା ଓ ରାଜ୍ୟ ସରକାରଙ୍କ ଘୋଷଣାର ପରିପନ୍ଥୀ |  ଅଂଚଳର ସଚେତନ ନାଗରିକ ମାନଙ୍କୁ ଅତି ମାତ୍ରାରେ ଆହତ କରିଛି। ହେଲେ ରାଷ୍ଟ୍ରବ୍ୟାପୀ ଶୋକ ଚାଲିଥିବା ବେଳେ କାର୍ଯ୍ୟାଳୟ ଖୋଲି କଅଣ ବିଇଓ ଓ କିରାଣୀ ବାବୁ କାନ୍ଦିବାକୁ ଆସିଥିଲେ କି? ନା କାହାକୁ ଆଗରୁ ସମୟ ଦେଇଦେଇଥିଲେ କିଛି ମହତ ଉଦ୍ଦେଶ୍ୟ ସାଧନ ପାଇଁ |

 

0
0
0
s2sdefault