ହେଡଲାଇନସ୍:

ଜମଲା ଡିଗ୍ରୀ କଲେଜରେ ସ୍ୱାଧୀନତା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ - ଜମଲା ଡିଗ୍ରୀ କଲେଜ, ଜମଲାଠାରେ ଗତ ୧୫ ତାରୀଖ ଦିନ ୭୨ତମ ସ୍ୱାଧୀନତା ଦିବସ ପାଳନ ଅବସରରେ  ଅଧ୍ୟକ୍ଷ  ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ଜାତୀୟ ପତାକା ଉତ୍ତୋଳନ କରି  ସମବେତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିଜା, ଅଣ ଶିକ୍ଷକ କର୍ମଚାରୀ, ପରିଚାଳନା ପରିଷଦର ସଦସ୍ୟବୃନ୍ଦ ଓ ଶିକ୍ଷାପ୍ରେମୀମାନଙ୍କୁ ଉଦ୍ବୋଧନ ଦେଇ ନିଜ ନିଜ କ୍ଷେତ୍ରରେ ସମସ୍ତଙ୍କୁ ଦାୟିତ୍ୱବାନ ଓ କର୍ତ୍ତବ୍ୟପରାୟଣ ହେବାକୁ ଆହ୍ୱାନ ଦେବା ସହ କଲେଜକୁ ଆଦର୍ଶସ୍ଥାନୀୟ କରିବାକୁ ନିବେଦନ କରିଥିଲେ । ପରେ ପରେ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଥିବା ନିଜ ନିଜ ପୋଷ୍ୟ ଗଛଲତାର ଯତ୍ନ  ନେଇଥିଲେ । ପ୍ରତିକୂଳ ପାଗ ସତ୍ତେ୍ୱ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥିବା ହେତୁ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସବା ଶେଷରେ ପରିଚାଳନା ପରିଷଦର ବରିଷ୍ଠ  ସଦସ୍ୟ ପ୍ରଦୀପ କୁମାର ପୁରୋହିତଙ୍କ ଅକାଳ ବିୟୋଗ ସମ୍ବାଦ ପାଇ ପରିବେଶ ଶୋକାକୁଳ ହୋଇ ପଡ଼ିଥିଲା । ତାଙ୍କ ଅମର ଆତ୍ମାର ସଦ୍ଗତି ଓ ଶାନ୍ତି ନିମନ୍ତେ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ । 

 

 

 

0
0
0
s2sdefault